ETV Bharat / bharat

କେରଳ ଟ୍ରାଜେଡି: ସରୁନି ଉଦ୍ଧାର ଅପରେସନ, 280 ଡେଇଁଲା ମୃତ୍ୟୁସଂଖ୍ୟା, ଘଟଣାସ୍ଥଳ ଅଭିମୁଖେ ମୁଖ୍ୟମନ୍ତ୍ରୀ, ରାହୁଲ ଓ ପ୍ରିୟଙ୍କା - KERALA LAND SLIDE UPDATES

author img

By ETV Bharat Odisha Team

Published : Aug 1, 2024, 12:11 PM IST

Updated : Aug 1, 2024, 12:37 PM IST

Wayanad Disaster: ଆଜି ସକାଳୁ ପୁଣି ରେସ୍କ୍ୟୁ ଅପରେସନ ଆରମ୍ଭ । ମୃତ୍ୟୁସଂଖ୍ୟା 287 । ଏବେ ବି 2ଶହରୁ ଅଧିକ ନିଖୋଜ । ଅଧିକ ପଢନ୍ତୁ

କେରଳ ଭୂସ୍ଖଳନ: ଶେଷ ହେଉନି ଉଦ୍ଧାର ଅପରେସନ, 280 ଡେଇଁଲା ମୃତ୍ୟୁସଂଖ୍ୟା, ଘଟଣାସ୍ଥଳ ଅଭିମୁଖେ ମୁଖ୍ୟମନ୍ତ୍ରୀ, ରାହୁଲ ଓ ପ୍ରିୟଙ୍କା
କେରଳ ଭୂସ୍ଖଳନ: ଶେଷ ହେଉନି ଉଦ୍ଧାର ଅପରେସନ, 280 ଡେଇଁଲା ମୃତ୍ୟୁସଂଖ୍ୟା, ଘଟଣାସ୍ଥଳ ଅଭିମୁଖେ ମୁଖ୍ୟମନ୍ତ୍ରୀ, ରାହୁଲ ଓ ପ୍ରିୟଙ୍କା (ETV Bharat Odisha)

ଥିରୁଅନନ୍ତପୁରମ: ବଢିଚାଲିଛି କେରଳ ଓ୍ୱାୟନାଡରେ ଭୂସ୍ଖଳନ ମୃତ୍ୟୁସଂଖ୍ୟା । ସ୍ଥିତି ଏତେ ଭୟଙ୍କର ଯେ, ଅଘଟଣକୁ 3ଦିନ ବିତିଥିଲେ ସୁଦ୍ଧା ଉଦ୍ଧାର ଅପରେସନ ଶେଷ ହୋଇପାରୁନି । ମାଟି ତଳୁ ଓ ନିକଟବର୍ତ୍ତୀ ନଦୀରୁ ଉଦ୍ଧାର ହେବାରେ ଲାଗିଛି ମୃତଦେହ । ଏବେ ସୁଦ୍ଧା ମୃତ୍ୟସଂଖ୍ୟା 287ରେ ପହଞ୍ଚିଲାଣି । ନିଖୋଜଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ନଥିଲେ ସୁଦ୍ଧା ଏହା ପ୍ରାୟ 2ଶହ ହେବା ନେଇ ଅନୁମାନ କରାଯାଉଛି । ନୌସେନା, ସ୍ଥଳସେନା, ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ, ପୋଲିସ ବାହିନୀ ମିଳିତ ରେସ୍କ୍ୟୁ ଅପରେସନରେ ନିୟୋଜିତ ହୋଇଛନ୍ତି । ଅନ୍ଧାର ହେବା ପରେ ଗତକାଲି ସଂଧ୍ୟାରେ ବନ୍ଦ ରଖାଯାଇଥିବା ରେସ୍କ୍ୟୁ ଅପରେସନକୁ ଆଜି ସକାଳୁ ପୁଣି ଆରମ୍ଭ କରାଯାଇଛି ।

କେରଳ ଟ୍ରେଜେଡି: ସରୁନି ଉଦ୍ଧାର ଅପରେସନ, 280 ଡେଇଁଲା ମୃତ୍ୟୁସଂଖ୍ୟା, ଘଟଣାସ୍ଥଳ ଅଭିମୁଖେ ମୁଖ୍ୟମନ୍ତ୍ରୀ, ରାହୁଲ ଓ ପ୍ରିୟଙ୍କା (ETV Bharat Odisha)

ମାଟି ତଳୁ ଓ ନଦୀଗର୍ଭରୁ ମିଳୁଛି ମୃତଦେହ:-

ପ୍ରାୟ 6ଟି ଗ୍ରାମ ଭୌଗଳିକ ମାନଚିତ୍ରରୁ ସମ୍ପୂର୍ଣ୍ଣ ନିଚିହ୍ନ ହୋଇଯାଇଛି । ମାଟି ଓ ଘରର ଭଗ୍ନାବଶେଷ ଓ ପଥର ଅତଡା ତଳେ ବହୁ ମୃତଦେହ ପୋତି ହୋଇ ରହିିଥିବା ଅନୁମାନ କରାଯାଉଛି । ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିବା କାରଣରୁ ଉଦ୍ଧାରକାର୍ଯ୍ୟ ମଧ୍ୟ ସେତେଟା ସହଜ ହେଉନାହିଁ । କୋଠାର ଭଗ୍ନାବଶେଷ ତଳୁ ଜୀବନ ଖୋଜା ଚାଲିଥିବା ବେଳେ ମୃତଦେହ ମିଳିବାରେ ଲାଗିଛି । ବିଭିନ୍ନ ଆଶ୍ରୟସ୍ଥଳୀରେ ଥଇଥାନ ହୋଇଥିବା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।

