ETV Bharat / bharat

ବ୍ୟାଙ୍କ ଆକାଉଣ୍ଟରେ 'ଜିରୋ ବାଲାନ୍ସ', ନିର୍ବାଚନ ଲଢୁଛନ୍ତି ଏହି ମହିଳା - Independent Candidate Shanti Maravi

author img

By ETV Bharat Odisha Team

Published : Apr 27, 2024, 8:48 PM IST

Korba Lok Sabha Election: ବ୍ୟାଙ୍କ ଆକାଉଣ୍ଟରେ ନାହିଁ ଟଙ୍କାଟିଏ । ପାଖରେ କେଇଟା ଟଙ୍କା । ଏହା ସତ୍ତ୍ବେ କୋଟିପତି ପ୍ରାର୍ଥୀଙ୍କ ବିରୋଧରେ ଲଢେଇ ପାଇଁ ନିର୍ବାଚନୀ ମୈଦାନରେ ଏହି ମହିଳା । ଯାହାକୁ ନେଇ ରୋଚକ ସ୍ଥିତିରେ ଛତିଶଗଡ଼ କୋରବା ରାଜନୀତି । ଅଧିକ ପଢନ୍ତୁ

Korba Lok Sabha Election
Korba Lok Sabha Election

ରାୟପୁର: ଛତିଶଗଡ଼ କୋରବା ଲୋକସଭା ଆସନରେ ରୋଚକ ହେଉଛି ରାଜନୀତି । ଗୋଟିଏ ପଟେ ବିଜେପି ପ୍ରାର୍ଥୀ ସରୋଜ ପାଣ୍ଡେ ଓ କଂଗ୍ରେସ ପ୍ରାର୍ଥୀ ଜ୍ୟୋତ୍ସ୍ନା ମହନ୍ତ କୋଟିପତି । ଏପଟେ କୋରବା ଆସନରୁ ଆଜି ନାମାଙ୍କନ ଭରିଛନ୍ତି 'ଜିରୋ ବାଲାନ୍ସଧାରୀ' ଆଦିବାସୀ ସମ୍ପ୍ରଦାୟର ମହିଳା ଶାନ୍ତି ମାରଭି । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ଥିବା ବେଳେ ହାତରେ ମାତ୍ର 20ହଜାର ଟଙ୍କା । ଏହାରି ସହିତ ସେ ନିର୍ବାଚନୀ ମୈଦାନରେ କୋଟିପତି ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ପହଞ୍ଚିଛନ୍ତି । ତେବେ ଏଠାରେ ପଇସା କାମ ଦେଉଛି ନା ଶାନ୍ତିଙ୍କ ଶାନ୍ତପଣ ତାହା ଏଠାକାର ରାଜନୀତିକୁ ରୋଚକ ସ୍ଥିତିରେ ପହଞ୍ଚାଇଛି ।

ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ଶାନ୍ତି:- କୋରବା ଲୋକସଭା ଆସନରୁ ମହିଳା ପ୍ରାର୍ଥୀ ଶାନ୍ତି ବାଇ ମାରଭି ଗୌରେଲା ପେଣ୍ଡର୍ରା ମାରୱାହିର ବାସିନ୍ଦା । ସେ ବୃତ୍ତିରେ ଜଣେ ଚାଷୀ । 33 ବର୍ଷୀୟ ଶାନ୍ତି ବାଇ ଏକ ସରକାରୀ ବିଦ୍ୟାଳୟରେ 5ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।

ଶାନ୍ତି ବାଈ
ଶାନ୍ତି ବାଈ

ବ୍ୟାଙ୍କ ଖାତାରେ ଟଙ୍କାଟିଏ ବି ନାହିଁ:- ଶାନ୍ତି ବାଇ ହେଉଛନ୍ତି ଜଣେ ଦିନ ମଜୁରିଆ । ସେ ଚାଷଜମିରେ ଚାଷକାର୍ଯ୍ୟ କରି ରୋଜଗାର କରନ୍ତି । ବର୍ତ୍ତମାନ ଏହି ନିର୍ବାଚନୀ ବୈତରଣୀ ପାର କରିବା ଲାଗି ଶାନ୍ତିଙ୍କ ହାତରେ ମାତ୍ର 20 ହଜାର ଟଙ୍କା ରହିଛି । ଏହାବାଦ ତାଙ୍କ ନିକଟରେ ସେପରି କୌଣସି ବଡ଼ ଦାମି ଜିନିଷ ମଧ୍ୟ ନାହିଁ । ପେଣ୍ଡ୍ରା ବ୍ୟାଙ୍କ ଅଫ ବରୋଦାରେ ଶାନ୍ତିଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ହେଲେ ଏହା ସମ୍ପୂର୍ଣ୍ଣ ଖାଲି । ଏଥିରେ ଟଙ୍କାଟିଏ ବି ନାହିଁ । ସେପଟେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ 2ହଜାର ଟଙ୍କା ଥିବା ଜଣାପଡ଼ିଛି ।

