ETV Bharat / bharat

ଆଇଆଇଏମ ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By ETV Bharat Odisha Team

Published : Jan 27, 2024, 10:50 PM IST

1st convocation of IIM Mumbai: କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନର ପିଢିଙ୍କୁ ଅମୃତ ପିଢି ନାମରେ ନାମିତ କରିଛନ୍ତି । ଏହି ପିଢି ସାମାଜିକ- ଅର୍ଥନୈତିକ ପରିବର୍ତ୍ତନର ଅଗ୍ରଦୂତ ହେବେ। ଆଗାମୀ ୨୫ ବର୍ଷ ପାଇଁ ବିଶ୍ବ ଓ ସମାଜର ଥିବା ସମସ୍ୟାର ସମାଧାନ କରିବାର ଦାୟିତ୍ବ ନେବେ । ଚାକିରି ଅନ୍ବେଷଣରେ ନ ରହି ଯୁବପିଢିମାନେ ନିଯୁକ୍ତିଦାତା ହେବା ପାଇଁ ଚେଷ୍ଟା କରିବା ଉଚିତ । ଅଧିକ ପଢନ୍ତୁ

ଆଇଆଇଏମ ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଆଇଆଇଏମ ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ମୁମ୍ବାଇ: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗରିବ, ବଞ୍ଚିତ ବର୍ଗ ଏବଂ ମହିଳାଙ୍କ ଭାଗିଦାରୀରେ ରେକର୍ଡସଂଖ୍ୟକ ଉନ୍ନତି ହୋଇଛି । ଯାହା ଜ୍ଞାନ ଭିତ୍ତିକ ସମାଜର ପ୍ରତିଫଳନ ବୋଲି ଶନିବାର ଆଇଆଇଏମ ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ‘‘ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ଶିକ୍ଷା ଉପରେ ଅଖିଳ ଭାରତୀୟ ସର୍ବେକ୍ଷଣ(AICTE) ୨୦୨୧-୨୨ ଜାରି ହୋଇଛି । ଉଚ୍ଚ ଶିକ୍ଷାରେ ୨୦୨୧-୨୧ ଶିକ୍ଷା ବର୍ଷରେ ୪.୧୪ କୋଟି ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ବର୍ଷ ୨୦୨୧-୨୨ରେ ବଢି ପ୍ରାୟ ୪.୩୩ କୋଟି ହୋଇଛି । ୨୦୧୪ରେ କେବଳ ୩.୪୨ କୋଟି ଜଣ ପିଲା ନାମ ଲେଖାଇଥିଲେ । ଏବେ ଏଥିରେ ପ୍ରାୟ ୯୧ ଲକ୍ଷ ବା ୨୬.୫ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଛାତ୍ରଛାତ୍ରୀଙ୍କ ନାମଲେଖାରେ ୨୦୨୦-୨୧ରେ ୨.୦୧ କୋଟିରୁ ବଢି ୨୦୨୧-୨୨ରେ ୨.୭ କୋଟିକୁ ବୃଦ୍ଧି ହୋଇଛି । ୨୦୧୪-୧୫ରେ ଛାତ୍ରୀଙ୍କ ସଂଖ୍ୟା ୧.୫୭ କୋଟିରେ ଥିବା ବେଳେ ଏବେ ଏଥିରେ ପ୍ରାୟ ୫୦ ଲକ୍ଷ ବା ୩୨ ପ୍ରତିଶତ ବୃଦ୍ଧି ହୋଇଛି । ଓବିସି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉଚ୍ଚ ଶିକ୍ଷାରେ ୨୦୧୪-୧୫ରେ ୧.୧୩ କୋଟି ଥିବା ବେଳେ ୨୦୨୧-୨୨ରେ ୧.୬୩ କୋଟି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।’’

