ETV Bharat / bharat

Union Budget 2024; ବଜେଟରେ କୃଷି ଓ କୃଷକଙ୍କୁ ଗୁରୁତ୍ବ, କୃଷି ପାଇଁ ୧.୫୨ ଲକ୍ଷ କୋଟି, 1 କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସାହନ - Union Budget 2024

author img

By ETV Bharat Odisha Team

Published : Jul 23, 2024, 11:58 AM IST

Updated : Jul 23, 2024, 12:18 PM IST

Agriculture sector: ବଜେଟରେ କୃଷି କ୍ଷେତ୍ର ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ । କୃଷି କ୍ଷେତ୍ର ପାଇଁ 1 ଲକ୍ଷ 52 ହଜାର କୋଟିର ପ୍ରୋତ୍ସାହନ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ନୂଆଦିଲ୍ଲୀ: ସଂସଦରେ 2024-25 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହୋଇଛି । ସପ୍ତମ ଥର ଲାଗି ବଜେଟ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କୃଷି ଓ ଚାଷୀଙ୍କ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । କୃଷି କ୍ଷେତ୍ର ପାଇଁ 1 ଲକ୍ଷ 52 ହଜାର କୋଟିର ପ୍ରୋତ୍ସାହନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥି ସହ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରେରିତ କରାଯିବ ।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି ଉପରେ ଅଧିକ ଗବେଷଣା କରାଯିବ । ଘରୋଇ କ୍ଷେତ୍ରକୁ ମଧ୍ୟ କୃଷି କ୍ଷେତ୍ର ପାଇଁ ପ୍ରୋତ୍ସାହିତ କରାଯିବ । ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହନ, ତୈଳ ବିହନ ଉତ୍ପାଦନ ଉପରେ ଗୁରୁତ୍ବ ଓ ମାଛ ଚାଷ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ସୀତାରମଣ । ସେହିପରି ଏକ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ କରିବାକୁ ପ୍ରୋତ୍ସାହନ କରାଯିବା ସହ ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ ।

ଏହା ମଧ୍ୟ ପଢନ୍ତୁ-ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କଲେ ସୀତାରମଣ; ପୂର୍ବାଞ୍ଚଳର ବିକାଶ ପାଇଁ ପୂର୍ବୋଦୟ ଯୋଜନା, ଓଡ଼ିଶା ସାମିଲ, ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଲୋନ - Union Budget 2024

ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଅର୍ଥମନ୍ତ୍ରୀ ନିଜର ବଜେଟ ଭାଷଣ ଆରମ୍ଭରେ ଦେଶବାସୀ ପୁନର୍ବାର ମୋଦି ସରକାରଙ୍କ ଉପରେ ବିଶ୍ବାସ ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ନିର୍ମଳା । ବଜେଟରେ ବିଶେଷକରି ଗରିବ, ମହିଳା, ଯୁବବର୍ଗ, କୃଷକଙ୍କ ବିକାଶ ଉପରେ ଫୋକସ୍ କରାଯାଇଛି । କୃଷି କ୍ଷେତ୍ରରେ ଉତ୍ପାଦନ ବଢାଇବାକୁ ଗୁରୁତ୍ବ । ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସରକାର ସବୁ ବର୍ଗର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ଅର୍ଥମନ୍ତ୍ରୀ । ଅନ୍ତରୀଣ ବଜେଟରେ କୃଷି ଓ ଚାଷୀ କଲ୍ୟାଣ ଲାଗି 1.27 ଲକ୍ଷ କୋଟି ବ୍ୟୟ ବରାଦ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2024, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.