ETV Bharat / business

ସରକାରୀ ଓ ବେସରକାରୀ କର୍ମଚାରୀ ଧ୍ୟାନ ଦିଅନ୍ତୁ, ଏମିତି ଉଠାଇବେ PF ଟଙ୍କା - PF Money Withdraw - PF MONEY WITHDRAW

How To Withdraw PF Money: କର୍ମଚାରୀଙ୍କ ମାସିକ ଆୟରୁ କିଛି ପରିମାଣର ଅର୍ଥରାଶି PF ଆକାଉଣ୍ଟରେ ଜମା ହୋଇଥାଏ । ଆପଣ ଏହାକୁ କେଉଁ ସମୟରେ ଉଠାଇ ପାରିବେ ଏବଂ ଏହାର ନିୟମାବଳୀ କ'ଣ, କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଜାଣି ନିଅନ୍ତୁ ।

PF Money Withdraw
PF Money Withdraw (ETV Bharat)
author img

By ETV Bharat Odisha Team

Published : Jun 18, 2024, 11:13 AM IST

ହାଇଦ୍ରାବାଦ: ଦରମା ଟଙ୍କାରୁ ଇପିଏଫଓ ଦ୍ବାରା ଜମା କରାଯାଉଥିବା ଅର୍ଥରାଶି ଉଠାଇବାର ନିୟମ ଓ ପ୍ରକିୟା ରହିଛି । କର୍ମଚାରୀଙ୍କ ମାସିକ ଆୟରୁ କିଛି ପରିମାଣର ଅର୍ଥରାଶି PF ଆକାଉଣ୍ଟରେ ଜମା ହୋଇଥାଏ । ଏହାକୁ କେଉଁ ସମୟରେ ଉଠାଇ ପାରିବେ ଏବଂ ଏହାର ନିୟମାବଳୀ କ'ଣ, କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଜାଣି ନିଅନ୍ତୁ । ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପରେ ନଜର ପକାନ୍ତୁ ।

PF କ'ଣ?

ପିଏଫ( Provident Fund) ଇପିଏଫଓ ଦ୍ବାରା ଜମା କରାଯାଇଥାଏ । ଏହାକୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ କୁହାଯାଏ । ସରକାରୀ ବା ବେସରକାରୀ ଅନୁଷ୍ଠାନରେ କାମ କରୁଥିବା କୌଣସି କର୍ମଚାରୀଙ୍କ ମାସିକ ଆୟରୁ କିଛି ପରିମାଣର ଅର୍ଥରାଶି ଏହି PF ଆକାଉଣ୍ଟରେ ଜମା ହୋଇଥାଏ । ସରକାରୀ କର୍ମଚାରୀମାନେ ଅବସର ସମୟରେ ଏହି ଅର୍ଥ ରାଶି ଗ୍ରହଣ କରନ୍ତି । ବେସରକାରୀ କର୍ମଚାରୀମାନେ ଚାକିରି ଛାଡିବା ପରେ କିମ୍ବା ଆବଶ୍ୟକସ୍ଥଳେ ଏହାକୁ ପ୍ରାପ୍ତ କରିପାରିବେ । କୌଣସି ଜରୁରୀକାଳିନ ପରିସ୍ଥିତିରେ PF ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ କର୍ମଚାରୀ ।

ଅନଲାଇନରେ କେମିତି ଉଠାଇବେ PF ଆକାଉଣ୍ଟରେ ଜମା ଥିବା ଅର୍ଥରାଶି?

