ETV Bharat / bharat

Union Budget 2024: ସ୍ବତନ୍ତ୍ର ପାହ୍ୟା ନ ଦେଇ ବିହାର-ଆନ୍ଧ୍ରକୁ ଖୁସି କରିଦେଲେ ମୋଦି, ଓଡ଼ିଶାକୁ ଭୁଲିଗଲେ ! - Union Budget 2024

Union Budget 2024-25: କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା । ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ପ୍ୟାକେଜ ଦେଲେ । ୫ଟି ରାଜ୍ୟ ପାଇଁ ବନ୍ୟା ନିୟନ୍ତ୍ରଣ ସହାୟତା ଘୋଷଣା କଲେ । ହେଲେ ଏହି ଦୁଇଟିଯାକ ସହୟତାରୁ ବାଦ୍ ପଡିଛି ଓଡ଼ିଶା । ଓଲଟା ବଜେଟରେ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ସମର୍ଥନ ଦେଇ ଓଡ଼ିଶାକୁ ଶକ୍ତ ଧକ୍କା ଦେଇଛନ୍ତି ମୋଦି ସରକାର । ପଢନ୍ତୁ ପୁରା ଖବର

author img

By ETV Bharat Odisha Team

Published : Jul 23, 2024, 1:35 PM IST

Updated : Jul 23, 2024, 1:40 PM IST

କେନ୍ଦ୍ର ବଜେଟ ୨୦୨୪: ସ୍ବତନ୍ତ୍ର ପାହ୍ୟା ନ ଦେଇ ବି ବିହାର-ଆନ୍ଧ୍ରକୁ ଖୁସି କରିଦେଲେ ମୋଦି, ଓଡ଼ିଶାକୁ ଭୁଲିଗଲେ !
କେନ୍ଦ୍ର ବଜେଟ ୨୦୨୪: ସ୍ବତନ୍ତ୍ର ପାହ୍ୟା ନ ଦେଇ ବି ବିହାର-ଆନ୍ଧ୍ରକୁ ଖୁସି କରିଦେଲେ ମୋଦି, ଓଡ଼ିଶାକୁ ଭୁଲିଗଲେ ! (ETV Bharat Odisha)

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି (ମଙ୍ଗଳବାର) ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ ତୃତୀୟ ପାଳିର ଏହି ପ୍ରଥମ ବଜେଟରୁ ଓଡ଼ିଶାକୁ ବଡ଼ ଆଶା ଥିଲା । ପ୍ରଥମ ଥର ଓଡ଼ିଶାରେ ବିଜେପି ସରକାର ଗଠନ କରିଥିବାରୁ ବଜେଟରେ ମଧ୍ୟ ରାଜ୍ୟର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜର ଆଶା ରଖାଯାଉଥିଲା । କିନ୍ତୁ ଓଡ଼ିଶାକୁ ନିରାଶ କରିଛନ୍ତି ମୋଦି ସରକାର । ଆନ୍ଧ୍ରପ୍ରଦେଶ ଓ ବିହାର ପାଇଁ ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ । ବଜେଟରେ ବିହାରରେ ଏୟାରପୋର୍ଟ ଓ ମେଡିକାଲ କଲେଜର ବିକାଶ ପାଇଁ ଅନୁଦାନ ମିଳିବ । ସଡକ ନିର୍ମାଣ ପାଇଁ ୨୬ ହଜାର କୋଟି ଆର୍ଥିକ ସହୟତା ପ୍ରଦାନ କରାଯିବ । ସେହିପରି ଆନ୍ଧ୍ରପ୍ରଦେଶର ବିକାଶ ଲାଗି ୧୫ ହଜାର କୋଟି ମିଳିବା ନେଇ ଘୋଷଣା ହୋଇଛି । ହେଲେ ଓଡ଼ିଶା ଏଥିରୁ ବାଦ୍ ପଡିଛି । ୪ଟି ରାଜ୍ୟ ପାଇଁ ଘୋଷଣା ହୋଇଥିବା ବନ୍ୟା ସହୟତାରେ ମଧ୍ୟ ଓଡ଼ିଶାର ନାଁ ନାହିଁ ।

ଓଡ଼ିଶାକୁ ଅବହେଳା, ଆନ୍ଧ୍ର-ବିହାରକୁ ଟଙ୍କା ବର୍ଷା:

ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ବିହାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଥିଲେ । ହେଲେ କୌଣସି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମିଳିବ ନାହିଁ ବୋଲି ମନା କରିଥିଲେ କେନ୍ଦ୍ର ସରକାର । କିନ୍ତୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନଦେଇ ମଧ୍ୟ ଏନଡିଏ ସରକାର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଆନ୍ଧ୍ର ଓ ଛତିଶଗଡକୁ ମୋଦି ସରକାର ବଜେଟରେ ଖୁସି କରିଦେଇଛନ୍ତି । ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ବିହାରର ବୋଧଗୟା, ବୈଶାଳୀ ଓ ଦରଭଙ୍ଗାଠାରେ ସଡକ ସଂଯୋଗ ପ୍ରକଳ୍ପର ବିକାଶ କରାଯିବ । ସଡକ ନିର୍ମାଣ ପାଇଁ ୨୬ ହଜାର କୋଟି ଟଙ୍କା ଆର୍ଥିକ ସହୟତା ପ୍ରଦାନ କରାଯିବ ।

