ETV Bharat / bharat

ଆଜି ପ୍ରେମ ପାଇଁ ଦିନଟିଏ, ଯୋଡି ହେବ ମନ ପ୍ରାଣ

Valentine Day: ଆଜି ଭାଲେଣ୍ଟାଇନ ଡେ । ପ୍ରେମ ପାଇଁ ଦିନଟିଏ । ଆଉ ସବୁଠି ତୁ ଆଉ ମୁଁ...

ଭାଲେଣ୍ଟାଇନ ଡେ
Valentine Day
author img

By ETV Bharat Odisha Team

Published : Feb 14, 2024, 7:21 AM IST

ହାଇଦ୍ରାବାଦ: ପ୍ରେମ... ମାତ୍ର ଦୁଇଟି ଅକ୍ଷର ହେଲେ ପ୍ରଗଢତା ହଜାରେ ଅକ୍ଷର । ପ୍ରେମ କେବଳ ଶାରୀରିକ ସମ୍ପର୍କର ଆକର୍ଷଣ ନୁହେଁ, ବରଂ ଏହା ଦୁଇ ଆତ୍ମାର ଶାଶ୍ୱତ ବନ୍ଧକ । ପ୍ରେମ ପାଇଁ ଭାଷା ସାଜେନି ପ୍ରତିବନ୍ଧକ । ଥରେ ମନରେ ମନ ମିଶିଲେ ଆଉ କୌଣସି ପ୍ରତିବନ୍ଧକ ମଧ୍ୟ ବାଟ ଓଗାଳିପାରେ ନାହିଁ । ସବୁ କିଛି ପ୍ରେମ ଆଗରେ ହାର ମାନିଥାଏ । କୁହାଯାଏ ପ୍ରେମ ଅନ୍ଧ । ଥରେ ଆଖିରେ ଆଖି ମିଶିଲେ ସାରା ବିଶ୍ୱ ରଙ୍ଗିନ ଦେଖାଯାଏ । ପ୍ରେମ ଦେଖେନି ବୟସର ତାରତମ୍ୟ କିମ୍ବା ଜାତି ବିଚାର । ପ୍ରେମ ଆଗରେ ହାର ମାନେ ଧନ, ସମ୍ପତ୍ତି ଏବଂ ସୌନ୍ଦର୍ଯ୍ୟ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍କ, ସିନେମା ହଲ ଏବଂ ସପିଂ ହଲରେ କଟିବ ପ୍ରେମ ଦିବସ । ଆଡି ଭାଲେଣ୍ଟାଇନ ଡେ । ସପ୍ତାହର କସରତ ପରେ ଆଜି ଉଭୟ ଉଭୟଙ୍କୁ ପାଇବା ପାଇଁ କସରତ କରିବେ ପ୍ରେମୀଯୁଗଳ । ରୋଜ ଡେ'ରୁ ଆରମ୍ଭ ହୋଇଥିବା ପ୍ରେମ ଆଜି ଭାଲେଣ୍ଟାଇନ ଡେ'ରେ ପହଞ୍ଚିଛି । ସାତ ଜନ୍ମର ସାଥି ପାଲଟିବାକୁ ଥିବା ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଖାସ୍ ରହିବ । ପ୍ରତିଶୃତିର ସାକ୍ଷୀ ପାଲଟିବ ଭାଲେଣ୍ଟାଇନ ଡେ ।

