ETV Bharat / bharat

ଝିଅମାନଙ୍କୁ ବିନ୍ଦି ଓ ତିଳକ ଲଗାଇବାକୁ ବ୍ୟାନ କରିବେ କି ? କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ - Supreme Court on hijab ban

author img

By ETV Bharat Odisha Team

Published : Aug 10, 2024, 2:23 PM IST

Supreme Court on hijab ban: କଲେଜରେ ହିଜାବ ବ୍ୟାନକୁ ନେଇ ସୁପ୍ରିମକୋର୍ଟ ବଡ଼ ଟିପ୍ପଣୀ । କହିଲେ ଯଦି ହିଜାବ ବ୍ୟାନ କରୁଛ, ତାହେଲେ ଝିଅମାନଙ୍କୁ ବିନ୍ଦି ଓ ତିଳକ ଲଗାଇବାକୁ ବ୍ୟାନ କରିପାରିବ କି ?

Etv Bharat
Etv Bharat (Etv Bharat)

ନୂଆଦିଲ୍ଲୀ: ମୁମ୍ବାଇର ଏକ କଲେଜରେ ହିଜାବ ବ୍ୟାନ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି । କୋର୍ଟ କଲେଜ କର୍ତ୍ତୃପକ୍ଷ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଯଦି ହିଜାବ ବ୍ୟାନ କରୁଛ, ତାହେଲେ ଝିଅମାନଙ୍କୁ ବିନ୍ଦି ଓ ତିଳକ ଲଗାଇବାକୁ ବ୍ୟାନ କରିପାରିବ କି ? ଯଦି ହିଜାବ ବ୍ୟାନର ଉଦ୍ଦେଶ୍ୟ କଲେଜର ସମାନ ଡ୍ରେସ କୋଡ୍ ଲାଗୁ କରିବାର ଥିଲା, ତାହେଲେ ବିନ୍ଦି ଓ ତିଳକ ଭଳି ଅନ୍ୟ ଧାର୍ମିକ ଚିହ୍ନକୁ କ'ଣ ପାଇଁ ନିଷେଦ୍ଧ କରାଗଲାନି ?

କ'ଣ ଥିଲା ଘଟଣା ?

ମେ' ୧ରେ ମୁମ୍ବାଇର ଚେମ୍ବୁରରେ ଥିବା ଏନଜି ଆଚାର୍ଯ୍ୟ ଓ ଡିକେ ମରାଠୀ କଲେଜରେ ହିଜାବ, ନକାବକୁ ନେଇ ଏକ ନୋଟିସ୍ ଜାରି ହୋଇଥିଲା । କଲେଜରେ ଛାତ୍ରୀମାନଙ୍କୁ ବୁର୍ଖା, ହିଜାବ, ନକାବ, ଷ୍ଟୋଲ ଓ କ୍ୟାପ୍ ପିନ୍ଧି ଆସିବାକୁ ବାରଣ କରାଯାଇଥିଲା । ଏହାକୁ ମୌଳିକ ଅଧିକାରର ଉଲ୍ଲଂଘନ କହି କିଛି ଛାତ୍ରୀ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ସେଠାରେ ଆବଦେନ ଖାରଜ ହେବାରୁ ସେମାନେ ସୁପ୍ରିମକୋର୍ଟରେ ଆବଦେନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ସରକାରକୁ ଆଉ ଏକ ଝଟକା, ମହାନଗର ନିଗମକୁ ସଦସ୍ୟ ମନୋନିତ କରିପାରିବେ ଉପରାଜ୍ୟପାଳ - Supreme Court Setback For AAP

ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୀବ ଖନ୍ନା ଓ ସଞ୍ଜୟ କୁମାରଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ବିଚାରପତି କହିଥିଲେ, ''ଝିଅମାନେ କ'ଣ ପିନ୍ଧିବେ ତାହା ସେମାନଙ୍କ ଉପରେ ଛାଡିବା ଉଚିତ୍ । କଲେଜ ସେମାନଙ୍କୁ ବାଧ୍ୟ କରିପାରିବ ନାହିଁ ।'' କଲେଜ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ କହିଥିଲେ ଯେ, ମୁସଲିମ ଛାତ୍ରୀ ହିଜାବ ପିନ୍ଧିଲେ ହିନ୍ଦୁ ଛାତ୍ରୀମାନେ ମଧ୍ୟ ଗେରୁଆ ରଙ୍ଗର ସାଲ୍ ପିନ୍ଧିବେ । ଏହା ରାଜନୈତିକ ମୁବ୍ଦା ହୋଇପାରେ ଓ ଏଥିରୁ ରାଜନୈତିକ ତତ୍ତ୍ବ ଫାଇଦା ଉଠାଇ ପାରନ୍ତି । କଲେଜରେ ସମାନ ଡ୍ରେସକୋଡ ଲାଗୁ ଓ ଅନୁଶାସନ ବଜାର ରଖିବା ଉଦ୍ଦେଶ୍ୟରେ ହିଜାବ ବ୍ୟାନ କରାଯାଇଛି ।

ବିନ୍ଦି ଓ ତିଳକ ଲଗାଇବା ବ୍ୟାନ କରିପାରିବ କି ?

ଏଥିରେ କୋର୍ଟ କହିଥିଲେ, ଯଦି ହିଜାବ ବ୍ୟାନ କରୁଛ, ତା'ହେଲେ ଝିଅମାନଙ୍କୁ ବିନ୍ଦି ଓ ତିଳକ ଲଗାଇବାକୁ ବ୍ୟାନ କରିପାରିବ କି ? ଯଦି ହିଜାବ ବ୍ୟାନର ଉଦ୍ଦେଶ୍ୟ କଲେଜର ସମାନ ଡ୍ରେସ କୋଡ୍ ଲାଗୁ କରିବାର ଥିଲା, ତାହେଲେ ଅନ୍ୟ ଧାର୍ମିକ ଚିହ୍ନକୁ କ'ଣ ପାଇଁ ବ୍ୟାନ କରାଗଲାନି ? ଝିଅମାନଙ୍କୁ ନିଜ ଇଚ୍ଛାରେ କିଛି ପିନ୍ଧିବାକୁ ଅନୁମତି ଅଛି । ଏଥିପାଇଁ ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ତେବେ କ୍ଲାସରୁମ ଭିତରେ ବୁର୍ଖା ପିନ୍ଧିବା କିମ୍ବା ଅନ୍ୟ ଧାର୍ମିକ ଗତିବିଧି ପାଇଁ ଅନୁମତି ଦିଆଯିବନି ବୋଲି କୋର୍ଟ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.