ETV Bharat / bharat

ପୂର୍ବତଟ ରେଳପଥରେ କେବେ କାର୍ଯ୍ୟକାରୀ ହେବ ‘କବଚ’, ଦୁର୍ଘଟଣାରେ ଲାଗିବ ବ୍ରେକ୍‌

ଭାରତୀୟ ରେଳବାଇ ପାଇଁ ଚିନ୍ତାର କାରଣ ରେଳ ଦୁର୍ଘଟଣା । ବ୍ୟସ୍ତବହୁଳ ପୂର୍ବତଟ ରେଳପଥରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଗିବ କବଚ ।

author img

By ETV Bharat Odisha Team

Published : 3 hours ago

Updated : 2 hours ago

ପୂର୍ବତଟ ରେଳପଥରେ କେବେ କାର୍ଯ୍ୟକାରୀ ହେବ ‘କବଚ’, ଦୁର୍ଘଟଣାରେ ଲାଗିବ ବ୍ରେକ୍‌
ପୂର୍ବତଟ ରେଳପଥରେ କେବେ କାର୍ଯ୍ୟକାରୀ ହେବ ‘କବଚ’, ଦୁର୍ଘଟଣାରେ ଲାଗିବ ବ୍ରେକ୍‌ (ETV Bharat Odisha)

ହାଇଦ୍ରାବାଦ: ଆଧୁନିକୀକରଣ ଦିଗରେ ବଢୁଛି ଭାରତୀୟ ରେଳବାଇ । ଏବେ ଚିନ୍ତା କିପରି ଏଡ଼ାଯିବ ଦୁର୍ଘଟଣା । ନିକଟରେ ଏକାଧିକ ଦୁର୍ଘଟଣା ଯାତ୍ରୀଙ୍କ ସୁରକ୍ଷା ଓ ଭାରତୀୟ ରେଳବାଇ ବୈଷୟିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାରି ମଧ୍ୟରେ 2020ରେ ରେଳ ଦୁର୍ଘଟଣା ହ୍ରାସ କରିବା ପାଇଁ ସରକାର ଆରମ୍ଭ କରିଥିବା ‘କବଚ’ ସିଷ୍ଟମର କାର୍ଯ୍ୟକାରିତାର ଆବଶ୍ୟକତା ମଧ୍ୟ ପୁଣି ସାମ୍ନାକୁ ଆସିଛି ।

ସୁରକ୍ଷାର ଅନ୍ୟନାମ ‘କବଚ’ :

ଗୋଟିଏ ଟ୍ରାକରେ କୌଣସି କାରଣ ବଶତଃ ମୁହାଁମୁହିଁ କିମ୍ବା ପଛକୁ ପଛ ଦୁଇଟି ଟ୍ରେନର ଦୁର୍ଘଟଣାକୁ ରୋକିବା ପାଇଁ ‘କବଚ’ ସିଷ୍ଟମ ଲଗାଯାଉଛି । ମାତ୍ର ଏହା ସେତେମାତ୍ରାରେ କ୍ରିୟାଶୀଳ ହୋଇପାରିନି । ବିଶାଳ ରେଳ ନେଟଓ୍ବାର୍କର ମାତ୍ର ୩ ପ୍ରତିଶତ ଏହି ଅତ୍ୟାଧୁନିକ କବଚ ସିଷ୍ଟମରେ କଭର ହୋଇପାରିଥିବା ସୂଚନା ରହିଛି । ଏବେ ପ୍ରଶ୍ନ ଉଠୁଛି ଭାରତୀୟ ରେଳବାଇର ବ୍ୟସ୍ତ ବହୁଳ ଜୋନ ପୂର୍ବତଟ ରେଳପଥ- ଇଷ୍ଟ କୋଷ୍ଟ ରେଳବାଇରେ କେବେ ଲାଗିବ କବଚ ବ୍ୟବସ୍ଥା ?

କିପରି କାମ କରେ ‘କବଚ ସିଷ୍ଟମ’ ?

