ETV Bharat / bharat

ବଜେଟରେ ନିର୍ମଳାଙ୍କ ରେକର୍ଡ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପଛରେ ପକାଇଲେ - Union Budget 2024

author img

By ETV Bharat Odisha Team

Published : Jul 23, 2024, 9:16 AM IST

Updated : Jul 23, 2024, 1:13 PM IST

Nirmala Sitharaman break Morarji Desai record: ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀଙ୍କ ରେକର୍ଡ ଭାଙ୍ଗିଲେ ନିର୍ମଳା । କ୍ରମାଗତ ସପ୍ତମ ଥର ବଜେଟ ଉପସ୍ଥାନ କରିବାରେ ହେବେ ପ୍ରଥମ । ଅଧିକ ପଢନ୍ତୁ

Union Budget 2024
Union Budget 2024 (ETV BHARAT ODISHA)

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମରେ ଯୋଡି ହେବାକୁ ଯାଉଛି ନୂଆ ରେକର୍ଡ । ସଂସଦରେ କ୍ରମାଗତ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କ ରେକର୍ଡ ଭାଙ୍ଗିବେ ନିର୍ମଳା । ସେ କ୍ରମାଗତ 6ଥର ବଜେଟ ସଂସଦରେ ଉପସ୍ଥାନ କରିଥିବା ବେଳେ ନିର୍ମଳା ଆଜି କ୍ରମାଗତ ସପ୍ତମ ଥର ପାଇଁ ବଜେଟ ଆଗତ କରିବାକୁ ଯାଉଛନ୍ତି । ଅର୍ଥମନ୍ତ୍ରୀ ଭାବେ 1959 ରୁ 1964 ମଧ୍ୟରେ 5 ଥର ପୂର୍ଣ୍ଣାଙ୍ଗ ବଜେଟ ଓ ଥରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ ମୋରାରଜି ।

ସର୍ବାଧିକ ବଜେଟ ଉପସ୍ଥାପନ କରିଛନ୍ତି ମୋରାଜୀ ଦେଶାଇ: ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମରେ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସରକାର ସମୟରେ ସେ ଅର୍ଥମନ୍ତ୍ରୀ ଭାବେ ମୋଟ 10 ଥର ବଜେଟ୍ ଉପସ୍ଥାପନ କରିଥିଲେ। 1959 ଫେବୃଆରୀ 28ରେ ଦେଶାଇ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ, ଏହାପରେ ଲଗାତାର 2 ଥର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଥିଲେ । 1962 ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ, ତା’ପରେ ଆଉ ଦୁଇଟି ପୂର୍ଣ୍ଣ ବଜେଟ୍ । ଏହାପରେ1967ରେ କାମଚଳା ବଜେଟ, ସେହି ବର୍ଷ ପୂର୍ଣ୍ଣାଙ୍ଗ ବଜେଟ ଓ 1968 ଏବଂ 1969 ରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ମୋଟ 10ଥର କେନ୍ଦ୍ରୀୟ ବଜେଟ୍ ସଂସଦରେ ଉପସ୍ଥାପନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଜି ଆସିବ କେନ୍ଦ୍ରୀୟ ବଜେଟ, ବଡ ଘୋଷଣା କରିବେ ଅର୍ଥମନ୍ତ୍ରୀ ! ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିବ ଫୋକସ, କେତେ ହେବ ଆୟକର ଛାଡ଼ ? - Union Budget 2024

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ରେକର୍ଡ ଭାଙ୍ଗିବେ ନିର୍ମଳା: 2019 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳିରେ ଅର୍ଥମନ୍ତ୍ରୀ ଦାୟିତ୍ବ ପାଇଥିଲେ ନିର୍ମଳା ସୀତାରମଣ । ସେହି ବର୍ଷ ଠାରୁ ଲଗାତାର 5 ଥର ପୂର୍ଣ୍ଣାଙ୍ଗ ବଜେଟ ଓ ଚଳିତ ବର୍ଷ ଫେବୃଆରୀରେ କାମଚଳା ବଜେଟ ଉପସ୍ଥାପନ କରି କ୍ରମାଗତ 6 ଥର ବଜେଟ ଆଗତ କରିଛନ୍ତି । ଫେବୃଆରୀରେ କାମଚଳା ବଜେଟ ଆଗତ ପରେ ସେ କ୍ରମାଗତ ବଜେଟ ଉପସ୍ଥାପନ କରିବାରେ ମୋରାରଜୀ ଦେଶାଇଙ୍କ ସମକକ୍ଷ ହୋଇଥିଲେ । ଆଜି ସପ୍ତମ ଥର ପାଇଁ କ୍ରମାଗତ ବଜେଟ ଉପସ୍ଥାପନ ରେକର୍ଡ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ନିର୍ମଳା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2024, 1:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.