ETV Bharat / bharat

ମଣିଷର ବନ୍ଧୁ ଘରଚଟିଆ, ଜାଣନ୍ତୁ କିଛି ରୋଚକ କଥା - World Sparrow Day 2024

World Sparrow Day 2023: ଆଜି ହେଉଛି ବିଶ୍ୱ ଘରଚଟିଆ ଦିବସ । ଏହା ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପାଳନ କରାଯାଏ । ସେମାନଙ୍କର ହ୍ରାସ ପାଉଥିବା ଜନସଂଖ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ । ତେବେ ଆଜିର ଦିନରେ ଚାଲନ୍ତୁ ଜାଣିବା, ଘରଚଟିଆଙ୍କ ବିଷୟରେ କିଛି ରୋଚକ କଥା

ଆଜି ବିଶ୍ୱ ଘରଚଟିଆ ଦିବସ; ଘରଚଟିଆଙ୍କ ବିଷୟରେ ଜାଣନ୍ତୁ କିଛି ରୋଚକ କଥା

author img

By ETV Bharat Odisha Team

Published : Mar 20, 2024, 2:18 PM IST

ହାଇଦ୍ରାବାଦ: ଘରକୁ ଘରଚଟିଆର ଆଗମନ ସର୍ବଦା ଶୁଭ ବୋଲି ବିବେଚନା କରାଯାଏ । ବଗିଚାରେ ହେଉ କିମ୍ବା କ୍ଷେତରେ କିମ୍ୱା ଘରେ କିଚିରିମିଚିରି ଶଦ୍ଦରେ ଚତୁର୍ଦ୍ଦିଗ କମ୍ପାଇଥାଏ । ହେଲେ ଆଉ ଶୁଭୁନି ସେହି କିଚିରିମିଚିରି ଶଦ୍ଦ । ବିଭିନ୍ନ କାରଣରୁ ଲୋପ ପାଇବାକୁ ବସିଲେଣି ଘରଚଟିଆ । ଏପରି ସମୟରେ ବିଲୁପ୍ତ ଘରଚଟିଆଙ୍କ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ 20 ମାର୍ଚ୍ଚରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଏ ।

  • ବିଲୁପ୍ତ ହେଲେଣି ଘରଚଟିଆ

ଘରଚଟିଆ ମାନଙ୍କ ସଂଖ୍ୟା ହ୍ରାସ ପଛରେ ଅନେକ କାରଣ ଅଛି । କୃଷି କ୍ଷେତ୍ରରେ ରାସାୟନିକ ସାର ଏବଂ କୀଟନାଶକର ଅତ୍ୟଧିକ ବ୍ୟବହାର ଏବଂ ପକ୍କା ଘରର ଡିଜାଇନ ପଶୁ ଏବଂ ପକ୍ଷୀମାନଙ୍କ ପାଇଁ ସ୍ଥାନ ଅଭାବ ଆଜିର ଦିନରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ବିକାଶ ସହ ଘର ଚାରିପାଖରେ ଘରଚଟିଆଙ୍କ ପାଇଁ ଅନୁକୂଳ ଗଛ ଏବଂ ଉଦ୍ଭିଦ ସଂଖ୍ୟା ହ୍ରାସ ପାଉଛି। ଅନେକ ମହାନଗରରେ ପକ୍ଷୀମାନଙ୍କୁ ଅଟକାଇବା ପାଇଁ ଘର ଚାରିପାଖରେ ଜାଲ ଏବଂ କଣ୍ଟା ବ୍ୟବହୃତ ହେଉଛି । ବାସସ୍ଥାନ ସମେତ ଏଥିସହ ବଢୁଥିବା ପ୍ରଦୂଷଣ ବୃଦ୍ଧି ହେତୁ ମଧ୍ୟ ଚଟିଆ ମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ।

  • ବିଶ୍ୱ ଘରଚଟିଆ ଦିବସର ଇତିହାସ:-

ତେବେ ଘରଚଟିଆଙ୍କ ପାଇଁ ଇକୋ-ସିସ୍ ଆକ୍ସନ୍ ଫାଉଣ୍ଡେସନ୍ (ଫ୍ରାନ୍ସ) ଏବଂ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରୀୟ ତଥା ଅନ୍ତର୍ଜାତୀୟ ସଂଗଠନର ସହଯୋଗରେ ଏହା ନେଚର ଫରେଏଭର ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ଏକ ଅନ୍ତର୍ଜାତୀୟ ପଦକ୍ଷେପ ନେଇଥିଲେ । ଏହା ମୁଖ୍ୟତଃ ଘରଟିଆମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପାଳନ କରାଯାଏ । କିନ୍ତୁ ଏଥିରେ ଅନ୍ୟ ସାଧାରଣ ପକ୍ଷୀମାନଙ୍କର ସୌନ୍ଦର୍ଯ୍ୟ ଏବଂ ଜୈବ ବିବିଧତା ମଧ୍ୟ ଅନ୍ତର୍ଭୁକ୍ତ ହୁଏ ଯାହା ଆମ ପରି ସମାନ ସ୍ଥାନ ବାଣ୍ଟିପାରେ ।

ପ୍ରସିଦ୍ଧ ପରିବେଶବିତ୍ ମହମ୍ମଦ ଦିଲୱାର ନାଶିକରେ ଘରର ଘରଚଟିଆଙ୍କ ବିଶେଷ ଯତ୍ନ ନେବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନକୁ ଅଫିସିଆଲ କରିବା ନେଇ ଅନେକ ଆଲୋଚନା ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୦ରେ ପ୍ରଥମ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରାଗଲା । ଏହା ପରେ ପ୍ରତିବର୍ଷ ଘରଚଟିଆଙ୍କ ହ୍ରାସ ପାଉଥିବା ଜନସଂଖ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ ।

