ETV Bharat / bharat

ଆଉ ନାହାନ୍ତି ଉସ୍ତାଦ, ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ - ZAKIR HUSSAIN PASSES AWAY

ଉସ୍ତାଦଙ୍କ ପରଲୋକ । ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି । ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ।

Ustad Zakir Hussain passes away
Ustad Zakir Hussain passes away (ANI)
author img

By ANI

Published : 2 hours ago

ହାଇଦ୍ରାବାଦ: ଆଉ ଶୁଭିବନି ଜାକିର ହୁସେନଙ୍କ ତବଲାର ତାଳ । ଆଉ ନାହାନ୍ତି ବିଶିଷ୍ଟ ତାବଲା ବାଦକ ଜାକିର ହୁସେନ । ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ହାର୍ଟ ସମ୍ବନ୍ଧୀୟ ସମସ୍ୟା ପାଇଁ ସେ ଆମେରିକାର ସାନ ଫ୍ରାନ୍ସିକୋ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ସେ ICUରେ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

ଆଉ ନାହାନ୍ତି କିମ୍ବଦନ୍ତୀ ତାବଲା ବାଦକ:

ଭାରତୀୟ ବଂଶୋଦ୍ଭବ କିମ୍ବଦନ୍ତୀ ତବଲା ବାଦକ ଜାକିର ହୁସେନ ବହୁ ସୁନାମ ଅର୍ଜନ କରିଛନ୍ତି । ନିଜର ଅସାଧାରଣ ପ୍ରତିଭା ପାଇଁ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜାକିର ହୁସେନ । ଭାରତୀୟ ଶାସ୍ତ୍ରୀୟ ସଂଗୀତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ସେ ୧୯୫୧ ମସିହା ମାର୍ଚ୍ଚ ୯ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ବି ସମ୍ମାନିତ କରିଛନ୍ତି ।

ବି.ଦ୍ର: ଦେହାନ୍ତ ନେଇ ଉସ୍ତାଦ ଜାକିର ହୁସେନଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଘରେ ଘରେ ପରିଚିତ ଉସ୍ତାଦ:

ତବଲା ବାଦନରେ ଖ୍ୟାତି ଅର୍ଜନ କରିଥିବା ଜାକିର ହୁସେନ ଘରେ ଘରେ ପରିଚିତ ଥିଲେ । ଗତ କିଛି ଦିନ ଧରି ତାଙ୍କର ସ୍ବାସ୍ଥ୍ୟଜନିତ ସମସ୍ୟା ଲାଗି ରହିଥିଲା । ୧୯୮୮ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ । ୧୯୯୦ରେ ତାଙ୍କୁ ମିଳିଥିଲା ସଂଗୀତ ନାଟକ ଏକାଡେମୀ ସମ୍ମାନ । ସେ ମାତ୍ର ୧୧ ବର୍ଷ ବୟସରେ କନସର୍ଟ କରିବା ଆରମ୍ଭ କରିଥିଲେ । ସଂଗୀତ ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ।

ସେପଟେ ପରିବାର ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିନଥିଲେ ବି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ନିଜର ଅଫିସିଆଲ ଟ୍ବିଟର(X) ହ୍ୟାଣ୍ଡେଲରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି, ଜାକିର ହୁସେନଙ୍କ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦ । ସଂଗୀତ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ।"

ସେହିପରି ଆସାମ, ପଶ୍ଚିମବଙ୍ଗ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ସୋସିଆଲ ମିଡିଆ xରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଏହା ବି ପଢନ୍ତୁ...ଗ୍ରାମୀ ଆୱାର୍ଡରେ ବାଜି ମାରିଲା ଭାରତ, ଜାକିର-ମହାଦେବନଙ୍କ ସମେତ ଏହି ସଙ୍ଗୀତକାରଙ୍କୁ କରାଗଲା ସମ୍ମାନିତ - Shankar Mahadevan Zakir Hussain WIN

ଏହା ବି ପଢନ୍ତୁ...ଜାକିର-ମହାଦେବନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ 'ଭାରତ ଆପଣମାନଙ୍କ ପାଇଁ ଗର୍ବିତ'

ଏହା ବି ପଢନ୍ତୁ...ଆରପାରିରେ ସାମନ୍ଥା ରୁଥ ପ୍ରଭୁଙ୍କ ବାପା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.