ଅଧିକ ପଢନ୍ତୁ- ସମ୍ବଲପୁର IIM ନବମ ପ୍ରତିଷ୍ଠା ଦିବସ, ଭର୍ଚ୍ଚୁଆଲ ମୋଡ୍‌ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନର ପିଢିଙ୍କୁ ଅମୃତ ପିଢି ନାମରେ ନାମିତ କରିଛନ୍ତି । ଏହି ପିଢି ସାମାଜିକ- ଅର୍ଥନୈତିକ ପରିବର୍ତ୍ତନର ଅଗ୍ରଦୂତ ହେବେ। ଆଗାମୀ ୨୫ ବର୍ଷ ପାଇଁ ବିଶ୍ବ ଓ ସମାଜର ଥିବା ସମସ୍ୟାର ସମାଧାନ କରିବାର ଦାୟିତ୍ବ ନେବେ । ଚାକିରି ଅନ୍ବେଷଣରେ ନ ରହି ଯୁବପିଢିମାନେ ନିଯୁକ୍ତିଦାତା ହେବା ପାଇଁ ଚେଷ୍ଟା କରିବା ଉଚିତ । ନିଯୁକ୍ତି ଦେଲେ ହି ମନରେ ଆନନ୍ଦ ଆସିବ । ଏହା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ମଧ୍ୟ ରହିଛି । ବର୍ତ୍ତମାନ ସମୟରେ ଆମକୁ ଉଦ୍ୟମିତା ସହ ନୂଆ ନୂଆ ୟୁନିକର୍ଣ୍ଣ ସୃଷ୍ଟି କରିବା ଉପରେ ଦୃଷ୍ଟି ଦେବାକୁ ହେବ ।

ମୁମ୍ବାଇର ବିଜେନେସ ସ୍କୁଲ ପ୍ରତିଷ୍ଠା କରିବା ଦୀର୍ଘ ଦିନର ଦାବି ଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏହାକୁ ପୂରଣ କରାଯାଇଛି । ଏହି ଅନୁଷ୍ଠାନ ଶ୍ରେଷ୍ଠ ମାନବ ସମ୍ବଳ ତିଆରି କରିବାରେ ଅନ୍ୟତମ କାଟାଲିଷ୍ଟ ହେବ । ଆଇଆଇଏମ, ମୁମ୍ବାଇ ଉଦ୍ୟମୀ ଓ ଭବିଷ୍ୟତ ପାଇଁ ୟୁନିକର୍ଣ୍ଣ ପ୍ରସ୍ତୁତ କରିବାକୁ ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆଇଆଇଏମ ମୁମ୍ବାଇ ଦେଶର ଅଗ୍ରଣୀ ବିଜନେସ ସ୍କୁଲ ଭାବରେ ଉଭା ହେବା ପାଇଁ କାର୍ଯ୍ୟ କରିବା ଉଚିତ । ଆଇଆଇଏମ ମୁମ୍ବାଇ ଏକ ବିଶ୍ବସ୍ତରୀୟ ଉତ୍କର୍ଷ କେନ୍ଦ୍ର ଏବଂ ଚରିତ୍ର ନିର୍ମାଣ ଏବଂ ରାଷ୍ଟ୍ର ନିର୍ମାଣର ଅନୁଷ୍ଠାନ ଭାବରେ ପରିଣତ ହୋଇଛି । ବିଶ୍ବ ସମୁଦାୟ ପ୍ରତି ଆମକୁ ଆମର ‘କର୍ତ୍ତବ୍ୟବୋଧ'କୁ ଅନୁଭବ କରିବାକୁ ହେବ । ଏହି ଲକ୍ଷ୍ୟକୁ ସାକାର କରିବା ଦିଗରେ ମିଳିତ ନେତୃ୍ତ୍ବ ନେବାକୁ ପଡ଼ିବ । ଭାରତ ବିଶ୍ବ ଅର୍ଥନୀତିର କେନ୍ଦ୍ରସ୍ଥଳୀ କରିବା ପାଇଁ ହେଲେ ଆଇଆଇଏମକୁ ଦାୟିତ୍ବ ନେବାକୁ ପଡ଼ିବ ଏବଂ ବିକଶିତ ଭାରତ ନିର୍ମାଣରେ ସେମାନଙ୍କ ଭୂମିକା ନିର୍ବାହ କରିବାକୁ ପଡ଼ିବ । ଏହି ସମାବର୍ତ୍ତନ ସମାରୋହରେ ସ୍ନାତକ, ପଦକ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.