ଘଟଣାସ୍ଥଳ ଅଭିମୁଖେ, ମୁଖ୍ୟମନ୍ତ୍ରୀ, ରାହୁଲ ଓ ପ୍ରିୟଙ୍କା:-

ଆଜି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ କେରଳ ମୁଖ୍ୟ ଶାସନ ସଚିବ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେରଳ ସରକାର ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି । ଏଥିରେ କେରଳର ସମସ୍ତ ରାଜନୈତିକ ଦଳର ମୁଖ୍ୟମାନେ ଅଂଶଗ୍ରଣ କରିବେ । ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କେରଳ ଗସ୍ତ କରିଛନ୍ତି । ସେମାନେ କନ୍ନୁର ବିମାନ ବନ୍ଦରରେ ଅବତରଣ କରିସାରିଛନ୍ତି । ଆଉ କିଛି ସମୟ ମଧ୍ୟରେ ଉଭୟ ଓ୍ୱାୟନାଡର ଅଘଟଣସ୍ଥଳରେ ପହଞ୍ଚିବେ । ରାହୁଲ ଏହି ଆସନରୁ ଦୁଇଥର ସାଂସଦ ଭାବେ ନିର୍ବାଚନ ଜିତିଛନ୍ତି ।

କେରଳ-କେନ୍ଦ୍ର ମୁହାଁମୁହିଁ:-

ଅଘଟଣକୁ ନେଇ ମୁହାଁମୁହିଁ ହୋଇଛନ୍ତି କେରଳ ସରକାର ଓ କେନ୍ଦ୍ର ସରକାର । ଗତକାଲି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବିପର୍ଯ୍ୟୟ ପରିଚାଳନା ଓ ପ୍ରି-ଆଲର୍ଟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ରକୁ ସମାଲୋଚନା କରିଥିଲେ । ବର୍ତ୍ତମାନ ସ୍ଥିତିରେ କେବଳ ରାଜ୍ୟ ସରକାରଙ୍କୁ ଦାୟୀ କରିହେବ ନାହିଁ ବୋଲି କହିଥିଲେ ବିଜୟନ । ଏହି ଅଘଟଣ ପ୍ରସଙ୍ଗ ସଂସଦକୁ ଗରମ କରିଛି । ଗୃହରେ ବିରୋଧୀ ସାଂସଦମାନେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିବୃତ୍ତି ରଖି, କେରଳ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଥିଲେ । ଅଘଟଣର ସାତ ଦିନ ପୂର୍ବରୁ ପ୍ରବଳ ବର୍ଷା ଓ ଭୂସ୍ଖଳନ ପରି ସ୍ଥିତି ସୃଷ୍ଟି ହେବା ଆଶଙ୍କା ସହ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିଲା । ହେଲେ କେରଳ ସରକାର ଏହାକୁ ଗୁରୁତର ସହ ନେଲେ ନାହିଁ କିମ୍ବା କୌଣସି ପୂର୍ବ-ପ୍ରସ୍ତୁତି ଓ ମୁକାବିଲା ରଣନୀତି ମଧ୍ୟ ପ୍ରସ୍ତୁତ କଲେ ନାହିଁ । ଫଳରେ ଏପରି ଘଟଣା ଘଟିଲା ବୋଲି ଶାହ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଦେବଭୂମି କେରଳରେ ଭୟାବହ ବିତ୍ପତି; ୱାୟନାଡ ସିରିଜ ଭୂସ୍ଖଳନରେ 143 ଟପିଲା ମୃତ୍ୟୁ ସଂଖ୍ୟା, 400 ପରିବାର ବେଘର, 118 ରିଲିଫ କ୍ୟାମ୍ପରେ ବେସାହାରା - Massive Landslides hit Wayanad

ନିଦ ଭାଙ୍ଗିବା ପୂର୍ବରୁ ମାଡି ଆସିଲା ପ୍ରଳୟ:-

ମଙ୍ଗଳବାର ଭୋରରୁ କେରଳର ଓ୍ବାୟନାଡ ଜିଲ୍ଲାର ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଥିଲା । ପାହାଡ ଧସିବା ସହ କିଛି ମିଟର ଆବର୍ଜନା ସହ ବର୍ଷାଜଳ ମାଡି ଆସିଥିଲା । ଲୋକେ ନିଦରୁ ଉଠିବା ପୂର୍ବରୁ ସବୁକିଛି ଶେଷ ହୋଇଯାଇଥିଲା । 6ଟି ଗ୍ରାମ ସମ୍ପୂର୍ଣ୍ଣ ବୋହି ଯାଇଥିଲା । ପାହାଡିଆ ଆବର୍ଜନା ମଧ୍ୟରେ ଶହ ଶହ ଲୋକ ନିଖୋଜ ହୋଇଯାଇଥିଲା । ପ୍ରାୟ 5 ଶହ ଘର ଭୁଶୁଡି ପଡିଥିଲା । ଉଦ୍ଧାର ଅପରେସନ ଆରମ୍ଭ ହେବା ସହ ସେନାର ସହାୟତା ମଧ୍ୟ ନିଆଯାଇଥିଲା । ଆଜିକୁ 3 ଦିନ ହେଲାଣି ଅପରେସନ ଜାରି ରହିଛି । ମୃତ୍ୟୁସଂଖ୍ୟା ଏବେ 286ରେ ପହଞ୍ଚିଛି । ନିଖୋଜଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2024, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.