‘କବଚ’ରେ ରହିଛି ଦୁର୍ଘଟଣା ନିରୋଧୀ ଟେକ୍ନୋଲୋଜି (Anti Collision Technology) । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆଗ-ପଛ ହୋଇ ଗଡୁଥିଲେ, ଏହା ଉଭୟ ଲୋକୋମୋଟିଭ ମଧ୍ୟରେ ଦୂରତାକୁ ନିରୀକ୍ଷଣ କରେ । ଉଚିତ ଦୂରତା ନରହିଲେ ବା କୌଣସି ସିଗ୍ନାଲିଂ ତ୍ରୁଟି ସମୟରେ ଲୋକୋପାଇଲଟ ବ୍ରେକ୍‌ ଲଗାଇବାକୁ ଭୁଲି ଗଲେ, ତ୍ରୁଟି କିମ୍ବା ବିଳମ୍ବ କଲେ, ଏହି ପ୍ରଣାଳୀ ସ୍ବୟଂଚାଳିତ ଭାବେ ଲୋକୋମୋଟିଭରେ ବ୍ରେକ୍ ଲଗାଇ ବେଗ ହ୍ରାସ କରିବା ସହ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଥାଏ । ଆବଶ୍ୟକ ସ୍ଥଳେ ଟ୍ରେନକୁ ସମ୍ପୂର୍ଣ୍ଣ ବ୍ରେକ କରି ଟ୍ରାକରେ ଛିଡା ମଧ୍ୟ କରିପାରେ ।

  • କବଚ ଟେକ୍ନୋଲୋଜି:

କବଚ ହେଉଛି ଏକ ସ୍ବଦେଶୀ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ପ୍ରଣାଳୀ, ଯାହାକି ଆରଡିଏସଓ (Research Design and Standards Organization) ଦ୍ବାରା ବିକଶିତ କରାଯାଇଛି । ଏହା ସିଗନାଲ ସହ ଅନ୍ୟ ଗତିବିଧି ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ । ଆସନ୍ତା ୫ ବର୍ଷ ଭିତରେ ୪୪ ହଜାର କିଲୋମିଟର ରେଳ ଟ୍ରାକରେ ‘କବଚ’ ସିଷ୍ଟମ ଲଗାଇବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତୀୟ ରେଳବାଇ । ବର୍ତ୍ତମାନ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓଡ଼ାକୁ ଯୋଗାଯୋଗ କରୁଥିବା ରେଳ ଲାଇନରେ ଏହାର ଇନଷ୍ଟଲେସନ କାମ ଜାରି ରହିଛି । ମୋଟ ରେଳ ନେଟଓ୍ବାର୍କର ପ୍ରାୟ ତିନି ପ୍ରତିଶତ ଅର୍ଥାତ 1,456 କି.ମି ଟ୍ରାକରେ ଓ 144 ଟି ରେଳ ଇଞ୍ଜିନ ଲୋକୋମୋଟିଭରେ ଏହାର ଇନଷ୍ଟଲେସନ ସରିଛି । ୨୦୨୨ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ‘କବଚର୍ ସିଷ୍ଟମର ଟ୍ରାଏଲରେ ସାମିଲ ହୋଇଥିଲେ । ନିଜେ ଇଞ୍ଜିନିୟରମାନଙ୍କ ସହ ଲୋକୋମୋଟିଭର ଲୋକୋ-କ୍ୟାବରେ ଯାତ୍ରା କରିଥିଲେ । ଏହି ପରୀକ୍ଷଣ ସଫଳ ହେଲା ଓ ଆଗାମୀ ଦିନରେ ଏହା ଭାରତୀୟ ରେଳବାଇର ସୁରକ୍ଷା କବଚ ହେବ ବୋଲି କହିଥିଲେ ।

  • କବଚ ହେଉଛି ସ୍ବଦେଶୀ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ପ୍ରଣାଳୀ -ଆରଡିଏସଓ (Research Design and Standards Organization) ଦ୍ବାରା ବିକଶିତ
  • ଆସନ୍ତା ୫ ବର୍ଷ ଭିତରେ ୪୪ ହଜାର କିଲୋମିଟର ରେଳ ଟ୍ରାକରେ ‘କବଚ’ ସିଷ୍ଟମ ଲଗାଇବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତୀୟ ରେଳବାଇ
  • ବର୍ତ୍ତମାନ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓଡ଼ାକୁ ଯୋଗାଯୋଗ କରୁଥିବା ରେଳ ଲାଇନରେ ଇନଷ୍ଟଲେସନ କାମ ଚାଲିଛି
  • ମୋଟ ରେଳ ନେଟଓ୍ବାର୍କର ପ୍ରାୟ ତିନି ପ୍ରତିଶତ ଅର୍ଥାତ 1,456 କି.ମି ଟ୍ରାକରେ ଓ 144 ଟି ରେଳ ଇଞ୍ଜିନ ଲୋକୋମୋଟିଭରେ ଇନଷ୍ଟଲେସନ ସରିଛି
  • ୨୦୨୨ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ‘କବଚ ସିଷ୍ଟମର ଟ୍ରାଏଲରେ ସାମିଲ ହୋଇଥିଲେ
  • ରେଳ ମନ୍ତ୍ରୀ ନିଜେ ଇଞ୍ଜିନିୟରମାନଙ୍କ ସହ ଲୋକୋମୋଟିଭ ଲୋକୋ-କ୍ୟାବରେ ଯାତ୍ରା କରିଥିଲେ

