ETV Bharat / bharat

କେନ୍ଦ୍ରମନ୍ତ୍ରୀଙ୍କ ଅସମ୍ବେଦନଶୀଳ ମନ୍ତବ୍ୟ: ‘ରେଳ ଦୁର୍ଘଟଣା ହୁଏ ’

ମୋଦି ସରକାର ମନ୍ତ୍ରୀଙ୍କ ଅସମ୍ବେଦନଶୀଳ ମନ୍ତବ୍ୟ । କହିଲେ ରେଳ ଦୁର୍ଘଟଣା ହୋଇଥାଏ । ସମାଲୋଚନା କଲା କଂଗ୍ରେସ ।

author img

By ETV Bharat Odisha Team

Published : 3 hours ago

କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ରେଳ ଦୁର୍ଘଟଣା ହୁଏ ’
କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ରେଳ ଦୁର୍ଘଟଣା ହୁଏ ’ (ETV BHARAT ODISHA)

ପାଟନା: ଦେଶରେ ବାରମ୍ବାର ରେଳ ଦୁର୍ଘଟଣା ଘଟିବାରେ ଲାଗିଛି । ଗତକାଲି ତାମିଲନାଡୁରେ ହୋଇଥିବା ରେଳ ଦୁର୍ଘଟଣା ପୁଣି ଥରେ ରେଳବାଇର ବୈଷୟିକ ପାରଦର୍ଶିତା ଓ ରେଳଯାତ୍ରୀଙ୍କୁ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି କରିଛି । ବାରମ୍ବାର ଦୁର୍ଘଟଣାକୁ ସାରା ଦେଶରେ ରେଳଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି । ସିଗ୍ନାଲିଂ ସିଷ୍ଟମରେ ତ୍ରୁଟି ପାଇଁ ବାରମ୍ବାର ରେଳ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଗତବର୍ଷ ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାୟ 3ଶହ ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିଲା । ଏବେ ଏହି ଘଟଣାକୁ ନେଇ ରେଳ ବିଭାଗର କାର୍ଯ୍ୟଶୈଳୀ ସନ୍ଦେହରେ ଥିଲା ବେଳେ ଏହି ପ୍ରସଙ୍ଗରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ତଥା ଅସମ୍ବେଦନଶୀଳ ମନ୍ତବ୍ୟ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ‘ରେଳ ଦୁର୍ଘଟଣା ହୁଏ’ ବୋଲି କହି ଅଘଟଣକୁ ଅତି ହାଲୁକାରେ ନେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

  • ଅସମ୍ବେଦନଶୀଳ ମନ୍ତବ୍ୟ ଦେଲେ କେନ୍ଦ୍ରମନ୍ତ୍ରୀ ଲଲନ ସିଂ

ଗତକାଲି ବିହାରର ଏକ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ମନ୍ତ୍ରୀ ତଥା ଜେଡିୟୁର ବରିଷ୍ଠ ନେତା ଲଲନ ସିଂଙ୍କୁ ଗଣମାଧ୍ୟମ ଦେଶରେ ହୋଇଥିବା ବାରମ୍ବାର ରେଳ ଦୁର୍ଘଟଣା ଘଟୁଥିବା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏଥିରେ କେନ୍ଦ୍ରମନ୍ତ୍ରୀ ଲଲନ ଅତି ହାଲୁକା ଭାବରେ ଓ ଅସମ୍ବେଦନଶୀଳ ଭାବରେ ମନ୍ତବ୍ୟ ରଖିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଥିଲେ‘‘ ଆରେ ହୋତେ ରୈହେତା ହୈ ଟ୍ରେନ ଆକ୍ସିଡେଣ୍ଟ ।’’ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନକୁ ବିରୋଧୀ ନାପସନ୍ଦ କରିଛନ୍ତି । ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ବାହାନଗା ଟ୍ରାଜେଡିର ପୁନରାବୃତ୍ତି ! ସନ୍ଦେହରେ ରେଳବାଇ ସିଗ୍ନାଲିଂ ସିଷ୍ଟମ୍‌, ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌

ଏହା ବି ପଢନ୍ତୁ- ପୁଣି ଟ୍ରେନ ଦୁର୍ଘଟଣା, ଜବଲପୁରରେ ଲାଇନଚ୍ୟୁତ ହେଲା ‘ସୋମନାଥ ଏକ୍ସପ୍ରେସ’ - Somnath express derailed

ଏହା ବି ପଢନ୍ତୁ-Train Hits LPG Cylinder: ଟ୍ରାକରେ ରଖା ଯାଇଥିବା ଗ୍ୟାସ ସିଲିଣ୍ଡରକୁ ଧକ୍ଦା ଦେଲା ଏକ୍ସପ୍ରେସ ଟ୍ରେନ୍‌, ଅଳ୍ପକେ ଟଳିଲା ବଡ ଦୁର୍ଘଟଣା - Major Accident Averted

  • କଡା ସମାଲୋଚନା କଲା କଂଗ୍ରେସ

କଂଗ୍ରେସ କହିଛି, ଏବେ ସାରା ଦେଶରେ ରେଳ ଦୁର୍ଘଟଣା ବଢିବାରେ ଲାଗିଛି । ପ୍ରତ୍ୟକ ଦିନ ରେଳ ଯାତ୍ରୀଙ୍କ ଜୀବନ ଯାଉଛି । ହେଲେ ମୋଦି ସରକାରର ମନ୍ତ୍ରୀ ଏପରି ଅସମ୍ବେଦନଶୀଳ ବୟାନ ଦେବାକୁ ମଧ୍ୟ ପଛାଉ ନାହାନ୍ତି । ଏତେ ବଡ ଦୁର୍ଘଟଣାକୁ ଛୋଟ ଅଘଟଣ ବୋଲି ଚିତ୍ରଣ କରିବାରେ ଲାଗିଛନ୍ତି । ଏପରି ଅସମ୍ବେଦନଶୀଳ ମନ୍ତବ୍ୟ ନିନ୍ଦନୀୟ ବୋଲି କଂଗ୍ରେସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.