ସମ୍ପତ୍ତି କେତେ ?:- ଶାନ୍ତି ମାରଭିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ନାହିଁ । ଏଥିରେ ମଧ୍ୟ 2 ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ବହୁ ପଛରେ ଶାନ୍ତି । ଶାନ୍ତିଙ୍କ ନିକଟରେ ସ୍ଥାବର ସମ୍ପତ୍ତି ଭାବେ ପ୍ରାୟ ଦେଢ ଏକର ଚାଷଜମି ରହିଛି । ସେହିପରି ଅସ୍ଥାବର ସମ୍ପତ୍ତି ଭାବେ 10 ଗ୍ରାମ ସୁନା ଓ 50 ଗ୍ରାମ ରୂପା ରହିଛି । ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ଶାନ୍ତି ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ସୋସିଆଲ ମିଡିଆରେ ଅପରିଚିତ ଶାନ୍ତି:- ଶାନ୍ତି ମାରଭିଙ୍କ କୌଣସି ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ମଧ୍ୟ ନାହି । ଅନ୍ୟ ଦଳରେ ନେତାମାନେ ସୋସିଆଲ ମିଡିଆକୁ ପ୍ରମୁଖ ନିର୍ବାଚନ ମାଧ୍ୟମ କରିଛନ୍ତି । କାରଣ ଆଜିର ଯୁବବର୍ଗଠୁ ଆରମ୍ଭ କରି ବୟସ୍କ ସମସ୍ତେ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଏଣୁ ରାଜନୈତିକ ଦଳଗୁଡ଼ିକ ମଧ୍ୟ ପ୍ରଚାର ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି । ଏପରି ସ୍ଥଳେ ଶାନ୍ତିଙ୍କ ନିକଟରେ ଗୋଟିଏ ବି ସୋସିଆଲ ମିଡିଆ ଆକାଉଣ୍ଟ ନାହିଁ । ଏପରିକି ତାଙ୍କର ଏକ ପ୍ୟାନ୍ ନମ୍ବର ମଧ୍ୟ ନାହିଁ । ଏହା ସତ୍ତ୍ବେ ଏବେ ଶାନ୍ତି ବାଈ ମାରଭି କୋରବା ଲୋକସଭା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ବିଜେପି-କଂଗ୍ରେସ ପ୍ରାର୍ଥୀଙ୍କ ସମ୍ପତ୍ତି:- ଯଦି ଆମେ କୋରବା ଲୋକସଭା ନିର୍ବାଚନରେ ​​ବାକି ପ୍ରତିଦ୍ବନ୍ଦ୍ବୀଙ୍କ ସମ୍ପତ୍ତି ବିଷୟରେ କହିବା ତେବେ ବିଜେପି ଏବଂ କଂଗ୍ରେସର ଉଭୟ ପ୍ରାର୍ଥୀ କୋଟିପତି । କଂଗ୍ରେସ ପ୍ରାର୍ଥୀ ଜ୍ୟୋତ୍ସ୍ନା ମହନ୍ତଙ୍କ ସମ୍ପତ୍ତି 9.17 କୋଟି ଟଙ୍କା ଏବଂ ବିଜେପି ପ୍ରାର୍ଥୀ ସରୋଜଙ୍କ ସମ୍ପତ୍ତି 2.87 କୋଟି ଟଙ୍କା ରହିଛି । ନାମାଙ୍କନ ପତ୍ରରେ ଜ୍ୟୋତ୍ସ୍ନା ମହନ୍ତ ତାଙ୍କ ସମ୍ପତ୍ତିର ବିବରଣୀ ଦେଇଛନ୍ତି । ଏଥିରେ ସେ କହିଛନ୍ତି ଯେ ତାଙ୍କ ସ୍ବାମୀ ଚରଣ ଦାସ ମହନ୍ତଙ୍କ ପାଖରେ 8କୋଟି 79ଲକ୍ଷ 43ହଜାର 420ଟଙ୍କା ରହିଛି । ବିଜେପି ପ୍ରାର୍ଥୀ ସରୋଜ ପାଣ୍ଡେଙ୍କ ସମ୍ପତ୍ତି 2କୋଟି 87ଲକ୍ଷ 17ହଜାର 770 ଟଙ୍କା ରହିଛି ।

ଏହା ବି ପଢନ୍ତୁ- ଆତଙ୍କୀ କସାବକୁ ଫାଶୀ ଦେଇଥିବା ଉଜ୍ଜ୍ବଳ ନିକମଙ୍କୁ ଟିକଟ ଦେଲା ବିଜେପି, ପୁନମ ମହାଜନ ଆଉଟ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.