ETV Bharat / bharat

ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ୍

author img

By ETV Bharat Odisha Team

Published : Feb 6, 2024, 10:32 AM IST

Updated : Feb 6, 2024, 12:25 PM IST

Uniform Civil Code bill: ଆଜି ଉତ୍ତରାଖଣ୍ଡ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ । ଗୃହରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ୍(UCC) । ଅଧିକ ପଢନ୍ତୁ

Uniform Civil Code bill
ଏକକ ନାଗରିକ ସଂହିତା

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ । ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲକୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆଗତ କରିଛନ୍ତି । ବିଲ ଉପସ୍ଥାପନ ସମୟରେ ବନ୍ଦେ ମାତରମ ଓ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଲା ଗୃହ । ଉପସ୍ଥିତ ସମସ୍ତ ବିଧାୟକ ଏପରି ସ୍ଲୋଗାନ ଦେଇଥିଲେ । ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେବ ଏକକ ନାଗରିକ ସଂହିତା (UCC) । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟ ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ ବିଲକୁ ଉପସ୍ଥାପନ କରିଛନ୍ତି । ସୋମବାର ଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଚାରି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଏହି ବିଲ୍ ଆଗତ ହୋଇଛି । ଆଜି ପ୍ରଶ୍ନକାଳକୁ ବାତିଲ କରାଯାଇ, UCC ବିଲ୍ ଆଗତ କରାଯାଇଥିଲା । ପ୍ରଶ୍ନକାଳ ବାତିଲକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ ବିଧାୟକ । ବିଲ୍ ଆଗତ ପରେ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ପୂର୍ବରୁ ସର୍ବୋଚ୍ଚ କୋର୍ଟଙ୍କ ଅବସରପ୍ରାପ୍ତ ଆଇନଜୀବୀ ରଞ୍ଜନା ଦେଶାଇଙ୍କ ନେତୃତ୍ବରେ ଗଠିତ କମିଟି ୟୁସିସି କାର୍ଯ୍ୟକାରିତା ସମ୍ପର୍କିତ ଡ୍ରାଫ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ରବିବାର ଧାମି କ୍ୟାବିନେଟରେ ଏହି ଡ୍ରାଫ୍ଟକୁ ଅନୁମୋଦନ ମିଳିଥିଲା । ସୋମବାର ଦିନ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ, ''ୟୁନିଫର୍ମ ସିଭିଲ କୋଡ ଲାଗୁ ପାଇଁ ବିଚାର ବିମର୍ଶ ଚାଲିଛି । ଭାରତ ଲ କମିଶନଙ୍କ ଦ୍ବାରା ଏହାର ସମୀକ୍ଷା କରାଯାଉଛି । ଏହା କେବଳ କେନ୍ଦ୍ରର ପ୍ରସଙ୍ଗ ନୁହେଁ । ସମ୍ବିଧାନ ପ୍ରସ୍ତୁତ ହେବା ସମୟରେ ମଧ୍ୟ ଏହା ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ଲ କମିଶନଙ୍କ ସହ ଏହି ବିଷୟରେ ବିଚାରାଧୀନ ଚାଲିଛି । ଉତ୍ତରପ୍ରଦେଶ ସରକାର ଏହାକୁ କ୍ୟାବିନେଟରେ ଅନୁମୋଦନ କରିଛନ୍ତି ଏବଂ ଲ କମିଶନଙ୍କ ରିପୋର୍ଟ ପାଇବା ମାତ୍ରେ ଆମେ ଆପଣଙ୍କୁ ଜଣାଇବୁ । ''

ଏହା ମଧ୍ୟ ପଢନ୍ତୁ-ଉତ୍ତରାଖଣ୍ଡରେ UCC ଲାଗୁ ପରେ କଣ ରହିବ ନିୟମ ? ବୁଝନ୍ତୁ ପଏଣ୍ଟରେ

ଶୁକ୍ରବାର ଜଷ୍ଟିସ ରଞ୍ଜନା ଦେଶାଇଙ୍କ ନେତୃତ୍ବାଧୀନ 5 ଜଣିଆ ୟୁସିସି ଡ୍ରାଫ୍ଟିଂ କମିଟି ୟୁସିସି ସମ୍ପର୍କିତ ଏକ ଡ୍ରାଫ୍ଟ ବା ଚିଠାପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରିଥିଲେ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଅନୁଧ୍ୟାନ କରିବା ପାଇଁ ଗଠିତ ହୋଇଥିବା ଏହି ଉଚ୍ଚସ୍ତରୀୟ କମିଟିରେ ଜଷ୍ଟିସ ରଞ୍ଜାନା ଦେଶାଇଙ୍କ ସମେତ ସାମଜିକ କର୍ମୀ ମନୁ ଗୌର, ଅବସରପ୍ରାପ୍ତ ଜଷ୍ଟିସ ପ୍ରମୋଦ କୋହଲି, ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂ, ଡୁନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ସୁରେଖା ଧନଓ୍ବାଲ ସଦସ୍ୟ ଥିଲେ । ଦୀର୍ଘମାସ ଧରି ରାଜ୍ୟରେ ଏକକ ନାଗରିକ ସଂହିତା କାର୍ଯ୍ୟକାରିତାର ସମସ୍ତ ଦିଗକୁ ନେଇ ଏହି କମିଟି ଅନୁଧ୍ୟାନ କରିଥିଲା । ଏହା ପରେ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା । ଯାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ପ୍ରକ୍ରିୟାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ କରୁଛନ୍ତି ।

UCC କଣ ?: ୟୁସିସି ବା ଏକକ ନାଗରିକ ସଂହିତା ଆଇନ ଲାଗୁ ହେଲେ ବିବାହ, ଛାଡ଼ପତ୍ର, ସମ୍ପତ୍ତି ଓ ପୋଷ୍ୟ ସନ୍ତାନ କ୍ଷେତ୍ରରେ ସମସ୍ତଙ୍କର ଗୋଟିଏ ଅଧିକାର ରହିବ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଓ ଅଧିକାର ମଧ୍ୟ ସମାନ ରହିବ । ପ୍ରତି ଧର୍ମ ପାଇଁ ବିବାହ, ଛାଡ଼ପତ୍ର ଲାଗି ଗୋଟିଏ ଆଇନ ରହିବ । ବିନା ଛାଡ଼ପତ୍ରରେ ଏକାଧିକ ବିବାହ ପାଇଁ ଅନୁମତି ମିଳିବ ନାହିଁ । ଯଦି କେହି ଏପରି କଲେ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 6, 2024, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.