ETV Bharat / bharat

ସୋପୁର ଏନକାଉଣ୍ଟରେ ସୁରକ୍ଷାକର୍ମୀକୁ ସଫଳତା, 2 ଆତଙ୍କୀ ସଫା - SOPORE ENCOUNTER - SOPORE ENCOUNTER

Encounter breaks out in Sopore: ଜମ୍ମୁକାଶ୍ମୀର ଉତ୍ତରାଞ୍ଚଳ ସୋପୁରରେ ରାତି ତମାମ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । 2 ଆତଙ୍କୀ ନିପାତ ସୂଚନା । ଅଧିକ ପଢନ୍ତୁ

Encounter breaks out in Sopore
Encounter breaks out in Sopore
author img

By ETV Bharat Odisha Team

Published : Apr 26, 2024, 11:03 AM IST

ଶ୍ରୀନଗର: ଜମ୍ମୁକାଶ୍ମୀର ଉତ୍ତରାଞ୍ଚଳ ସୋପୁରରେ ଏନକାଉଣ୍ଟରେ ସୁରକ୍ଷାକର୍ମୀକୁ ବଡ ସଫଳତା । ଶୁକ୍ରବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କୀ ନିପାତ ହୋଇଛନ୍ତି । ଦୁହିଁଙ୍କ ମଧ୍ୟରେ ରାତିସାରା ଗୁଳି ବିନିମୟ ଜାରି ରହିଥିବା ନେଇ ସୂଚନା ରହିଛି ।

କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଉଭୟ ପକ୍ଷରୁ ଏବେ ଗୁଳି ବିନିମୟ ହୋଇଥିଲା । ଗୁରୁବାର ସକାଳେ ଉତ୍ତର କାଶ୍ମୀରର ବାନ୍ଦିପୋରା ନିକଟ ରେଞ୍ଜି ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ 10 ମିନିଟ ଧରି ଗୁଳି ବିନିମୟ ଜାରି ରହିଥିଲା । ଏହାପରେ ଅପରାହ୍ନରେ ପୁଣି ଥରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ତେବେ ଗୁଳି ବିନିମୟ ସମୟରେ ପ୍ରଥମେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଏମଆଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ଉଭୟଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ସୋପୁରରେ ଏନକାଉଣ୍ଟର; ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି - Sopore Encounter

ଜମ୍ମୁକାଶ୍ମୀର ଉତ୍ତରାଞ୍ଚଳ ସୋପୁର ଏନକାଉଣ୍ଟରେ 2 ଆତଙ୍କୀ ଟଳିଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଲର୍ଟ କରାଯାଇଛି । ସୋପୁର ସହରର ସମସ୍ତ କଲେଜ ସମେତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୋପୁରର ଅତିରିକ୍ତ ଡେପୁଟି କମିଶନର ସାବିର ଅହମ୍ମଦ ରାଇନା ଏକ ସରକାରୀ ବାର୍ତ୍ତା ଦେଇ କହିଛନ୍ତି, "ସୋପୁରରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନ ଆଜି ଅର୍ଥାତ ଏପ୍ରିଲ 26 ତାରିଖରେ ବନ୍ଦ ରହିବ ।"

ଜମ୍ମୁକାଶ୍ମୀର ଉତ୍ତରାଞ୍ଚଳ ସୋପୁର ଏନକାଉଣ୍ଟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ରାତି ତମାମ ଜାରି ରହିଥିଲା । ଏଥରେ ଦୁଇ ଆତଙ୍କୀ ଟଳିଛନ୍ତି । ଉତ୍ତର କାଶ୍ମୀରର ଗତ 48 ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଅପରେସନ୍ ଅଟେ । ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ଦେଶର କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର 5ଟି ଲୋକସଭା ଆସନ ମଧ୍ୟରୁ 'ଜମ୍ମୁ' ସଂସଦୀୟ କ୍ଷେତ୍ରରେ ଆଜି ଭୋଟ ରହିଛି । ଏହା ପୂର୍ବରୁ ସୀମା ଅଶାନ୍ତ ହୋଇପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.