ETV Bharat / bharat

ବିହାର ରାଜନୀତି ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ !

author img

By ETV Bharat Odisha Team

Published : Jan 27, 2024, 10:47 PM IST

Updated : Jan 28, 2024, 7:16 AM IST

Bihar Political Crisis: ନୀତିଶ ପୁଣି ଥରେ ଏନଡିଏ ସହ ମେଣ୍ଟ ସରକାର ଗଠନ କରିବେ ନା କିଛି କମାଲ କରିବେ ଲାଲୁ ? ଆଜି ବିହାର ରାଜନୀତି ପାଇଁ ଗୁରୁତ୍ବପୂର୍ଣ୍ଣ ଦିନ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

Bihar Political Crisis
Bihar Political Crisis

ପାଟନା: ବିହାର ରାଜନୀତିରେ ଏବେ ବି ସସପେନ୍ସ ଜାରି ରହିଛି । ସମସ୍ତ ରାଜନୈତିକ ଦଳ ଘନ ଘନ ବୈଠକ କରୁଛନ୍ତି । ଆରଜେଡି ନିଜ ବିଧାୟକଙ୍କ ସହିତ ବୈଠକ କରିଛି । ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ନିଜ ବିଧାୟକଙ୍କ ସମ୍ମୁଖରେ ନୀତିଶଙ୍କ ପ୍ରଶଂସା କରିଛନ୍ତି । ତେବେ ନୀତିଶ ପୁଣି ଥରେ ଏନଡିଏ ସହ ମେଣ୍ଟ କରିବେ ନା ଲାଲୁ କିଛି କମାଲ କରିବେ ? କୁହାଯାଉଛି ଆଜି (ରବିବାର) ରାଜ୍ୟ ରାଜନୀତି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଦିନ ।

ତେଜସ୍ବୀ ନୀତିଶଙ୍କୁ କଲେ ପ୍ରଶଂସା:- ତେଜସ୍ବୀ ଯାଦବ ନୀତିଶଙ୍କୁ ତାଙ୍କର ଅଭିଭାବକ ବୋଲି କହିଛନ୍ତି । ଅନ୍ୟପଟେ ବିଜେପିରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଦଳର ସମସ୍ତ ବରିଷ୍ଠ ନେତାମାନେ ଏକାଠି ବସି ସ୍ଥିତି ସମ୍ପର୍କରେ ଗମ୍ଭୀର ଭାବେ ଆଲୋଚନା କରିଛନ୍ତି । ଜେଡିୟୁ ନେତାମାନେ ମଧ୍ୟ ନୀତିଶ କୁମାରଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

ଆଜି ବି ହେବ ବୈଠକ:- ମିଳିଥିବା ସୂଚନା ଅନୁସାରେ ଜେଡିୟୁ ବିଧାୟକ ଦଳ ବୈଠକ ଆଜି (ରବିବାର) ସକାଳ ପ୍ରାୟ ୧୦ଟା ସମୟରେ ଅନୁଷ୍ଠିତ ହେବ । ଏହାପରେ ତୁରନ୍ତ ଏନଡିଏ ବିଧାନସଭା ଦଳର ଏକ ବୈଠକ ହେବ । ଏନଡିଏ ବିଧାୟକ ଦଳ ବୈଠକର ଅର୍ଥ ହେଉଛି ଯେ ଜେଡିୟୁ ଏବଂ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ କରିବେ ଏବଂ ଏହା ପରେ ବୁଝାମଣାପତ୍ର ପ୍ରସ୍ତୁତ କରାଯିବ ।

ଏହା ବି ପଢନ୍ତୁ- ମମତାଙ୍କ ସ୍କ୍ରିପ୍ଟ, ନୀତିଶଙ୍କ ରୋଲ; ରିଲିଜ ପୂର୍ବରୁ ଇଣ୍ଡିଆ ମହାମେଣ୍ଟ ଫିଲ୍ମ ଫ୍ଲପ୍

ନୀତିଶ ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ହସ୍ତାନ୍ତର କରିପାରନ୍ତି:- ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସକାଳ ପ୍ରାୟ ୧୦ଟା ୩୦ ପରେ ରାଜଭବନକୁ ଯିବାର ସମ୍ଭାବନା ରହିଛି । କୁହାଯାଉଛି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀ ରାଜଭବନ ଯିବେ, ସେତେବେଳେ ସେ ତାଙ୍କ ଇସ୍ତଫା ପତ୍ର ଏବଂ ଅନ୍ୟପଟେ ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ସମ୍ମତି ପତ୍ର ମଧ୍ୟ ପ୍ରଦାନ କରିବେ ।

ଆରଜେଡିକୁ JDUର ନାଲି ଆଖି! :- ଜେଡିୟୁ ମୁଖପାତ୍ର ନୀରଜ କୁମାର କହିଛନ୍ତି ଯେ ଚାକିରି ବଦଳରେ ଜମି ନେଇଥିବା ବ୍ୟକ୍ତିଙ୍କ ସହ କୌଣସି ମେଣ୍ଟ ହେବା ଉଚିତ ନୁହେଁ । ସୂତ୍ରରୁ ଏପରି ମଧ୍ୟ ସୂଚନା ମିଳିଛି ଯେ ଏହି ସବୁ ରାଜନୈତିକ ସଙ୍କଟକୁ ଦୃଷ୍ଟିରେ ରଖି କଂଗ୍ରେସ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ପାଟନାକୁ ପଠାଯାଇଛି । ସେ ତାଙ୍କ ରଣନୀତି ଅନୁଯାୟୀ ଏଠାରେ ରାଜନୈତିକ ସଙ୍କଟ ସମାଧାନ କରିବେ । ଯେଉଁଠି ବିଜେପି ବିହାରର ଦାୟିତ୍ବରେ ଥିବା ବିନୋଦ ତାୱଡେ ଥିବା ସତ୍ତ୍ବେ ଝାଡଖଣ୍ଡର ସାଂସଦ ଦୀପକ ପ୍ରକାଶଙ୍କୁ ଦାୟିତ୍ବ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 28, 2024, 7:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.