ETV Bharat / business

ବଜେଟ ୨୦୨୪: ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ, ପ୍ରମୁଖ ପର୍ଯ୍ୟଟନସ୍ଥଳ ହେବ ଲାକ୍ଷାଦ୍ୱୀପ

author img

By ETV Bharat Odisha Team

Published : Feb 1, 2024, 1:52 PM IST

Updated : Feb 1, 2024, 2:11 PM IST

Budget 2024: ଆୟକର ଛାଡ଼ ସୀମା ଅପରିବର୍ତ୍ତିତ । ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କଲେନି ସରକାର । ଅଧିକ ପଢନ୍ତୁ

ବଜେଟ ୨୦୨୪
ବଜେଟ ୨୦୨୪

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ଟିକସ ବ୍ୟବସ୍ଥା । ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବନି । ଆଜି ଅନ୍ତରୀଣ ବଜେଟ ଉପସ୍ଥାପନ ଅବସରରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଆୟକର ସୀମାଛାଡ ଉପରେ ସମସ୍ତଙ୍କ ନଜର ରହିଥିଲା । ମାତ୍ର ପ୍ରଚଳିତ ଟିକସ ବ୍ୟବସ୍ଥାକୁ ଅପରିବର୍ତ୍ତିତ ରଖାଯାଇଛି । ଗତ ଥରର ଆୟକର ସ୍ଲାବ ଏଥର ଲାଗୁ ହେବ । ଅର୍ଥାତ୍ ପୂର୍ବଭଳି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ବଜେଟ ୨୦୨୪
ବଜେଟ ୨୦୨୪

ଆୟକର ଛାଡ଼ ସୀମା ଅପରିବର୍ତ୍ତିତ: ଏହା ଅନ୍ତରୀଣ ବଜେଟ ହୋଇଥିବାରୁ ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇନି । ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟରେ ଆୟକର ଛାଡ ସୀମା ସମ୍ପର୍କିତ ବଡ଼ ନିଷ୍ପତ୍ତି ନେଇପାରନ୍ତି । ତେବେ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଓ ସରଳ କରାଯିବ । ଡାଇରେକ୍ଟ ଟ୍ୟାକ୍ସ ଓ ଇନଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ ରହିବ । କର୍ପୋରେଟ ଟିକସ ହାର ୩୦ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ବିତ୍ତୀୟ ନିୟଣ୍ଟକୁ 4.5%କୁ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୨୩-୨୫ ବର୍ଷରେ ବିତ୍ତୀୟ ନିଅଣ୍ଟ ୫.୧ ପ୍ରତିଶତ ହ୍ରାସ ହେବା ଲକ୍ଷ୍ୟ ରଖାଯାଇଛି ।

ବଜେଟରେ ଲାକ୍ଷାଦ୍ୱୀପ ପର୍ଯ୍ୟଟନକୁ ଗୁରୁତ୍ୱ: ଅର୍ଥମନ୍ତ୍ରୀ ଲାକ୍ଷାଦ୍ବୀପରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରିବା ସମ୍ପର୍କରେ ଘୋଷଣା କରିଛନ୍ତି । ଲାକ୍ଷାଦ୍ବୀପ ଦେଶରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହେବ । କିପରି ଅଧିକରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ । ସୀତାରମଣ କହିଛନ୍ତି ଦେଶର ସମସ୍ତ ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବ । ଲାକ୍ଷାଦ୍ବୀପ ସହ ଅନ୍ୟ ଦ୍ବୀପପୁଞ୍ଜର ମଧ୍ୟ ବିକାଶ ହେବ । ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ରାଜ୍ୟକୁ ଶସ୍ତା ଓ ଦୀର୍ଘ ମିଆଦୀ ଋଣ ପ୍ରଦାନ କରିବ ।

ଏହା ମଧ୍ୟ ପଢନ୍ତୁ: ଗରିବଙ୍କ ପାଇଁ ବଡ଼ ଘୋଷଣା; ୫ ବର୍ଷରେ ନିର୍ମାଣ ହେବ ଆଉ ୨ କୋଟି ପକ୍କା ଘର

ଏହା ମଧ୍ୟ ପଢନ୍ତୁ: ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ

Last Updated : Feb 1, 2024, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.