ETV Bharat / bharat

କିସ୍ତଓ୍ବାର ଏନକାଉଣ୍ଟର; ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଶହୀଦ - Kishtwar Encounter

author img

By ETV Bharat Odisha Team

Published : Sep 14, 2024, 6:40 AM IST

Updated : Sep 14, 2024, 10:31 AM IST

Two soldiers killed in gunfight with terrorists: ଜମ୍ମୁ-କାଶ୍ମୀର କିସ୍ତଓ୍ବାରରେ ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଶହୀଦ । ଅନ୍ୟ ୨ ଜଣ ଆହତ । ଅପରେସନ ଜାରି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଣି ମୁହାଁମୁହିଁ ହେଲେ ସେନା ଓ ଆତଙ୍କୀ । ଗୋଟିଏ ଦିନରେ ୨ଟି ଏନକାଉଣ୍ଟଟର । କିସ୍ତଓ୍ବାରରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶହୀଦ ଦୁଇ ଯବାନ ହେଉଛନ୍ତି ନାଏବ ସୁବେଦାର (ଜୁନିଅର କମିଶନଡ ଅଫିସର) ବିପିନ କୁମାର ଓ ସିପାହୀ ଅରବିନ୍ଦ ସିଂ । ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଅପରେସନ ଜାରି ରହିଛି । ଏନେଇ ସେନାର ‘ହ୍ବାଇଟ ନାଇଟ କ୍ରପ୍ସ’ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ସେନାକୁ ବଡ ସଫଳତା, ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ - Udhampur Encounter

  • ଗତକାଲି ରାତିରେ ଏନକାଉଣ୍ଟର:-

ବିଳମ୍ବିତ ରାତିରେ କିସ୍ତଓ୍ବାରର ନାଇଡଗାମ ଗାଁରେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟର କିଛି ସମୟ ଚାଲିବା ପରେ ଭାରତୀୟ ସେନାର ଦୁଇ ଯବାନ ଶହୀଦ ହୋଇଥିଲେ । ଦୁଇ ଯବାନ ଆହତ ହୋଇଥିବାରୁ ସଙ୍ଗେ ସଙ୍ଗେ ଉଭୟଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ହସ୍ତଗତ ହୋଇନାହିଁ । ନାଇଡଗାମ ଗାଁ ଭୟର ବାତାବରଣ ଖେଳିଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ; ସେନା ଅଧିକାରୀ ଶହୀଦ, ୪ ଆତଙ୍କୀ ନିପାତ - Doda Encounter

ଏହା ମଧ୍ୟ ପଢନ୍ତୁ-ଜମ୍ମୁ କାଶ୍ମୀରରେ ସେନା ଓ ଆତଙ୍କୀ ମୁହାଁମୁହିଁ; CRPF ଇନ୍ସପେକ୍ଟର ଶହୀଦ, 3ଯବାନ ଗୁରୁତର - JK Udhampur Encounter

ଏହା ମଧ୍ୟ ପଢନ୍ତୁ-ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ; ଯବାନ ଶହୀଦ, ଜଣେ ଆତଙ୍କୀ ନିପାତ - Encounter in Jammu Kashmir

  • ବାରମୂଲାରେ ଏନକାଉଣ୍ଟର:

ସେହିପରି ଜମ୍ମୁ-କାଶ୍ମୀର ବାରମୂଲାର ଚକ୍ ଟାପର୍ କ୍ରେରି ପଟ୍ଟାନ୍ ଅଞ୍ଚଳରେ ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।କେହି ଆତଙ୍କୀ ନିପାତ ହୋଇଥିବା ଖବର ବର୍ତ୍ତମାନ ସୁଦ୍ଧା ଆସିନଥିବା ବେଳେ ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । କାଶ୍ମୀର ଜୋନ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଏକ ବୃଦ୍ଧି ଘଟିଥିବାର ଦେଖାଯାଇଛି। ଆତଙ୍କ ନିରୋଧି ଅଭିଯାନ ଜାରି ରହିଥିଲେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ଜାରି ରହିଛି ।

  • ଆଜି ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ:-

ନିକଟରେ ହେବାକୁ ଥିବା ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋଡାରେ ନିର୍ବାଚନୀ ରାଲି କରିବେ । ଆଜି ଏନକାଉଣ୍ଟର ଜାରି ରହିଥିବା ସ୍ଥାନଟି ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳଠାରୁ ପ୍ରାୟ 50 କିମି ଦୂରରେ ରହିଛି । କାର୍ଯ୍ୟକ୍ରମ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । 2019 ରେ ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ଘାଟିରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଶାନ୍ତିଶୃଙ୍ଖଳା ଓ ବିନା ହିଂସାରେ ଶେଷ କରିବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯିବ । ଏବେଠାରୁ ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ଅଧିକ ଫୋର୍ସ ମୁତୟନ କରାଯିବା ଆରମ୍ଭ କରାଯାଇ ସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2024, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.