ବଡ଼ ରେଳ ଦୁର୍ଘଟଣାକୁ ରୋକିବ କବଚ:-

ରେଳ ଦୁର୍ଘଟଣାକୁ ରୋକିବାରେ ‘କବଚ’ ସିଷ୍ଟମ ଫଳପ୍ରଦ ହୋଇପାରିବ । ରେଳ ବିଭାଗ ପକ୍ଷରୁ ସୂଚନା ମୁତାବକ 7ବର୍ଷ ମଧ୍ୟରେ କବଚ କାମ ସରିବ । ରେଳ ସୁରକ୍ଷା ପାଇଁ ସାରା ଦେଶରେ ପାଖାପାଖି 10 ହଜାର ଟ୍ରାକରେ କବଚ ଲଗାଇବା ପାଇଁ ଟେଣ୍ଡର ଡକାଯାଇଛି । ବର୍ତ୍ତମାନ ସମୟରେ ସାରା ଦେଶରେ ମିଶନ୍ ମୋଡରେ କବଚ ସିଷ୍ଟମ ଇନଷ୍ଟଲେସନ ଆରମ୍ଭ କରିବକୁ ଯାଉଛି ରେଳ ବିଭାଗ ।

‘କବଚ’ର ପ୍ରମୁଖ ଫିଚର:-

1- ଯଦି ଲୋକୋ ପାଇଲଟ ଟ୍ରେନକୁ ରୋକିବାରେ ବିଫଳ ହୁଅନ୍ତି ତେବେ ବ୍ରେକ ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରିବ
2- ଡ୍ରାଇଭରଙ୍କୁ ପାର୍ଶ୍ୱ ସଙ୍କେତ ପ୍ରଦର୍ଶିତ କରିପାରେ
3- ଲୋକୋ ପାଇଲଟଙ୍କ ମଧ୍ୟରେ ଯୋଗାଯୋଗ ସହଜ ହେବ । ଯାହା ଫଳରେ ସିଧାସଳଖ ଭାବେ ରେଳ ଦୁର୍ଘଟଣାକୁ ଏଡାଯାଇପାରିବ
4- ଯଦି କୌଣସି ଅସୁବିଧା ହୁଏ ତେବେ ସଙ୍ଗେ ସଙ୍ଗେ ‘ଏସଓପି’ କାର୍ଯ୍ୟକାରୀ କରାଯିବ

ଏହା ବି ପଢନ୍ତୁ...ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଏହା ବି ପଢନ୍ତୁ...ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଗୋଟିଏ କ୍ଲିକରେ ସମସ୍ୟା ହେବ ଦୂର! - Super App Services

ଏହା ବି ପଢନ୍ତୁ...ଏହା ବି ପଢନ୍ତୁ...ଅନ୍ତରୀଣ ବଜେଟ 2024: ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ, ବନ୍ଦେ ଭାରତ ବଗି ହେବ 40 ହଜାର ସାଧାରଣ ବଗି

ଏହା ବି ପଢନ୍ତୁ...ଦେଶର ପ୍ରଥମ ବନ୍ଦେ ଭାରତ 'ସ୍ଲିପର କୋଚ୍‌' ଉନ୍ମୋଚନ କଲେ ରେଳମନ୍ତ୍ରୀ

କବଚର ମୁଖ୍ୟ ଉପାଦାନ:

  1. ଷ୍ଟେସନ କବଚ: ଯାହା ଷ୍ଟେସନରେ ଇନଷ୍ଟଲ ହେବ
  2. ‘ଲୋକୋ କବଚ’: ଏହା ଟ୍ରେନ ଇଞ୍ଜିନରେ ଥାଏ । ସିଗନାଲ୍ ସିଷ୍ଟମଠାରୁ ସୂଚନା ଗ୍ରହଣ କରେ ଏବଂ ଲୋକୋମୋଟିଭକୁ ଗାଇଡ୍ କରିଥାଏ । ସିଗନାଲ୍ ଇନପୁଟ, ଲୋକୋ ଇନପୁଟ୍ ଏବଂ ଟ୍ରାନ୍ସମିଟ୍ ସଂଗ୍ରହ କରିଥାଏ
  3. RFID ଟ୍ୟାଗ୍:- ଟ୍ରେନର ଦିଗ ଏବ ଲୋକେସନ ଆଦି ସୂଚନ ଦେଇଥାଏ । ସର୍ବାଧିକ ୧ କିଲୋମିଟର ଏବଂ ପ୍ରତ୍ୟେକ ସିଗନାଲ ମଧ୍ୟରେ ସୂଚନା ଦେଇଥାଏ
  4. ଯୋଗାଯୋଗ:- ଲୋକୋ ଏବଂ ଷ୍ଟେସନ୍ ମଧ୍ୟରେ ସୂଚନା ବିନିମୟ କରିବା ର ମାଧ୍ୟମ

