ETV Bharat / business

ଆହାଃ କି ଭାଗ୍ୟ ! ନୂଆ ବୋହୂ ଆସୁ ଆସୁ ବଢିଲା ସମ୍ପତ୍ତି; 10ଦିନରେ 25 ହଜାର କୋଟି ଇନକମ୍ କଲେ ‘ଭାଗ୍ୟବାନ’ ମୁକେଶ ଆମ୍ବାନୀ - New Daughter in Law brings luck

author img

By ETV Bharat Odisha Team

Published : Jul 18, 2024, 12:54 PM IST

New Daughter in Law brings luck: ବିବାହରେ ହଜାର ହଜାର କୋଟି ଖର୍ଚ୍ଚ ପରେ ବି କମିନି ମକେଶ ଆମ୍ବାନୀଙ୍କ ସମ୍ପତ୍ତି । କିନ୍ତୁ ଅନେକ ପରିମାଣରେ ବଢିଛି । ବିବାହର ମାତ୍ର କିଛି ଦିନ ମଧ୍ୟରେ 25 ହଜାର କୋଟିର ସମ୍ପତ୍ତି ବଢିଛି । ବିବାହର 10 ଦିନ ମଧ୍ୟରେ ସମ୍ପତ୍ତି ଏତେ ବଢିଗଲା ଯେ ଆମ୍ବାନୀ ଧନୀ ତାଲିକାରେ ବିଶ୍ବରେ 12 ନମ୍ବରରୁ 11 ନମ୍ବରକୁ ଉଠିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ହାଇଦ୍ରବାଦ: ସତରେ କେତେ ଭାଗ୍ୟବାନ ମୁକେଶ ଆମ୍ବାନୀ ! ପୁଅ ବାହାଘରରେ ଉଡାଇଲେ ହଜାର ହଜାର କୋଟି କୋଟି ଟଙ୍କା ଆଉ ହସ ଖୁସି ମଉଜ ମଜଲିସ ସମୟରେ ମଧ୍ୟ ରୋଜଗାର କଲେ ହଜାର ହଜାର କୋଟି । ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଖୁସି ସମୟ ଯେପରି ଦିନକୁ ଦିନ ଲମ୍ବି ଚାଲିଛି । ଜାତୀୟ ମିଡିଆ ରିପୋର୍ଟ ମୁତାବକ, ପୁଅ ବାହାଘର ସମୟରେ ଆମ୍ବାନୀଙ୍କ ମୋଟ ସମ୍ପତ୍ତିରେ ଯଥେଷ୍ଟ ବଢିଛି । ବିଶ୍ବରେ ଚର୍ଚ୍ଚା ସୃଷ୍ଟି କରିଥିବା ଏହି ବିଳାଶପୂର୍ଣ୍ଣ ବିବାହରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମୁକେଶ ଆମ୍ବାନୀ । ତେବେ ବିବାହରେ ହଜାର ହଜାର କୋଟି ଖର୍ଚ୍ଚ ପରେ ବି କମିନି ମକେଶ ଆମ୍ବାନୀଙ୍କ ସମ୍ପତ୍ତି । କିନ୍ତୁ ଅନେକ ପରିମାଣରେ ବଢିଛି । ମହଙ୍ଗା ବାହାଘର ଚାଲିଥିବା ବେଳେ ଗତ 10 ଦିନରେ ରିପୋର୍ଟ ମୁତବାକ 25 ହଜାର କୋଟି ଟଙ୍କାର ରୋଜଗାର କରିଛନ୍ତି ମୁକେଶ ଆମ୍ବାନୀ ।

ଜୁଲାଇ 5 ବ୍ଲୁମବର୍ଗ ବିଲିଅନାରୀ ସୂଚକାଙ୍କ ଅନୁସାରେ, ଆମ୍ବାନୀଙ୍କ ସମୁଦାୟ ସମ୍ପତ୍ତି ଥିଲା ଡଲାଇ 118 ବିଲିଅନ୍ । ହେଲେ ଜୁଲାଇ 12 ବେଳକୁ ଏହା ବୃଦ୍ଧି ପାଇଁ ଡଲାର 121 ବିଲିଅନରେ ପହଞ୍ଚିଛି । ଏହା ଫଳରେ ବିଶ୍ବ ସ୍ତରରେ ମୁକେଶ ଆମ୍ବାନୀଙ୍କ ଧନୀ ମାନ୍ୟତାରେ ବୃଦ୍ଧି ଘଟିଛି । ଏହି ସମୟରେ ମୁକେଶ ଆମ୍ବାନୀ 12 ତମ ଧନୀ ତାଲିକାରୁ ଉଠି 11ରେ ପହଞ୍ଚିଛନ୍ତି । ତେବେ ସେ ଏସିଆରେ ସବୁଠୁ ଅଧିକ ଧନୀ ତାଲିକାରେ ନମ୍ବର ଓ୍ବାନରେ ଅଛନ୍ତି । ଏହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟିଜ୍ ସେୟାର ବହୁତ ଭଲ ବିଜେନସ କରିଛି । ଏପରିକି ବିବାହ ଦିନ, ରିଲାଏନ୍ସ ମାର୍କେଟ ସେୟାର 1 ପ୍ରତିଶତ ଉଠିଥିଲା । ଗତ ମାସରେ ଏହାର ସେୟାର 6.65 ପ୍ରତିଶତ ବଢିଥିବା ବେଳେ 6 ମାସ ଭିତରେ ଏହା 14.90 ପ୍ରତିଶତ ବଢିଛି ।

ଅଧିକ ପଢନ୍ତୁ - ଚର୍ଚ୍ଚାରେ ଅନନ୍ତ-ରାଧିକାଙ୍କ ବିବାହ ଖର୍ଚ୍ଚ, ଏତିକି ଟଙ୍କାରେ ହୋଇପାରିଥାନ୍ତା 5ଟି ଚନ୍ଦ୍ର ମିଶନ - Anant Radhika Wedding Budget

ତେବେ ରିଲାଏନ୍ସ ଇଣ୍ଡଷ୍ଟିଜର କାରବାର ଦର୍ଶାଉଛି ଯେ, ଆମ୍ବାନୀ ପରିବାରର ବ୍ୟକ୍ତିଗତ ଖର୍ଚ୍ଚ ଯେତେ ବଢିଲେ ମଧ୍ୟ ଏହା କମ୍ପାନୀର କାରବାର ଉପରେ ପ୍ରଭାବ ପକାଉନାହିଁ । ପୁଅ ଅନନ୍ତ ଏବଂ ବୋହୂ ରାଧିକାଙ୍କ ବିବାହ ଯେ କେବଳ ଆମ୍ବାନୀ ପରିବାରକୁ ଚର୍ଚ୍ଚାରେ ରଖିନି ବରଂ ଆମ୍ବାନୀଙ୍କୁ ଅଧିକ ଭାଗ୍ୟବାନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.