ETV Bharat / bharat

‘ଏକକ ନାଗରିକ ସଂହିତା’ ଡ୍ରାଫ୍ଟକୁ ଧାମି ସରକାରର ଅନୁମୋଦନ, 6ରେ ଗୃହରେ ଆଗତ ହେବ ବିଲ୍‌

author img

By ETV Bharat Odisha Team

Published : Feb 4, 2024, 9:22 PM IST

Uttarakhand Cabinet approves UCC report: 6 ତାରିଖରେ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇପାରେ ‘ଏକକ ନାଗରିକ ସଂହିତା’ ବିଲ୍‌ । ଜଷ୍ଟିସ ରଞ୍ଜନା ଦେଶାଇ କମିଟିର ଡ୍ରାଫ୍ଟକୁ ଧାମି କ୍ୟାବିନେଟର ଅନୁମୋଦନ । ଅଧିକ ପଢନ୍ତୁ

ଏକକ ନାଗରିକ ସଂହିତା ଡ୍ରାଫ୍ଟକୁ ଧାମି ସରକାରର ଅନୁମୋଦନ, 6 ରେ ଗୃହରେ ହେବ ଆଗତ

ନୂଆଦିଲ୍ଲୀ/ଡେରାଡୁନ: ରାଜ୍ୟରେ ‘ଏକକ ନାଗରିକ ସଂହିତା’ (ୟୁନିଫର୍ମ ସିଭିଲ କୋଡ) ଲାଗୁ କରିବାରେ ଦେଶ ପ୍ରଥମ ରାଜ୍ୟ ହେବାକୁ ଯାଉଛି ଉତ୍ତରାଖଣ୍ଡ । ପୂର୍ବରୁ ଏହି ପ୍ରକ୍ରିୟା ଜାରି ରଖିଥିବା ଧାମି ସରକାର ଏଥିରେ ଆଉ ପାଦେ ଆଗେଇବା ସହ ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ଅବସରପ୍ରାପ୍ତ ଆଇନଜୀବୀ ରଞ୍ଜନା ଦେଶାଇଙ୍କ ନେତୃତ୍ବରେ ଗଠିତ କମିଟି ୟୁସିସି କାର୍ଯ୍ୟକାରିତା ସମ୍ପର୍କିତ ଡ୍ରାଫ୍ଟ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିସାରିଛି । ଏହାକୁ ଧାମି କ୍ୟାବିନେଟ ଅନୁମୋଦନ ମଧ୍ୟ କରିସାରିଛି । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଅଧିବେଶନରେ ଏହି ବିଲ୍‌ ଆଗତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ଧାମି ସରକାର 6 ତାରିଖରେ ଗୃହରେ ଏହି ବିଲ୍‌ ଆଗତ କରିବେ । ତେବେ ସଂଖ୍ୟା ଦୃଷ୍ଟିରୁ ଏହାକୁ ପାସ କରିବାରେ କୌଣସି ସମସ୍ୟା ନଥିବାରୁ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ‘ଏକକ ନାଗରିକ ସଂହିତା’ ଲାଗୁ କରିବା ନେଇ ବାଟ ଫିଟିଛି ।

ଜଷ୍ଟିସ ରଞ୍ଜନା ଦେଶାଇଙ୍କ ନେତୃତ୍ବାଧୀନ 5 ଜଣିଆ ୟୁସିସି ଡ୍ରାଫ୍ଟିଂ କମିଟି ଶୁକ୍ରବାର ଏହି ଡ୍ରାଫ୍ଟ ବା ଚିଠାପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରିଥିଲା । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଅନୁଧ୍ୟାନ କରିବା ପାଇଁ ଗଠିତ ହୋଇଥିବା ଏହି ଉଚ୍ଚସ୍ତରୀୟ କମିଟିରେ ଜଷ୍ଟିସ ରଞ୍ଜାନା ଦେଶାଇଙ୍କ ସମେତ ଅବସରପ୍ରାପ୍ତ ଜଷ୍ଟିସ ପ୍ରମୋଦ କୋହଲି, ସାମଜିକ କର୍ମୀ ମନୁ ଗୌର, ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂ, ଡୁନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ସୁରେଖା ଧନଓ୍ବାଲ ସଦସ୍ୟ ଥିଲେ । ଦୀର୍ଘମାସ ଧରି ଏହି କମିଟି ରାଜ୍ୟରେ ଏକକ ନାଗରିକ ସଂହିତା କାର୍ଯ୍ୟକାରିତାର ସମସ୍ତ ଦିଗକୁ ଅନୁଧ୍ୟାନ କରିଥିଲା । ଏହା ପରେ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା । ଯାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ପ୍ରକ୍ରିୟାର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କାଲି ଫ୍ଲୋରଟେଷ୍ଟ, ହାଇଦ୍ରାବାଦରୁ ରାଞ୍ଚି ଅଭିମୁଖେ ଜେଏମଏମ ସମର୍ଥିତ ବିଧାୟକ

ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ପ୍ରସ୍ତାବିତ ଡ୍ରାଫ୍ଟରେ ମୋଟ 740 ପୃଷ୍ଠା ଓ 4ଟି ଭଲ୍ୟୁମ ରହିଛି । ଅନୁଧ୍ୟାନ ବେଳେ ରାଜ୍ୟର ବିଭିନ୍ନ ବର୍ଗର ପ୍ରାୟ 2,33,000 ଲୋକଙ୍କ ମତାମତ,ପ୍ରସ୍ତାବ ଓ ପରାମର୍ଶ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ସର୍ଭେରେ ଉତ୍ତରାଖଣ୍ଡର ମୋଟ ଜନସଂଖ୍ୟାର ପ୍ରାୟ 10 ପ୍ରତିଶତ ପରିବାରର ପରାମର୍ଶ ଗ୍ରହଣ କରାଯାଇଛି । ତେବେ ବିଜେପିର ଜାତୀୟ ଏଜେଣ୍ଡାରେ ମଧ୍ୟ ‘ଏକକ ନାଗରିକ ସଂହିତା’ର କାର୍ଯ୍ୟକାରିତା ରହିଛି । ଏକାଧିକ ବିଜେପିଶାସିତ ରାଜ୍ୟ ଏହାକୁ ଲାଗୁ କରିବା ନେଇ ଘୋଷଣା କରିଥିଲେ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ଏହାକୁ ଆଇନରେ ପରିଣତ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.