    ‘କବଚ’ ଇନଷ୍ଟଲେସନ:-

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, "ବର୍ତ୍ତମାନ ସୁଧା କବଚ 1 ହଜାର 465 ରୁଟ୍ କିଲୋମିଟର ଏବଂ 144 ଲୋକୋମୋଟିଭରେ ସାଉଥ-ସେଣ୍ଟ୍ରାଲ ରେଳବାଇରେ ଇନଷ୍ଟଲ ହୋଇଛି । ପ୍ରଥମେ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱାଡା ରୁଟ୍‌ (ପ୍ରାୟ 3000 ରୁଟ୍ କିଲୋମିଟର)ରେ କବଚ ଇନଷ୍ଟଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

କବଚ ଡେଭଲ୍ପମେଣ୍ଟର ସମୟ ସୀମା:-
1 2014-15: ପାଇଲଟ୍ ପ୍ରୋଜେକ୍ଟ ବିଭାଗ ସାଉଥ ସେଣ୍ଟ୍ରାଲ 250 କିଲୋମିଟର ଯୋଜନା କରାଯାଇଛି ।
2 2015-16: ଯାତ୍ରୀବାହୀ ଟ୍ରେନରେ ପ୍ରଥମ କ୍ଷେତ୍ର ପରୀକ୍ଷା କରାଯାଇଛି
3 2017-18: କବଚ ସ୍ପେସିଫିକେସନ ସଂସ୍କରଣ 3.2 ଚୂଡାନ୍ତ ହୋଇଛି
4 2018-19: ISA ଉପରେ ଆଧାର କରି RDSO ଦ୍ୱାରା ଅନୁମୋଦିତ ତିନୋଟି ସଂସ୍ଥା
5 ଜୁଲାଇ 2020: ‘କବଚ’ କୁ ଏକ ଜାତୀୟ ‘ଏଟିପି ସିଷ୍ଟମ୍’ ଭାବରେ ଘୋଷଣା କରାଯାଇଥିଲା
6 ମାର୍ଚ୍ଚ 2022 ସୁଦ୍ଧା: କବଚ ଅନ୍ୟ 1200 କିମିରେ ଇନଷ୍ଟଲ ହୋଇଥିଲା । (ସମୁଦାୟ 1,465 RKM ସଂସ୍ଥାପିତ)

  • ବିଗତ ଦିନରେ ରେଳ ଦୁର୍ଘଟଣାର ତଥ୍ୟ:-

2012-13 ମସିହାରେ ମୋଟ 664 ରେଳ ଦୁର୍ଘଟଣା ହୋଇଥିଲା । ସେଥିମଧ୍ୟରୁ ମେନ-ଲାଇନରେ 122 ଦୁର୍ଘଟଣା ଘଟି 442 ୟାର୍ଡ ନଷ୍ଟ ହୋଇଛି ।
2013-14 ମସିହାରେ ମୋଟ 381 ରେଳ ଦୁର୍ଘଟଣା ହୋଇଥିବା ବେଳେ ମେନ-ଲାଇନରେ 118 ଦୁର୍ଘଟଣା ଘଟି 263ଟି ୟାର୍ଡ ନଷ୍ଟ ହୋଇଛି ।
2022-23 ମସିହାରେ ମୋଟ 90 ରେଳ ଦୁର୍ଘଟଣା । ମେନ-ଲାଇନରେ 48 ଦୁର୍ଘଟଣା ଓ 42 ୟାର୍ଡ ନଷ୍ଟ ହୋଇଛି ।
2023-24 ମସିହାରେ ମୋଟ 89 ରେଳ ଦୁର୍ଘଟଣା ହୋଇଥିବା ବେଳେ ମେନ-ଲାଇନରେ 40 ଦୁର୍ଘଟଣା ହୋଇଛି । ଏଥିରେ 49ଟି ୟାର୍ଡ ନଷ୍ଟ ହୋଇଛି ।
2012-14 ମଧ୍ୟରେ ଦୈନିକ ହାରାହାରି 2.6 ଦୁର୍ଘଟଣା ହେଉଥିବା ବେଳେ 2022-24 ମଧ୍ୟରେ ଏହି ଅନୁପାତ 0.5 କୁ ହ୍ରାସ ପାଇଛି । ଏବେ ଆନୁପାତିକ ଭାବେ ଦେଖିଲେ 2 ଦିନରେ ଗୋଟିଏ ଦୁର୍ଘଟଣା ଘଟୁଛି ।

