ETV Bharat / bharat

ମୁଖ୍ୟମନ୍ତ୍ରୀ ଧାମିଙ୍କୁ ଡ୍ରାଫ୍ଟ ରିପୋର୍ଟ ହସ୍ତାନ୍ତର କଲା UCC କମିଟି - ଏକକ ନାଗରିକ ସଂହିତା

UCC in Uttarakhand: ଉତ୍ତରଖଣ୍ଡ ସରକାରଙ୍କୁ ଡ୍ରାଫ୍ଟ ରିପୋର୍ଟ ହସ୍ତାନ୍ତର କଲା UCC କମିଟି । ୟୁସିସି ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବାକୁ ଯାଉଛି ଉତ୍ତରାଖଣ୍ଡ । ଅଧିକ ପଢନ୍ତୁ

UCC in Uttarakhand
ଉତ୍ତରଖଣ୍ଡ ସରକାରଙ୍କୁ ୟୁସିସି ଡ୍ରାଫ୍ଟ ରିପୋର୍ଟ ହସ୍ତାନ୍ତର
author img

By ETV Bharat Odisha Team

Published : Feb 2, 2024, 4:47 PM IST

ଡେରାଡୁନ: ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ଏକକ ନାଗରିକ ସଂହିତା । ଏନେଇ ୟୁସିସି କମିଟି ଆଜି ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ଡ୍ରାଫ୍ଟ ରିପୋର୍ଟ ଦାଖଲ କରିଛି । ମୁଖ୍ୟ ସେବକ ସଦନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମିଟିର ମୁଖ୍ୟ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟି ରିପୋର୍ଟ ହସ୍ତାନ୍ତର କରିଛନ୍ତି । ଏବେ ଏହାକୁ ବିଧାନସଭାରେ ଉପସ୍ଥାପନ କରାଯିବ । ଏନେଇ ଆସନ୍ତା ୫ରୁ ୮ ଯାଏଁ ଚାରି ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ବସିବ । କହିରଖୁଛୁ କି, ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ୟୁସିସି ଲାଗୁ କରିବା ନେଇ ବିଜେପି ପ୍ରତିଶ୍ରୁତି ଦେଇଥିଲା ।

ଆଜି ଡ୍ରାଫ୍ଟ ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ, ୨୦୨୨ ନିର୍ବାଚନ ସମୟରେ ନୂଆ ସରକାର ଗଠନ ପରେ ୟୁସିସି ଲାଗୁ ପାଇଁ କମିଟି ଗଠନ କରିବାକୁ ଆମେ ଜନତାଙ୍କୁ ପ୍ରତିଶ୍ରୁତି ଦେଇଥିଲୁ । ସରକାର ଗଠନ ପରେ ପ୍ରଥମ କ୍ୟାବିନେଟ ବୈଠକରେ ୟୁସିସି ଲାଗୁ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ୨୦୨୨ ମେ' ୨୭ ତାରିଖରେ ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ କମିଟି ଗଠନ କରାଯାଇଥିଲା । କମିଟିରେ ସିକ୍କିମ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ପ୍ରମୋଦ କୋହଲି, ସମାଜସେବୀ ମନୁ ଗୌଡ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂହ ଏବଂ ଡୁନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୁରେଖା ଡଙ୍ଗବାଲ ସାମିଲ ଥିଲେ । ଏବେ ଏହି ୟୁସିସି କମିଟି ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ହସ୍ତାନ୍ତର କରିଛି ।

ଏହା ମଧ୍ୟ ପଢନ୍ତୁ: ‘ଏକକ ନାଗରିକ ସଂହିତା’ ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ ଉତ୍ତରାଖଣ୍ଡ !

ଏକକ ନାଗରିକ ସଂହିତା: ୟୁନିଫର୍ ସିଭିଲ କୋଡ(UCC) ବା ଏକକ ନାଗରିକ ସଂହିତା ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସମାନ ଆଇନ । ଏହା ଏକ ଧର୍ମନିରପେକ୍ଷ ଆଇନ, ଯାହାକି ସବୁ ଧର୍ମର ନାଗରିକ ପାଇଁ ସମାନ ଭାବେ ଲାଗୁ ହୁଏ । ଏହା ମୁଖ୍ୟତଃ ବିବାହ, ଛାଡପତ୍ର, ପୈତୃକ ସମ୍ପତ୍ତି ଓ ଅନ୍ୟାନ୍ୟ ଧାର୍ମିକ ପରମ୍ପରା ସହ ଜଡିତ । ଭାରତରେ ଅଲଗା ଅଲଗା ଧର୍ମରେ ବିବାହ, ଛାଡପତ୍ର, ପୋଷ୍ୟଗ୍ରହଣ ଓ ଉତ୍ତରଧିକାର ନେଇ ଭିନ୍ନ ଭିନ୍ନ ଆଇନ ପ୍ରଚଳିତ ଅଛି । ୟୁସିସି କାର୍ଯ୍ୟକାରୀ ହେଲେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଗୋଟିଏ ଆଇନ ଲାଗୁ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.