ETV Bharat / business

ସୁଭଦ୍ରା ଯୋଜନା: ପ୍ରତି ମହିଳାଙ୍କୁ ମିଳିବ 50 ହଜାରର ଭାଉଚର, କେମିତି କରିବେ ଆବେଦନ ଜାଣନ୍ତୁ - Subhadra Yojana

author img

By ETV Bharat Odisha Team

Published : Jun 23, 2024, 10:25 PM IST

Subhadra Yojana: ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା ? କେମିତି କରିବେ ଆବେଦନ ? ଆବେଦନ ପାଇଁ କେଉଁମାନେ ଯୋଗ୍ୟ ? କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ? ପଢ଼ନ୍ତୁ

Subhadra Yojana
Subhadra Yojana (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର । ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ସବୁ ପ୍ରତିଶ୍ରୁତି ଭିତରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି 'ସୁଭଦ୍ରା' ଯୋଜନା । ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତିକରଣ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଏକ ନୂତନ ଯୋଜନା ହେଉଛି 'ସୁଭଦ୍ରା' ଯୋଜନା । ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ 50,000 ଟଙ୍କାର ଭାଉଚର ଯୋଗାଇ ଦିଆଯିବ । ୨ ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ । ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଓ ଏଥିପାଇଁ କେମିତି ଆବେଦନ କରିବେ ଆସନ୍ତୁ ଜାଣିବା ।

କେଉଁମାନେ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଯୋଗ୍ୟ:

  • ସୁଭଦ୍ରା ଯୋଜନା ପାଇଁ ଆବେଦନ କରୁଥିବା ମହିଳା ଓଡି଼ଶାର ମୂଳ ବାସିନ୍ଦା ହୋଇଥିବା ଆବଶ୍ୟକ
  • କେବଳ ବିବାହିତା ମହିଳାମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ
  • ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ
  • ଆବେଦନକାରୀ ମହିଳା କୌଣସି ସରକରୀ କ୍ଷେତ୍ରରେ ଚାକିରି କରିନଥିବେ
  • ଅଙ୍ଗନୱାଡ଼ି କର୍ମୀ ମଧ୍ୟ ଏହି ଯୋଜନା ପାଇଁ ଆବେଦନ କରିପାରିବେ

ସୁଭଦ୍ରା ଯୋଜନାରେ ଆବେଦନ ପାଇଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ:

  • ଆଧାର କାର୍ଡ୍ (Aadhar card)
  • ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ (Bank Account)
  • ଆୟ ପ୍ରମାଣପତ୍ର (Income Certificate)
  • ଠିକଣା ପ୍ରମାଣପତ୍ର (Valid Address)
  • ବୟସ ପ୍ରମାଣପତ୍ର (Age Proof)
  • ବିବାହ ପ୍ରମାଣପତ୍ର (Marriage Certificate)-
  • ମୋବାଇଲ ନମ୍ବର (Phone Number)
  • ପାସପୋର୍ଟ୍ ଫଟୋ (Passport Size photo)
  • ରାସନ କାର୍ଡ (Ration Card)

ତେବେ ଏହି ଯୋଜନାରେ କିପରି ଆବେଦନ କରାଯିବ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ନୋଟିଫିକେସନ ଆସିନାହିଁ । 100 ଦିନ ଭିତରେ ନୋଟିଫିକେସନ ଆସିବ ଓ ଅନଲାଇନ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି । ଏହା https://odisha.gov.in/ କିମ୍ବା Odisha government’s ଅଫିସିଆଲ ୱେବସାଇଟରେ ଉପଲବ୍ଧ ହୋଇପାରେ । ଏହି ସାଇଟକୁ ଯାଇ ଆପଣ ଆବେଦନ କରିପାରିବେ ।

ସୁଭଦ୍ରା ଯୋଜନାରେ କେଉଁ ସବୁ ସୁବିଧା ମିଳିବ:

ଆର୍ଥିକ ସହାୟତା: ପ୍ରତ୍ୟେକ ମହିଳାଙ୍କୁ ସରକାରଙ୍କ ପକ୍ଷରୁ 50,000 ଟଙ୍କା ମୂଲ୍ୟର ଏକ ଭାଉଚର ଦିଆଯିବ । ଯାହାକି 2 ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ ।

ଅର୍ଥନୈତିକ ସଶକ୍ତିକରଣ: ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା । ଏହି ଯୋଜନା ବିବାହିତ ମହିଳା, ବିଶେଷକରି ଯେଉଁମାନେ ସରକାରୀ ଚାକିରିରେ ନିୟୋଜିତ ନୁହଁନ୍ତି ସେମାନଙ୍କ ପାଇଁ ପ୍ରଜୁଯ୍ୟ ।

ଏହା ମଧ୍ୟ ପଢ଼ନ୍ତୁ....ମହିଳାଙ୍କ ପାଇଁ ଖୁସି ଖବର, ସୁଭଦ୍ରା ଯୋଜନାରେ କେବେ ମିଳିବ ଟଙ୍କା କହିଲେ ଉପମୁଖ୍ୟମନ୍ତ୍ରୀ

ସେପଟେ ଆଜି ସୁଭଦ୍ରା ଯୋଜନା ନେଇ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯୋଜନାରେ ରାଜ୍ୟର ସବୁ ମହିଳାଙ୍କୁ ଟଙ୍କା ମିଳିବ ନେଇ ସୂଚନା ଦେଇଛନ୍ତି ପ୍ରଭାତୀ । ସୁଭଦ୍ରା ଯୋଜନାରେ କ୍ୟାବିନେଟ୍‌ ମୋହର ବାଜିବା ପରେ ଏହି ଯୋଜନା ଡ୍ରାଫ୍ଟିଂ ଷ୍ଟେଜ୍‌ରେ ଅଛି ଏବଂ ଆସନ୍ତା ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବରେ ଲଞ୍ଚ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.