  • ସମଗ୍ର ବିଶ୍ୱରେ ରେଳବାଇ କ୍ଷେତ୍ରରେ ଅତ୍ୟାଧୁନିକ ବ୍ୟବସ୍ଥା

ଯୁକ୍ତରାଷ୍ଟ୍ର ଆମେରିକା: ପଜିଟିଭ୍ ଟ୍ରେନ୍ କଣ୍ଟ୍ରୋଲ୍ (PTC) ଏବଂ ଅନ୍ୟାନ୍ୟ କ୍ୟାବ୍ ସିଗନାଲ୍ ସିଷ୍ଟମ୍ । ଏହା 1980ରେ ଆରମ୍ଭ ହୋଇଥିଲା । 2010 ମସିହା ପରେ ଫେଡେରାଲ ରେଳ ପ୍ରଶାସନ ଦ୍ଵାରା PTC ନିୟୋଜନ ପାଇଁ ଜାରି କରାଯାଇଛି ନୂଆ ନିୟମ ।

ୟୁରୋପ: ୟୁରୋପୀୟ ଟ୍ରେନ୍ କଣ୍ଟ୍ରୋଲ୍ ସିଷ୍ଟମ୍ (ETCS) । ୟୁରୋପ ଏହାର ରେଳବାଇରେ ବିଭିନ୍ନ ଏଟିପି ସିଷ୍ଟମ ବ୍ୟବହାର କରିଥିଲା । ଯାହା ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ପ୍ରାୟ ସମସ୍ତ ରେଳ ବ୍ୟବସ୍ଥାରେ 1980 ଦଶକରେ ଏଟିପି ସିଷ୍ଟମ ସ୍ଥାପିତ ହୋଇଥିଲା ।

ଅଷ୍ଟ୍ରେଲିଆ: 1990 ଦଶକରେ ATP ସିଷ୍ଟମ୍ ଲାଗୁ ହେଲା

ଜାପାନ: 1964 ରେ ସିଙ୍କାନସେନ୍ ଏଟିପି ଲାଗୁ କରାଯାଇଥିଲା

ରୁଷିଆ: 1988 ରେ ଇଣ୍ଟିଗ୍ରେଟେଡ୍ ଟ୍ରେନ୍ କଣ୍ଟ୍ରୋଲ୍ ସିଷ୍ଟମ ବ୍ୟବହାର ଆରମ୍ଭ ହୋଇଥିଲା

ଭାରତ:

1 Auxiliary Warning System (AWS) ଯାହା 1986 ପରଠାରୁ ମୁମ୍ବାଇ ଉପକଣ୍ଠରେ ଲାଗୁ କରଯାଇଥିଲା । ଯାହା ଥିଲା ପ୍ରାଥମିକ ବ୍ୟବସ୍ଥା । ଏହା ଏକ ATP ସିଷ୍ଟମ୍ ନୁହେଁ ।
2 Anti- Collision Device (ACD) ଜୁଲାଇ 2006 ରେ ପଶ୍ଚିମବଙ୍ଗରେ କାର୍ଯ୍ୟକ୍ଷମ ହୋଇଥିଲା । ଏହା ଏକ ଜିପିଏସ୍ ଆଧାରିତ ସିଷ୍ଟମ୍ । ଏହି ସିଷ୍ଟମରେ କୌଣସି ବିଶେଷ ସୁଫଳ ମିଳିନଥିଲା । ଏହାକୁ 2012 ମସିହାରେ ବନ୍ଦ କରାଯାଇଥିଲା ।
3 Train Protection and Warning System (TPWS): ETCS L1: ପ୍ରଦାନ କରାଯାଇଥିଲା
ଦିଲ୍ଲୀ- ଆଗ୍ରା (2010 ଆରମ୍ଭ, 2016 ସମାପ୍ତ), ଚେନ୍ନାଇ (2012 ଆରମ୍ଭ ସମାପ୍ତ 2016) ଏବଂ କୋଲକାତା ମେଟ୍ରୋ ମଧ୍ୟ । ଏହି ସିଷ୍ଟମ ରେଡିଓ ଆଧାରିତ ସିଷ୍ଟମ୍ ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.