ETV Bharat / bharat

ଗୋମାଂସ ନେଉଥିବା ଅଭିଯୋଗରେ ମହିଳାଙ୍କୁ ବସରୁ ଓହ୍ଲାଇ ଦେଇ ଡ୍ରାଇଭର ଓ କଣ୍ଡକ୍ଟର ନିଲମ୍ବିତ

author img

By ETV Bharat Odisha Team

Published : Feb 22, 2024, 10:41 PM IST

TN Govt Bus Staff Suspended : ଗୋମାଂସ ନେଉଥିବା ଅଭିଯୋଗରେ ମହିଳାଙ୍କୁ ବସରୁ ଓହ୍ଲାଇ ଦେଇ କଣ୍ଡକ୍ଟର ଓ ଡ୍ରାଇଭର ନିଲମ୍ବିତ । ଅଧିକ ପଢନ୍ତୁ

ଗୋମାଂସ ନେଉଥିବା ଅଭିଯୋଗରେ ମହିଳାଙ୍କୁ ବସରୁ ଓହ୍ଲାଇ ଦେଇ କଣ୍ଡକ୍ଟର ନିଲମ୍ବିତ

ଚେନ୍ନାଇ: ଗୋମାଂସ ନେଉଥିବା ଅଭିଯୋଗରେ ମହିଳାଙ୍କୁ ବସରୁ ଓହ୍ଲାଇ ଦେବା ସରକାରୀ ବସ କଣ୍ଡକ୍ଟର ଓ ଡ୍ରାଇଭରଙ୍କ ପାଇଁ ମହଙ୍ଗା ପଡିଛି । ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ସରକାର ନିଲମ୍ବିତ କରିଛନ୍ତି । ଏପରି ଏକ ଘଟଣା ତାମିଲନାଡୁର ଧର୍ମପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି । ମହିଳାଙ୍କୁ ଏପରି ବ୍ୟବହାର ସମ୍ପର୍କରେ ଜଣାପଡିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

ଖବର ଅନୁଯାୟୀ, 59 ବର୍ଷୀୟା ପଞ୍ଜାଲାଇ ନାମକ ମହିଳା ଏକ ବ୍ୟାଗ ଧରି ବସରେ ଚଢିଥିଲେ । ଏହି ବସଟି ରାଜ୍ୟ ପରିବହନ ନିଗମର ଥିଲା । କଣ୍ଡକ୍ଟର ତାଙ୍କୁ ଏହି ବ୍ୟାଗରେ ସେ କଣ ରଖିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ସେ ବସରେ ଗୋମାଂସ ନେବାର ଅନୁମତି ନାହିଁ ବୋଲି କହି ମହିଳାଙ୍କୁ ଓହ୍ଲାଇଯିବାକୁ କହିଥିଲେ । ଏହି ସମୟରେ ବସଟି ଯାତ୍ରା ଆରମ୍ଭ କରିଥିଲା । ହେଲେ ମହିଳା ପରବର୍ତ୍ତୀ ଷ୍ଟପରେ ଓହ୍ଲାଇବାକୁ କହିଥିଲେ । ହେଲେ ତାଙ୍କୁ ପରବର୍ତ୍ତୀ ବସଷ୍ଟାଣ୍ଡ ପରିବର୍ତ୍ତେ ଜଙ୍ଗଲିଆ ରାସ୍ତାର ମଝିରେ ବସ ଡ୍ରାଇଭର ଓ କଣ୍ଡକ୍ଟର ବଳପୂର୍ବକ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଥିଲା ।

ଜଙ୍ଗଲିଆ ରାସ୍ତାରେ ମହିଳାଜଣକ ଚାଲି ଚାଲି ନିଜ ଘରେ ପହଞ୍ଚିବା ପରେ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଏସମ୍ପର୍କରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ପୋଲିସ ତଦନ୍ତ କରିବା ସହ ପରିବହନ ନିଗମ ମଧ୍ୟ ଏହି ମାମଲାର ବିଭାଗୀୟ ତଦନ୍ତ କରିଥିଲା । ଉକ୍ତ ବସର ଡ୍ରାଇଭର ଶଶି କୁମାର ଏବଂ କଣ୍ଟକ୍ଟର ରଘୁ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ହେଲେ TNSTC ର ଧର୍ମପୁରୀ ବିଭାଗର ଅନୁସନ୍ଧାନ ପରେ ଉଭୟ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି ।

ଏହା ମଧ୍ୟ ପଢନ୍ତୁ:- ‘ଲୋକସଭା ନିର୍ବାଚନରେ ଦକ୍ଷିଣ ଭାରତ ଫଳାଫଳ ଆଶ୍ଚର୍ଯ୍ୟ କରିଦେବ’

ସେହି ଅଞ୍ଚଳର ଅନ୍ୟ ଏକ ବିବାଦ ମଧ୍ୟ ନିକଟରେ ଦେଖିବାକୁ ମିଳିଥିଲା । ଦୁଇଜଣ ଦଳିତ ମହିଳା ଶ୍ରମିକଙ୍କୁ ନଡିଆ ଖୋଳପାରେ ମାଲିକ ପାଣି ପିଆଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ ଏହିଘଟଣାରେ ଦୁଇ ଜଣ ଗିରଫ ହୋଇଥିଲେ । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅଧିନିୟମ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଥିଲା । ଏବେ ପୁଣି ଜଣେ ମହିଳାଙ୍କୁ ବସରୁ ଓହ୍ଲାଇଦେଇ ସରକାରୀ ବସ ଡ୍ରାଇଭର ଓ କଣ୍ଟକ୍ଟର ନିଲମ୍ବିତ ହେବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.