ETV Bharat / bharat

କାଲି ପୁଣି ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ କରିବେ କୃଷକ - Delhi police

Will Try Again Tomorrow: Farmers, Marching To Delhi: ଆଜି ରାଜରାସ୍ତାରେ ରାତି କାଟିବେ । କାଲି ପୁଣି ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ କରିବେ କୃଷକ । ଅଧିକ ପଢନ୍ତୁ

କାଲି ପୁଣି ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ କରିବେ କୃଷକ

author img

By ETV Bharat Odisha Team

Published : Feb 13, 2024, 10:58 PM IST

ନୂଆଦିଲ୍ଲୀ: ଆଜି ପଞ୍ଜାବ ଓ ହରିୟାଣାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଲାକ୍ଷାଧିକ କୃଷକଙ୍କୁ ପୋଲିସ ପଞ୍ଜାବ-ହରିୟାଣା ସୀମାବର୍ତ୍ତୀ ଶମ୍ଭୁ ବର୍ଡର ନିକଟରେ ରୋକିବାରେ ସଫଳ ହୋଇଛି । ଏଥିରେ ଉଭୟ ପୋଲିସ ଓ କୃଷକମାନେ ବହୁସଂଖ୍ୟାରେ ଆହତ ହୋଇଛନ୍ତି । ହେଲେ ଏହି ଆନ୍ଦୋଳନ ସ୍ଥଗିତ କିମ୍ବା ପ୍ରତ୍ୟାହୃତ ହେବ ନାହିଁ । କୃଷକମାନେ ଆଜି ସେଠାରେ ରାଜପଥରେ ରାତ୍ରିଯାପନ କରିବେ । ଆସନ୍ତାକାଲି ପୁଣି ଥରେ ସେମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଆଜି ମଧ୍ୟାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ପୋଲିସ ସହ କୃଷକଙ୍କ ସଂଘର୍ଷ ଦେଖିବାକୁ ମିଳିଥିଲା । ପୋଲିସ ବଳ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା । ହେଲେ କୃଷକ ମଧ୍ୟ ପଛକୁ ଫେରିବାକୁ ପ୍ରସ୍ତୁତ ନଥିଲେ । ସେମାନେ ଆଜି ରାତିରେ ଜାତୀୟ ରାଜପଥରେ ରହିବେ । ଆସନ୍ତାକାଲି ପୁଣି ଆନ୍ଦୋଳନ ଆରମ୍ଭ କରିବେ ।

ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବଥରର ଘଟଣାକୁ ଦେଖି କୃଷକମାନେ ପୂର୍ଣ୍ଣ ପ୍ରସ୍ତୁତି ସହ ଆସିଛନ୍ତି । ସେମାନେ ଏହି ଆନ୍ଦୋଳନ ଲମ୍ବା ସମୟ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ମଧ୍ୟ ରହିଛି । ସେମାନେ ତମ୍ବୁରେ ରହିବା ସହ ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ଆନ୍ଦୋଳନ ପ୍ରତ୍ୟାହାର କରିବେ ନାହିଁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆସିଛି, ଭାରତ ଆପଣଙ୍କ ପାଇଁ ଗର୍ବିତ’

କୃଷକଙ୍କର ଏହି ମାର୍ଚ୍ଚ ଏବେ ରାଜଧାନୀ ଦିଲ୍ଲୀ ଠାରୁ ପ୍ରାୟ 2 ଶହ କି.ମି ଦୂରରେ ଅଛି । ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଛୋଟବଡ ପ୍ରାୟ ଶତାଧିକ ଚାଷୀ ସଂଗଠନ ଏହି ଆନ୍ଦୋଳନରେ ସାମିଲ ଥିବାରୁ ସମୟ ବଢିବା ସହ ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା ମଧ୍ୟ ବଢିବା ନେଇ ଆଶା କରାଯାଉଛି । ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ସବୁ ପଏଣ୍ଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଙ୍ଗୁ ବର୍ଡର, ଟିକିରି ବର୍ଡର ପରି ସମ୍ବେଦନଶୀଳ ଏଣ୍ଟ୍ରି ପଏଣ୍ଟରେ ବିଶାଳ କଂକ୍ରିଟ ବାରିକେଡ ଓ ରାସ୍ତାରେ ଲୁହାକଣ୍ଟା ବିଛାଯାଇଛି । ବ୍ୟାପକ ଫୋର୍ସ ମଧ୍ୟ ପ୍ରସ୍ତୁତି ସହ ମୁତୟନ ହୋଇଛନ୍ତି । ଆଜି ଦିଲ୍ଲୀର ବିଭିନ୍ନ ସ୍ଥାନରେ ନିଜେ ପୋଲିସ କମିଶନର ସଞ୍ଜୟ ଆରୋରା ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.