ପ୍ରେମ ବିନା ଜୀବନ ରଙ୍ଗହୀନ । କେତେବେଳେ ପ୍ରେମ ଝଗଡାରୁ ଆରମ୍ଭ ହୁଏ ତ ଆଉ କେତେବେଳେ ଏହା ଇସାରାରୁ ଆରମ୍ଭ ହୋଇଥାଏ । ପ୍ରେମ କେବଳ ଆଜି ପାଇଁ ନୁହେଁ ସାତ ଜନ୍ମ ପାଇଁ ଏହି ବାର୍ତ୍ତା ଦେଇ ଆଜିର ଦିବସକୁ ପାଳନ କରିବେ ପ୍ରେମୀ ଯୁଗଳ । ପ୍ରେମ ଏକ ପ୍ରକାରର ଶୂନ୍ୟ କବିତା । ପ୍ରେମର ପରିଭାଷା ବୁଝିବାକୁ ହେଲେ ସାରା ଜୀବନ ମଧ୍ୟ କମ ପଡିଯିବ । ଭାଲେଣ୍ଟାଇନ ଡେ'କୁ ନେଇ ସମସ୍ତ ପ୍ରେମୀଯୁଗଳ ଉତ୍ସାହିତ । କିଏ କଣ ଏବଂ କେଉଁ ପ୍ରକାର ଗିଫ୍ଟ ଦେଇ ପ୍ରେମୀଙ୍କୁ ଖୁସି କରାଇବେ ସେନେଇ ସମସ୍ତେ ତତ୍ପର । ଅନେକ ରେସ୍ତୋରାଁ ଭାଲେଣ୍ଟାଇନ ଡେ ପାଇଁ ଲାଲ ହାର୍ଟରେ ସଜେଇ ହୋଇଥିବା ବେଳେ ବେଲୁନରେ ସଜେଇ ହୋଇଛି । ଭଳିକି ଭଳି ଅଫର ମଧ୍ୟ ଲାଗିଛି । ଅନ୍ୟପଟେ କିଏ ସରପ୍ରାଇଜ ଗିଫ୍ଟ ଦେବେ ତ ଆଉ ଏକ ପ୍ରେମ ଭାଷା କହି ପ୍ରେମିକାକୁ ଖୁସି କରାଇବେ ।

ଏହା ମଧ୍ୟ ପଢନ୍ତୁ: କିସ୍ ଡେ; କେବଳ ପ୍ରେମ ନୁହେଁ, ସମ୍ମାନ ବୃଦ୍ଧି କରେ ଚୁମ୍ବନ

ଭାଲେଣ୍ଟାଇନ ଡେ'ର ଇତିହାସ: ରୋମ୍‌ର ଜଣେ ପାଦ୍ରୀ ଥିଲେ ସେଣ୍ଟ୍‌ ଭାଲେଣ୍ଟାଇନ୍‌ । ପ୍ରେମମୟ ବିଶ୍ୱ ତାଙ୍କର ଲକ୍ଷ୍ୟ ରହିଥିଲା । ଖ୍ରୀଷ୍ଟାବ୍ଦ ୨୭୦ ପାଖାପାଖି ସମୟରେ ରୋମରେ କ୍ଲାଉଡିୟସ ଦ୍ୱିତୀୟ ନାମକ ରାଜା ଶାସନ କରୁଥାନ୍ତି । ଆଉ ସେ ନିଜକୁ ବେଶ ଶକ୍ତିଶାଳୀ କରିବାକୁ ଇଚ୍ଛା ରଖିଥାନ୍ତି । ଏଥିପାଇଁ ସେ ତାଙ୍କ ଦେଶର ସୈନ୍ୟ ବାହିନୀରେ ଥିବା ପ୍ରତିଟି ପୁରୁଷଙ୍କ ବିବାହ ଉପରେ ରୋକ୍ ଲଗାଇ ଦେଇଥିଲେ । ହେଲେ ସେତେବେଳେ ପାଦ୍ରୀ ଭାଲେଣ୍ଟାଇନ ଏହାକୁ ବିରୋଧ କରିବା ସହିତ ଅନେକ ସୈନ୍ୟଙ୍କ ବିବାହ ଗୁପ୍ତରେ କରାଇ ଦେଇଥିଲେ । ଏହାପରେ ରାଜା କ୍ରୋଧରେ ତାଙ୍କୁ ଜେଲ୍‌ରେ କଏଦ କରିଦେଲେ ।

ଶେଷରେ ୧୪ ଫେବୃଆରୀ ୨୬୯ ମସିହାରେ ଭାଲେଣ୍ଟାଇନଙ୍କୁ ଫାଶୀ ଦିଆଗଲା । ଜେଲ୍‌ରେ ରହିବା ସମୟରେ ପାଦ୍ରୀ ଏକ ଲଭ୍ ଲେଟର ଲେଖିଥିଲେ ଯାହା ଜେଲରଙ୍କ ଝିଅକୁ ଲେଖାଯାଇଥିଲା । ପତ୍ରର ଶେଷରେ ଲେଖାଯାଇଥିଲା କି 'ତୁମ ଭାଲେଣ୍ଟାଇନ୍' । ପାଦ୍ରୀ ଭାଲେଣ୍ଟାଇନଙ୍କ ତ୍ୟାଗକୁ ପ୍ରେମର ପ୍ରତୀକ ଭାବେ ମନେ ରଖିବା ପାଇଁ ୧୪ ଫେବୃଆରୀକୁ ଭାଲେଣ୍ଟାଇନ୍ ଡେ ଭାବେ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.