ସେହିପରି ଆନ୍ଧ୍ରପ୍ରଦେଶକୁ ମଧ୍ୟ ୧୫ ହଜାର କୋଟି ଟଙ୍କାର ଉପହାର ଦେଇଛନ୍ତି । ରାଜଧାନୀ ଅମରାବତୀର ବିକାଶ ପାଇଁ ୧୫ ହଜାର କୋଟି ଟଙ୍କା ଦିଆଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ରାଜ୍ୟର ପୁଞ୍ଜି ଆବଶ୍ୟକତକୁ ବୁଝି ବହୁପାକ୍ଷୀୟ ଏଜେନ୍ସି ମାଧ୍ୟମରେ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଆନ୍ଧ୍ରର ପୋଲାଭରମକୁ ସମର୍ଥନ, ଓଡ଼ିଶା ନିରାଶ:

ଏହାସହିତ ବିବାଦୀୟ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପୋଲାଭରମକୁ ନେଇ ଦୀର୍ଘ ବର୍ଷ ହେଲା ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଜାରି ରହିଛି । ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାର ଦୁଇଟି ଜିଲ୍ଲା ମାଲକାନଗିରି ଓ ଗଜପତି ଅଧିକ ପ୍ରଭାବିତ ହେଉଛନ୍ତି । ଏହାକୁ ନେଇ ଓଡ଼ିଶା ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିବାବେଳେ କେନ୍ଦ୍ର ସରକାର ଆନ୍ଧ୍ରର ଏହି ପ୍ରକଳ୍ପକୁ ସମର୍ଥନ କରି ଓଡ଼ିଶାକୁ ଶକ୍ତ ଝଟକା ଦେଇଛନ୍ତି ।

ବନ୍ୟା ନିୟନ୍ତ୍ରଣ ସହାୟତାରେ ମଧ୍ୟ ଓଡ଼ିଶାକୁ ଭୁଲିଗଲେ:

ସେହିପରି ୫ଟି ରାଜ୍ୟ ପାଇଁ ବନ୍ୟା ନିୟନ୍ତ୍ରଣ ସହାୟତା ଘୋଷଣା ହୋଇଛି । ଏଥିରେ ମଧ୍ୟ ଓଡ଼ିଶାକୁ ନିରାଶ ହେବାକୁ ପଡିଛି । ଏହି ରାଜ୍ୟଗୁଡିକ ହେଲେ ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ, ବିହାର । ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧ ହଜାର ୫୦୦ କୋଟି ପ୍ରଦାନ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସଂସଦରେ ବଜେଟ୍ ଉପସ୍ଥାପିତ; ପୋଲାଭରମ ପ୍ରକଳ୍ପକୁ ସମର୍ଥନ, ଆନ୍ଧ୍ର-ବିହାରକୁ ସ୍ବତନ୍ତ୍ର ପ୍ୟାକେଜ, ଓଡ଼ିଶାକୁ ଶକ୍ତ ଧକ୍କା ! - Union Budget 2024

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଉପରେ ଭରସା କରିଥିଲେ ଓଡ଼ିଶାବାସୀ । ବିଧାନସଭାରେ ସ୍ପଷ୍ଟ ବହୁମତ ଦେଇଥିବାବେଳେ ୨୧ ଲୋକସଭା ଆସନରୁ ୨୦ଟି ଆସନରେ ବିଜୟୀ କରାଇଥିଲେ । ରାଜ୍ୟରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଠନ ହୋଇଥିବାବେଳେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟରୁ ଅନେକ କିଛି ଆଶା କରିଥିଲା ଓଡ଼ିଶା । ବିକଶିତ ଓଡ଼ିଶା ଗଠନ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ମିଳିବାର ଆଶା ରଖାଯାଉଥିଲା । ହେଲେ ବଜେଟରେ ସେଭଳି କିଛି ଘୋଷଣା ହୋଇନି । ଆନ୍ଧ୍ର ଓ ବିହାରର ବିକାଶ ପାଇଁ ମୋଦି ସରକାର ଟଙ୍କା ବର୍ଷା କରିଥିବାବଳେ ପର୍ଯ୍ୟଟନ ବିକାଶ ନାଁରେ ଓଡ଼ିଶାକୁ କେବଳ ଲଲିପପ୍ ଧରାଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଦେବସ୍ଥଳୀ, ବନ୍ୟପ୍ରାଣୀ ଅଭୟାରଣ୍ୟ, ବେଳାଭୂମିର ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦିଆଯିବ ।

Last Updated : Jul 23, 2024, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.