ETV Bharat / business

ସୋମବାର ବନ୍ଦ ରହିବ ସେୟାର ମାର୍କେଟ, ଆଜି ଚାଲିଛି କାରବାର - ସୋମବାର ସେୟାର ମାର୍କେଟ ବନ୍ଦ

Stock Market to remain shut on Monday: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଆସନ୍ତା ସୋମବାର ଦିନ ବନ୍ଦ ରହିବ ସେୟାର ମାର୍କେଟ । ଆଜି ପୁରା ଦିନ ମାର୍କେଟରେ କାରବାର ଚାଲିବ । ଅଧିକ ପଢନ୍ତୁ

Stock Market to remain shut on Monday
ସୋମବାର ବନ୍ଦ ରହିବ ସେୟାର ମାର୍କେଟ
author img

By ETV Bharat Odisha Team

Published : Jan 20, 2024, 2:35 PM IST

ନୂଆଦିଲ୍ଲୀ: ସାଧାରଣତଃ ପ୍ରତ୍ୟେକ ଶନିବାର ଓ ରବିବାର ଷ୍ଟକ ମାର୍କେଟ ବା ପୁଞ୍ଜି ବଜାର ବନ୍ଦ ରହିଥାଏ । ଏହି ଦୁଇ ଦିନ କୌଣସି ପ୍ରକାର ଟ୍ରେଡିଂ ହୋଇନଥାଏ । ହେଲେ ପ୍ରଥମ ଥର ଆଜି ଶନିବାର ସତ୍ତ୍ବେ ଖୋଲା ରହିଛି ଷ୍ଟକ ମାର୍କେଟ । ଆଜି ସକାଳ ୯ଟାରୁ ମାର୍କେଟ ଖୋଲା ହୋଇ ସାଢେ ୩ଟା ପର୍ଯ୍ୟନ୍ତ କାରବାର ଚାଲିବ । ଏହା ବଦଳରେ ଆସନ୍ତା ସୋମବାର ଅର୍ଥାତ୍ ଜାନୁୟାରୀ ୨୨ରେ ଷ୍ଟକ ମାର୍କେଟ ବନ୍ଦ ରହିବ । ଆଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(NSE) ମୁଖପାତ୍ର ସୂଚନା ଦେଇଛନ୍ତି ।

ତେବେ ଆଜି ଷ୍ଟକ ମାର୍କେଟରେ ଜବରଦସ୍ତ ଓପନିଂ ହୋଇଛି । ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି କାରବାରରେ ବୃଦ୍ଧି ଘଟିଛି । ସେନସେକ୍ସ ୩୨୫ ପଏଣ୍ଟ ବୃଦ୍ଧି ପାଇ ୭୨,୦୦୦ ପଏଣ୍ଟରେ ଖୋଲିଥିବା ବେଳେ ନିଫ୍ଟି ୨୧,୭୦୬.୧୫ରେ ଖୋଲିଥିଲା । ବିଏସଇର ଟପ୍ ୩୦ ଶେୟାର ମଧ୍ୟରୁ ୧୨ଟି କମ୍ପାନୀ ସେୟାରରେ ବୃଦ୍ଧି ଆସିଥିବା ବେଳେ ୧୮ଟି ସେୟାର ମୂଲ୍ୟ ହ୍ରାସ ପାଇଥିଲା । ସେଥିମଧ୍ୟରୁ ହିନ୍ଦୁସ୍ତାନ ୟୁନିଲିଭର ଓ ଇଣ୍ଡସଉଇଣ୍ଡ ବ୍ୟାଙ୍କ ସେୟାର ସବୁଠି ଅଧିକ କ୍ଷତିରେ କାରବାର କରିଛି । ଅନ୍ୟପଟେ ପାୱାରଗ୍ରୀଡ, ଏନଟିପିସି ଓ ଏଚଡିଏଫସି ବ୍ୟାଙ୍କ ସେୟାର ଅଧିକ ଲାଭରେ ରହିଛି ।

ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟା ରାମମୟ: ପହଞ୍ଚିଲା ବିଶାଳ ଲଡୁ ଓ ତାଲା, ପାକିସ୍ତାନରୁ ଆସୁଛି ପବିତ୍ର ଜଳ

ଏହା ମଧ୍ୟ ପଢନ୍ତୁ : ସେୟାର ବଜାରରେ ରେକର୍ଡ, 73 ହଜାର ଡେଇଁଲା ସେନସେକ୍ସ

ଆସନ୍ତା ୨୨ ତାରିଖରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ କେବଳ ଅଯୋଧ୍ୟା ନୁହେଁ, ଦେଶ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଏହି ଭବ୍ୟ ସମାରୋହକୁ ଦେଖିବାକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରି ବସିଛନ୍ତି । ସୋମବାର ପ୍ରାଣ ପ୍ରତିଷ୍ଠା ପାଇଁ ମହାରାଷ୍ଟ୍ର ସରକାର ଏହି ଦିନକୁ ରାଜ୍ୟରେ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଦିନ ସେୟାର ମାର୍କେଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି କେନ୍ଦ୍ର ସରକାର ମଧ୍ୟ ୨୨ ତାରିଖରେ ହାଫ ଡେ' ଛୁଟି ଘୋଷଣା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.