ETV Bharat / bharat

‘ଖୁବଶୀଘ୍ର ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବ ଏକକ ନାଗରିକ ସଂହିତା’ - Uniform Civil Code

Uniform Civil Code: ଖୁବଶୀଘ୍ର ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ ହେବା ନେଇ କହିଲେ ମୁଖ୍ୟମନ୍ତ୍ରୀ ଧାମୀ । ଫେବୃଆରୀ 7 ତାରିଖରେ ବିଧାନସଭାରେ ହୋଇଥିଲା ପାରିତ । ଅଧିକ ପଢନ୍ତୁ

‘ଖୁବଶୀଘ୍ର ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବ ଏକକ ନାଗରିକ ସଂହିତା’

author img

By ETV Bharat Odisha Team

Published : Mar 24, 2024, 4:03 PM IST

ଡେରାଡୁନ: ବିଧାନସଭାରେ ପାରିତ ହୋଇସାରିଥିବା ଏକକ ନାଗରିକ ସଂହିତା (UCC)କୁ ଖୁବଶୀଘ୍ର ରାଜ୍ୟରେ ଲାଗୁ କରିବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ସରକାର । ଗୃହରେ ପାରିତ ହେବା ପରେ ଏହି ସମ୍ପର୍କିତ ପ୍ରକ୍ରିୟା ଏବେ ଜାରି ରହିଛି । ଏକ ଉଚ୍ଚସ୍ତରୀୟ କମିଟି ଏହାର କାର୍ଯ୍ୟକାରିତାର ସମସ୍ତ ଦିଗକୁ ନେଇ ଚୂଡାନ୍ତ ଅନୁଧ୍ୟାନ କରୁଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଏହି ଅଧିନିୟମକୁ ପାରିତ କରିବାରେ ସଫଳ ହୋଇଛନ୍ତି ।

ଏହି ପ୍ରସଙ୍ଗରେ ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି, "ଆମେ ଉତ୍ତରାଖଣ୍ଡବାସୀଙ୍କ ନିକଟରେ ଏହାକୁ କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ରଖିଥିଲୁ । 2022ରେ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ବିଜେପି ଏହାକୁ ନିର୍ବାଚନୀ ଇସ୍ତାହର ମାଧ୍ୟମରେ ପ୍ରକାଶ କରିଥିଲା । ଆମେ ସରକାରକୁ ଫେରିବା ପରେ ଏହି ପ୍ରକ୍ରିୟା ଆରମ୍ଭ କରିଥିଲୁ ଓ ଏଥିରେ ସଫଳ ମଧ୍ୟ ହୋଇଛୁ । ଏହା ବିଧାନସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ପାଇସାରିଛି । ରାଜ୍ୟରେ ଖୁବଶୀଘ୍ର ଏହାର କାର୍ଯ୍ୟକାରିତା ମଧ୍ୟ ଦେଖିବାକୁ ମିଳିବ । ଏହା ରାଜ୍ୟବାସୀଙ୍କ ପାଇଁ ଫଳପ୍ରଦ ନିଷ୍ପତ୍ତି ହେବାକୁ ଯାଉଛି । ବିବାହ ପଞ୍ଜୀକରଣ ଓ ସେହି ସମ୍ପର୍କିତ ପ୍ରକ୍ରିୟା ଅଧିକ ସରଳୀକରଣ ହେବ । ଏଥିପାଇଁ ବିଭିନ୍ନ ସରକାରୀ ଅଫିସ ଯିବା ପରିବର୍ତ୍ତେ ଗୋଟିଏ ପ୍ରକ୍ରିୟାରେ ସମସ୍ତ ସୁବିଧା ମିଳିପାରିବ ।"

ଏହା ମଧ୍ୟ ପଢନ୍ତୁ :- ବିହାରର 16 ଲୋକସଭା ଆସନରେ ପ୍ରାର୍ଥୀ ଦେଲା ନୀତିଶଙ୍କ JDU - JDU Releases Candidates

ଫେବୃଆରୀ 6ତାରିଖରେ ସ୍ବତନ୍ତ୍ର ବିଧାନସଭା ଅଧିବେଶନରେ ଏହାକୁ ଧାମୀ ସରକାର ଗୃହରେ ଆଗତ କରିଥିଲେ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଞ୍ଜନା ଦେଶାଇଙ୍କ ନେତୃତ୍ବରେ ଗଠିତ କମିଟିର ଚିଠାପ୍ରସ୍ତାବ ଆଧାରରେ ଏହାକୁ ପ୍ରସ୍ତୁତ କରିଥିଲା ଧାମୀ କ୍ୟାବିନେଟ । ଆଗତ ହେବା ପରେ ମାତ୍ର ଗୋଟିଏ ଦିନ ଚର୍ଚ୍ଚା ମଧ୍ୟରେ ଏହା ପରଦିନ ଅର୍ଥାତ 7ତାରିଖରେ ପାରିତ ହୋଇଥିଲା । ପ୍ରଥମ ରାଜ୍ୟ ଭାବେ ଏହାକୁ ପାରିତ କରିଥିବାରୁ ତମାମ ବିଜେପି କେନ୍ଦ୍ରୀୟ ନେତା ମୁଖ୍ୟମନ୍ତ୍ରୀ ଧାମୀ ତାଙ୍କ କ୍ୟାବିନେଟକୁ ପ୍ରଶଂସା କରିଥିଲେ । ତେବେ ବିଜେପି ଚଳିତ ଲୋକସଭା ନିର୍ବାଚନରେ ପୁଣି ଥରେ କେନ୍ଦ୍ରରେ ଶାସନକୁ ଫେରିବା ପରେ ଦେଶରେ ମଧ୍ୟ ଏହାକୁ ଲାଗୁ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.