ETV Bharat / bharat

ରଇସିଙ୍କ ଶୋକସଭା ପାଇଁ ଇରାନ ଗଲେ ଉପରାଷ୍ଟ୍ରପତି - Dhankhar on Iran visit

Vice President Dhankhar embarks to Tehran: ରଇସିଙ୍କ ଶୋକସଭାରେ ସାମିଲ ହେବା ପାଇଁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଗଲେ ଇରାନ । 19 ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ରଇସି ଓ ବିଦେଶ ମନ୍ତ୍ରୀଙ୍କ ସମେତ 9ଜଣଙ୍କ ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 22, 2024, 9:57 AM IST

ରଇସିଙ୍କ ଶୋକସଭା ପାଇଁ ଇରାନ ଗଲେ ଉପରାଷ୍ଟ୍ରପତି
ରଇସିଙ୍କ ଶୋକସଭା ପାଇଁ ଇରାନ ଗଲେ ଉପରାଷ୍ଟ୍ରପତି (ETV Bharat Odisha)

ନୂଆଦିଲ୍ଲୀ: ଦିବଙ୍ଗତ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଶୋକସଭାରେ ସାମିଲ ହେବା ପାଇଁ ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ ଇରାନ ଗସ୍ତ କରିଛନ୍ତି । ଆଜି (ବୁଧବାର) ସକାଳେ ଧନଖଡ ଇରାନ ରାଜଧାନୀ ତେହେରାନ ଅଭିମୁଖେ ଯାତ୍ରା କରିଛନ୍ତି । ଭାରତର ସମବେଦନା ଓ ଉପରାଷ୍ଟ୍ରପତି ଧନଖଡଙ୍କ ଇରାନ ଗସ୍ତ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ଟ୍ବିଟ୍‌ କରି ସୂଚନା ଦେଇଛି । ପୂର୍ବରୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଇସିଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ ସହ ଇରାନଙ୍କୁ ସମବେଦନା ଜଣାଇ ସାରିଛନ୍ତି । ବିଦେଶ ବ୍ୟାପାର ମୁଖପାତ୍ର ରଣନ୍ଧୀର ଜୈଶୱାଲ ଏକ ପୋଷ୍ଟରେ ସୂଚନା ଦେଇ କହିଛନ୍ତି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶୋକସଭାରେ ଭାରତକୁ ପ୍ରତିନିଧିତ୍ବ କରିବା ପାଇଁ ତେହେରାନ ଗସ୍ତ କରିଛନ୍ତି ।

19 ତାରିଖ (ଶୁକ୍ରବାର) ଇରାନ ରାଷ୍ଟ୍ରପତି ସଏଦ ଇବ୍ରାହିମ ରଇସଙ୍କର ହେଲିକପ୍ଟର କ୍ରାସରେ ମୃତ୍ୟୁ ହୋଇଥିଲା । ତାଙ୍କ ସହ ଇରାନର ବିଦେଶ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲିଆନ ଓ ପାଇଲଟଙ୍କ ସମେତ ମୋଟ 9 ଅଧିକାରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଇରାନ ଆଜରବୈଜାନ ସୀମାରେ ରାଇସଙ୍କ ହେଲିକପ୍ଟରଟି ଏକ ପାହାଡରେ ଧକ୍କା ଖାଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ପ୍ରାଥମିକ ଭାବେ ବିଭିନ୍ନ ଗମ୍ଭୀର ଦିଗକୁ ସନ୍ଦେହ କରାଯାଉଥିବା ବେଳେ ଗତକାଲି ଇରାନ ସରକାର ଦୁର୍ଘଟଣା ସମ୍ପର୍କରେ ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ପ୍ରକାଶ କରିଛନ୍ତି । ଅତି ପ୍ରତିକୂଳ ପାଗ, ଘନକୁହୁଡି ଓ ଲୋ-ଭିଜିବିଲିଟି କାରଣରୁ ଏହି ହେଲିକପ୍ଟରଟି ପାହାଡାରେ ପିଟି ହୋଇଯାଇଥିବା ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଇରାନ ସରକାର ।

ଏହା ମଧ୍ୟ ପଢନ୍ତୁ:- ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟକୁ ନେଇ ଭାରତରେ ଦିନିକିଆ ଶୋକ, ଜାତୀୟ ପତାକା ଅର୍ଦ୍ଧନମିତ - Iran President death

ରଇସଙ୍କ ଦେହାନ୍ତରେ ବିଶ୍ବବ୍ୟାପୀ ବିଭିନ୍ନ ଦେଶ ଶୋକ ବ୍ୟକ୍ତ କରିଛନ୍ତି । ଭାରତରେ ମଧ୍ୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ । ଭାରତରେ ଗତକାଲି ଏକଦିବସୀୟ ରାଷ୍ଟ୍ରୀୟ ଶୋକ ମଧ୍ୟ ପାଳିତ ହୋଇଛି । ରାଷ୍ଟ୍ରପତି ଭବନରେ ଲାଗିଥିବା ତ୍ରିରଙ୍ଗାକୁ ଅର୍ଦ୍ଧନମିତ ରଖାଯାଇଥିଲା । ଗତକାଲି ରଇସିଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଆଜି ଇରାନରେ ରାଷ୍ଟ୍ରୀୟ ଶୋକସଭା ପାଳିତ ହେଉଛି । ସମବେଦନା ସ୍ବରୂପ ବିଭିନ୍ନ ରାଷ୍ଟ୍ରର ମୁଖ୍ୟ ଓ ଶୀର୍ଷ ପ୍ରତିନିଧୀମାନେ ଇରାନ ଗସ୍ତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.