ETV Bharat / bharat

ପଶ୍ଚିମବଙ୍ଗ ଟ୍ରେନ ଟ୍ରାଜେଡି: ଘଟଣାସ୍ଥଳ ଅଭିମୁଖେ ରେଳମନ୍ତ୍ରୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ - West Bengal train tragedy - WEST BENGAL TRAIN TRAGEDY

West Bengal train tragedy: ଘଟଣାସ୍ଥଳରେ ପହଞ୍ଚିବେ ରେଳମନ୍ତ୍ରୀ । ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ବଢିବାରେ ଲାଗିଛି ମୃତ୍ୟସଂଖ୍ୟା । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ଟ୍ରେନ ଟ୍ରାଜେଡି: ଘଟଣାସ୍ଥଳ ଅଭିମୁଖେ ରେଳମନ୍ତ୍ରୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ
ପଶ୍ଚିମବଙ୍ଗ ଟ୍ରେନ ଟ୍ରାଜେଡି: ଘଟଣାସ୍ଥଳ ଅଭିମୁଖେ ରେଳମନ୍ତ୍ରୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 2:03 PM IST

କୋଲକାତା: ପଶ୍ଚିମବଙ୍ଗର ଦାର୍ଜିଲିଂ ଟ୍ରେନ ଦୁର୍ଘଟଣାରେ ଉଦ୍ଧାର ଅପରେସନ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 15 ଜଣଙ୍କ ମୃତ୍ୟୁ ହୋଇଥିବା ଓ 30ରୁ ଅଧିକ ଆହତ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ମାଲବାହୀ ଟ୍ରେନର ଲୋକୋପାଇଲଟ ଓ ସହକାରୀ ଲୋକୋପାଇଲଟଙ୍କ ସହ ଏକ୍ସପ୍ରେସ ଟ୍ରେନର ଜଣେ ଗୁଡ୍ସ ଗାର୍ଡ ରହିଥିବା ରେଳବାଇ ସ୍ପଷ୍ଟ କରିଛି ।

ଏବେ ମଧ୍ୟ ସମସ୍ତ ଦୁର୍ଘଟଣାଗ୍ରସ୍ତ ବଗି ଟ୍ରାକରୁ ହଟାଯାଇନଥିବା କାରଣରୁ ମୃତ୍ୟୁସଂଖ୍ୟା ବଢିବାର ଯଥେଷ୍ଟ ଆଶଙ୍କା ରହିଛି । ଭାରତୀୟ ରେଳବାଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ଅଘଟଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଏହାସହ ନିଜେ ରେଳମନ୍ତ୍ରୀ ଅଶ୍ବିନୀ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାରେ ଶୋକବ୍ୟକ୍ତ କରିବା ସହ ଟ୍ବିଟ୍‌ କରି ଆହତଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏପରି ସମୟରେ ତାଙ୍କ ସମବେଦନା ପୀଡିତ ପରିବାର ସଦସ୍ୟଙ୍କ ରହିଛି ଓ ଯଥାଶୀଘ୍ର ଉଦ୍ଧାର ଅପରେସନ ଶେଷ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଘଟଣରେ ଶୋକ ପ୍ରକାଶ କରିବା ସହ ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳକୁ ଗସ୍ତ କରିଥିବା ମଧ୍ୟ ପ୍ରଧାନମନ୍ତ୍ରୀ ଟ୍ବିଟରେ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ କରି ଶୋକ ପ୍ରକାଶ କରିବା ପରେ ଉଦ୍ଧାର ଅପରେସନକୁ ଜୋରଦାର କରାଯାଉଥିବା କହିଥିଲେ । ସ୍ଥାନୀୟ ପ୍ରଶାସନର ତମାମ ବରିଷ୍ଠ ଅଧିକାରୀ, ଜିଲ୍ଲାଧିକାରୀ, ଏସପି ଓ ମେଡିକାଲ ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଘଟଣାସ୍ଥଳରେ ପହଞ୍ଚି ସାରିଥିବା ମମତା ସୂଚନା ଦେଇଥିଲେ ।

ଅନ୍ୟପଟେ ଏହି ଦୁର୍ଘଟଣାର ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ବୈଷୟିକ କିମ୍ବା ମାନବୀୟ ତ୍ରୁଟି ବୋଲି ସ୍ପଷ୍ଟ ଜଣାପଡୁଛି । ଭାରତୀୟ ରେଳବାଇର ସର୍ବୋଚ୍ଚ ପରିଚାଳନା ସଂସ୍ଥା ରେଳବୋର୍ଡର ଅଧ୍ୟକ୍ଷା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟା ବର୍ମା କହିଛନ୍ତି, ଏପର୍ଯ୍ୟନ୍ତ 8ମୃତ ଓ ପ୍ରାୟ 50ରୁ ଅଧିକ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଦୁର୍ଘଟଣା ସିଗନାଲଜନିତ ତ୍ରୁଟି କାରଣରୁ ଘଟିଥାଇପାରେ । ମାଲବାହୀ ଟ୍ରେନର ଚାଳକ ସିଗନାଲ ଅତିକ୍ରମ କରିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ମାଲବାହୀ ଟ୍ରେନର ଉଭୟ ଚାଳକ ଓ ସହ-ଚାଳକଙ୍କର ମୃତ୍ୟୁ ହୋଇଛି । ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯାହା ରିପୋର୍ଟ ଆସିବ, ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ :- ପଶ୍ଚିମବଙ୍ଗରେ ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ: 5 ମୃତ, ଅନେକ ଆହତ ! - Kanchenjunga Express accident

ଆଜି ପୂର୍ବାହ୍ନ ପ୍ରାୟ 9ଟା ବେଳେ ନୂଆ-ଜଲପାଇଗୁଡି ଷ୍ଟେସନ ନିକଟରେ ଟ୍ରାକରେ ଛିଡା ହୋଇଥିବା ଗୌହାଟୀ- ସିଆଲଦା କାଞ୍ଜନଜଙ୍ଗା ଏକ୍ସପ୍ରେସ (ଗାଡିସଂଖ୍ୟା-13174)କୁ ପଛରୁ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ଏକ୍ସପ୍ରେସର ପଛ 3ଟି ବଗି ବ୍ୟାପକ ଭାବେ ଓ ଏକାଧିକ ବଗି ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଏପର୍ଯ୍ୟନ୍ତ 15 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 30ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.