ଘରଚଟିଆ ବିଷୟରେ କିଛି ରୋଚକ ତଥ୍ୟ:-

  • ଏହି ପ୍ରଜାତିର ପୁରୁଷ ଏବଂ ମାଈ ମଧ୍ୟରେ ପାର୍ଥକ୍ୟ କରିବା ଅତ୍ୟନ୍ତ ସହଜ ମାଈ ଏବଂ ଯୁବ ପ୍ରଜାତିର ପକ୍ଷୀମାନେ ଫିକା ଧୂସର ଏବଂ ବାଦାମୀ ରଙ୍ଗର ହୋଇଥିବା ବେଳେ ପୁରୁଷ ପକ୍ଷୀ କଳା, ଧଳା ଏବଂ ବାଦାମୀ ରଙ୍ଗର ଅଟେ । ମାଈ ପ୍ରଜାତିର ପକ୍ଷୀ ପୁରୁଷ ତୁଳନାରେ ସାମାନ୍ୟ ବଡ଼ ହୋଇଥାଏ ।
  • ୟୁରୋପର ଅଧିକାଂଶ ଅଂଶ ଏବଂ ଏସିଆର ଅନେକ ଅଂଶରେ ମିଳିଥିବା ଏହି ଛୋଟ ପକ୍ଷୀର ସାଧାରଣ ଲମ୍ୱ 16 ସେମି (6.3 ଇଞ୍ଚ) ଏବଂ ଓଜନ 24 ରୁ 39.5 ଗ୍ରାମର ଅଟେ ।
  • ଘରଚଟିଆ ଗୁଡ଼ିକ ନିଜର ବସା ନିଜେ ନିର୍ମାଣ କରେ । ପୁରୁଷ ଘରଚଟିଆ ମାନେ ମାଈ ପ୍ରଜାତିଙ୍କୁ ଆକର୍ଷିତ କରିବା ପାଇଁ ବସା ନିର୍ମାଣ କରନ୍ତି ।
  • ଘରଚଟିଆ ମାନେ ଗୋଷ୍ଠୀରେ ରହିବାକୁ ଭଲପାଆନ୍ତି । ଘରଚଟିଆ ମାନେ ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ ପରିବେଶରେ ରହିପାରନ୍ତି କାରଣ ସେମାନଙ୍କର ମଣିଷ ସହ ଘନିଷ୍ଠ ସମ୍ପର୍କ ଅଛି ।
  • ଘରର ଘରଚଟିଆଙ୍କ ହାରାହାରି ଆୟୁ ପ୍ରାୟ 10 ବର୍ଷରୁ କମ୍; ବିଶେଷକରି ସହରୀ ପରିବେଶରେ ଏହା ସାଧାରଣତଃ 4 ରୁ 5 ବର୍ଷ ବଞ୍ଚେ ।
  • ଅଧିକାଂଶ ଯୁଗଳ ପକ୍ଷୀ ବର୍ଷକୁ ଅତି କମରେ ଦୁଇରୁ ତିନିଟି ଛୁଆ ଜନ୍ମ କରିଥାଏ । ପକ୍ଷୀ ବସା ମାତ୍ର ୧୧ ଦିନ ରହିଥାଏ, ଏବଂ ଶିଶୁମାନେ ଦୁଇ ସପ୍ତାହ ପରେ ବସା ଛାଡିଥା’ନ୍ତି ।

ଏହା ମଧ୍ୟ ପଢନ୍ତୁ: ହଜିବାକୁ ବସିଲାଣି କିଚିରି ମିଚିରି ଶବ୍ଦ

ମଣିଷ ପାଇଁ ଘରଚଟିଆ କାହିଁକି ଗୁରୁତ୍ୱପୂର୍ଣ୍ଣ?

  • ଖାଦ୍ୟ ଶୃଙ୍ଖଳରେ ସନ୍ତୁଳନ ବଜାୟ ରଖିବାରେ ଘରଚଟିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।
  • କ୍ଷତିକାରକ କୀଟମାନଙ୍କୁ ନଷ୍ଟ କରି ପରିବେଶ ସନ୍ତୁଳନରେ ଘରଚଟିଆ ମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।
  • ଫସଲକୁ କ୍ଷତି ପହଞ୍ଚାଉଥିବା କୀଟ ଦାଉରୁ ରକ୍ଷା କରନ୍ତି ଘରଚଟିଆ
  • ଫସଲ ପାଇଁ ଅଲଫା ଏବଂ କଟୱର୍ମ କୀଟ ଅତ୍ୟନ୍ତ ବିପଜ୍ଜନକ ହୋଇଥିବା ବେଳେ ଘରଚଟିଆ ମାନେ ନିଜ ପିଲାମାନଙ୍କୁ ଅଲଫା ଏବଂ କଟୱର୍ମ ନାମକ କୀଟମାନଙ୍କୁ ଖାଇବାକୁ ଦିଅନ୍ତି ।
  • ଏହି କୀଟମାନେ ଫସଲର ପତ୍ରକୁ ନଷ୍ଟ କରିଦିଅନ୍ତି, ଯେଉଁଥିପାଇଁ ସେମାନଙ୍କର ବୃଦ୍ଧି ବନ୍ଦ ହୋଇଯାଏ । ଫଳରେ କୃଷକଙ୍କୁ ଏହାର ଡର ନଥାଏ ।
  • ଏସବୁ ବ୍ୟତୀତ, ଘରଚଟିଆ ମାନେ ମୌସୁମୀ ସମୟରେ ଦେଖାଯାଇଥିବା କୀଟପତଙ୍ଗ ମଧ୍ୟ ଖାଇଥା’ନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.