EPFO ର ୱେବସାଇଟ୍ www.epfindia.gov.in ରେ ଲଗ୍ ଇନ କରନ୍ତୁ । ପିଏଫ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ଉପରୋକ୍ତ ଅନଲାଇନ ସାଇଟରେ ଆବେଦନ କରିବାକୁ ପଡିବ । ଏଥିପାଇଁ UAN ନମ୍ବର ଓ ପାସୱାର୍ଡ ଆବଶ୍ୟକ । ଏହା ପରେ ଆବେଦନ ପାଇଁ ଦିଆଯାଇଥିବା ଫର୍ମ ଭରିବା ପରେ ସବମିଟ୍ କରନ୍ତୁ । ଆବେଦନର ୨୦ ଦିନ ଭିତରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ପାଇ ପାରିବେ ।

EPF ଟଙ୍କା ଉଠାଇବା ସମୟରେ ଆପଣଙ୍କୁ ମିଳିବ ୨ଟି ବିକଳ୍ପ:

ଫୁଲ୍ EPF ସେଟଲମେଣ୍ଟ- ଆପଣଙ୍କ PF ଆକାଉଣ୍ଟରେ ଥିବା ସମସ୍ତ ଅର୍ଥରାଶି ପ୍ରାପ୍ତ କରିବାକୁ ଏହି ବିକଳ୍ପ ବାଛନ୍ତୁ ।

EPF ପାର୍ଟ ସେଟଲମେଣ୍ଟ- ଯଦି ସମସ୍ତ ଅର୍ଥରାଶି ନେବା ପରିବର୍ତ୍ତେ ଆପଣ ଏହାର କିଛି ଅଂଶ ନେବାକୁ ଚାହୁଁଛନ୍ତି, ତେବେ ଏହି ବିକଳ୍ପ ଚୟନ କରନ୍ତୁ।

କେମିତି ଅଫଲାଇନରେ ଉଠାଇବେ PF ଆକାଉଣ୍ଟରେ ଜମା ଥିବା ଅର୍ଥରାଶି:

ଯଦି ଆପଣ ଅଫଲାଇନ ମାଧ୍ୟମରେ PF ଆକାଉଣ୍ଟରେ ଜମା ଥିବା ଅର୍ଥରାଶି ଉଠାଇବା ପାଇଁ ଚାହୁଁଛନ୍ତି ତେବେ EPFO କାର୍ଯ୍ୟାଳୟ ଯାଆନ୍ତୁ । ସେଠାରେ ପିଏଫ କ୍ଲେମ କରିବା ପାଇଁ ଆବେଦନ ପତ୍ର ଉପଲବ୍ଧ ରହିଥାଏ । ଏହି କ୍ଲେମ ଫର୍ମ ଭରିବା ପରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରନ୍ତୁ। ଏସବୁ ଦାଖଲ କରି ଅଫଲାଇନରେ ଆବେଦନ କରିବାର ୨୦ ଦିନ ଭିତରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ ।

ଆବେଦନ ପାଇଁ ଆବଶ୍ୟକୀୟ କାଗଜପତ୍ର:

ଆବେଦନକାରୀଙ୍କ UAN ଆଇଡି ଏବଂ ପାସୱାର୍ଡ

ବ୍ୟକ୍ତିଙ୍କ ପରିଚୟପତ୍ର

ପ୍ୟାନ କାର୍ଡ

ବ୍ୟାଙ୍କ ପାସବୁକ୍

ଅଫଲାଇନ ଆବେଦନ ପାଇଁ ଫର୍ମ

ମୋବାଇଲ ସାହାଯ୍ୟରେ କେମିତି କରିବେ କ୍ଲେମ୍:

ଆପଣ ଚାହିଁଲେ ଉମଙ୍ଗ (UMANG) ଆପ୍ ମାଧ୍ୟମରେ କ୍ଲେମ କରିପାରିବେ । ପ୍ରଥମେ ଏହି ଆପ୍ଲିକେସନ ଡାଉନଲଡ କରିବାରୁ ହେବ । ପରେ EPF Claim Form ମାଧ୍ୟମରେ ଆବେଦନ କରିହେବ ।

ଏହା ବି ପଢନ୍ତୁ...ବୈଶ୍ୱିକ ସ୍ତରେର ପେମେଣ୍ଟ ହେବ ଆହୁରି ସହଜ, 20 ଦେଶକୁ ସମ୍ପ୍ରସାରିତ ହେବ UPI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.