ETV Bharat / bharat

ହାଇଦ୍ରାବାଦରେ ଗଞ୍ଜେଇ ଚକୋଲେଟ କାରବାର, 2 ଗିରଫଙ୍କ ମଧ୍ୟରୁ ଜଣେ ଓଡ଼ିଆ - ହାଇଦ୍ରାବାଦରେ ଗଞ୍ଜେଇ ଚକୋଲେଟ କାରବାର

Selling Ganja Chocolates in Hyderabad:ପାନ ଦୋକାନରେ 5ଟଙ୍କାରେ ବିକ୍ରି କରୁଥିଲେ ଗଞ୍ଜେଇ ଚକୋଲେଟ । 2ଜଣଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ହାଇଦ୍ରାବାଦରେ ଗଞ୍ଜେଇ ଚକୋଲେଟ କାରବାର
ହାଇଦ୍ରାବାଦରେ ଗଞ୍ଜେଇ ଚକୋଲେଟ କାରବାର
author img

By ETV Bharat Odisha Team

Published : Jan 31, 2024, 11:27 AM IST

ହାଇଦ୍ରାବାଦ: କୋରିୟର ସର୍ଭିସରେ ଗଞ୍ଜେଇ ଚକୋଲେଟ ବିକ୍ରି । ଏକ୍ସପ୍ରେସ ବି କୋରିୟର ସର୍ଭିସରେ ଅନ୍ୟ ରାଜ୍ୟକୁ ବିକ୍ରି କରୁଥିଲେ ଗଞ୍ଜେଇ ଚକୋଲେଟ। ଦୁଇଜଣଙ୍କୁ ବାନ୍ଧିଲା ତେଲେଙ୍ଗାନା ଆଣ୍ଟି ନାର୍କୋଟିକ ବ୍ୟୁରୋ ଏବଂ ଅବକାରୀ ବିଭାଗ । ଏହାସହ ତାଙ୍କ ନିକଟରୁ 2କିଲୋ 800 ଗ୍ରାମର ଚକୋଲେଟ ମଧ୍ୟ ଜବତ କରିଛି । ଦୁଇଜଣଙ୍କୁ ଗିରଫ କରିବା ପରେ ଗାଚିବୁଲି ପୋଲିସକୁ ହସ୍ତାନ୍ତର କରାଯାଇଛି।

ତେଲେଙ୍ଗାନା ଆଣ୍ଟି ନାର୍କୋଟିକ ବ୍ୟୁରୋର କମିଶନର ସନ୍ଦୀପ ସାନ୍ଦିଲ୍ୟଙ୍କ କହିବା ଅନୁସାରେ, ଆସାମର ହିଲାଲୁଦିନ ମଜୁମଦାର(29) କାମ ଅନ୍ବେଷଣରେ 2021 ମସିହାରେ ହାଇଦ୍ରାବାଦ ଆସିଥିଲା । ଏହାପରେ ସେ ନାନକରନଗୁଡ଼ାର ଏକ ପାନ ଦୋକାନରେ କାମ କରିଥିଲା । ଏହାପରେ 2022 ମସିହାରେ କାବୁରି କପିଲ ହବ୍ ନିକଟରେ ନିଜର ଏକ ପାନ ଦୋକାନ କରି କରିଥିଲା । ତେବେ ନିଜ ଅଞ୍ଚଳରେ ଗଞ୍ଜେଇ ଚକୋଲେଟର ଭଲ ଚାହିଦା ରହିଥିବା ଜାଣି ଉତ୍ତରପ୍ରଦେଶ ଲକ୍ଷ୍ନୌ ବିପିନଙ୍କ ଠାରୁ ଗଞ୍ଜେଇ ଚକୋଲେଟ କ୍ରୟ କରିଥିଲେ । ଏକ୍ସପ୍ରେସ ବି କୋରିୟର ସର୍ଭିସରେ ଗଞ୍ଜେଇ କିଣି ବିକ୍ରି କରୁଥିଲା ହିଲାଲୁଦିନ ମଜୁମଦାର । ସେ ନାନକରନଗୁଡାରେ ଗୋଟିଏ ଗଞ୍ଜେଇ ଚକୋଲେଟକୁ 5 ଟଙ୍କା ହିସାବରେ ବିକ୍ରି କରୁଥିଲେ । " ଗତ ସୋମବାର ଦିନ ଚଢ଼ାଉ କରାଯାଇ ଗିରଫ କରାଯିବା ପରେ ଗାଚିବୁଲି ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହାସହ ତାଙ୍କ ନିକଟରୁ 560ଟି ଗଞ୍ଜେଇ ଚକୋଲେଟ ଅର୍ଥାତ 2.8 କେଜି ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସ୍କୁଲ ଛାତ୍ରଙ୍କୁ ଚକୋଲେଟରେ ଗଞ୍ଜେଇ ବିକ୍ରି, ଚେନ୍ନାଇରେ ଅଭିଯୁକ୍ତ ଗିରଫ

ଅନ୍ୟପଟେ ଓଡ଼ିଶାର ସୌମ୍ୟରଞ୍ଜନ ମଲିକ, କୋକାପେଟ ଅଞ୍ଚଳରେ ଗଞ୍ଜେଇ ଚକୋଲେଟ ବିକ୍ରି କରୁଥିଲେ । ସେଠାରେ ଶ୍ରମିକ ଶ୍ରେଣୀରେ ଲୋକେ ବସବାସ କରୁଥିବା ବେଳେ କଷ୍ଟମ ବିଭାଗ ଚଢାଉ କରି 3.6 କିଲୋର ଗଞ୍ଜେଇ ଚକୋଲେଟ ଜବତ କରିବା ସହିତ ସୌମ୍ୟରଞ୍ଜନ ମଲିକଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ତେବେ ଓଡ଼ିଶାର ବାଲେଶ୍ବରରୁ ଏହି ଗଞ୍ଜେଇ ଚକୋଲେଟ ଆଣି ବିକ୍ରି କରୁଥିବା ନେଇ କଷ୍ଟମ ଅଫିସର ଦେବେନ୍ଦ୍ର ରାଓ ସୂଚନା ଦେଇଛନ୍ତି ।

ରାଜେନ୍ଦ୍ରନଗର ମଧୁବନ କଲୋନୀରେ ବାସ କରୁଥିବା ଓଡ଼ିଶାର ରାହୁଲ ନାମକ ଜଣ ବ୍ୟକ୍ତି ଗଞ୍ଜେଇ କାରବାର କରୁଥିବା ନେଇ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିଥିଲା । ସେ ଶ୍ରମିକ ଭାବେ ଏକ କାରଖାନାରେ କାର୍ଯ୍ୟ କରୁଥିଲେ । ଚଢ଼ାଉ ସମୟରେ 510ଗ୍ରାମର ଗଞ୍ଜେଇ ଜବତ କରିବା ସହିତ ରାହୁଲକୁ ରିମାଣ୍ଡରେ ପଠାଯାଇଛି । ଧୁଲପେଟରୁ ଗଞ୍ଜେଇ କିଣି କାରବାର କରୁଥିବା ନେଇ ତଦନ୍ତରୁ ଜାଣିପାରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.