ETV Bharat / bharat

‘କେଜ୍ରିଓ୍ବାଲ ଥିବା ଯାଏଁ ବିଜେପି ଦିଲ୍ଲୀରେ ଜିତିପାରିବ ନାହିଁ, ସେଥିପାଇଁ ମିଛ ମାମଲାରେ ଜେଲ ପଠାଗଲା’ - Arvind Kejriwal arrest case

author img

By ETV Bharat Odisha Team

Published : Apr 7, 2024, 10:10 PM IST

AAP leader Sanjay Singh target BJP: ବିଜେପି ବିରୋଧରେ ବର୍ଷିଲେ ସଞ୍ଜୟ । କହିଲେ କେଜ୍ରିଓ୍ବାଲ ଥିବା ଯାଏ ଦିଲ୍ଲୀରେ ସରକାର ଗଠନ କରିପାରିବ ନାହିଁ ବିଜେପି । ସେଥିପାଇଁ ମିଛ ମାମଲାରେ ପଠାଗଲା ଜେଲ । ଅଧିକ ପଢନ୍ତୁ

‘କେଜ୍ରିଓ୍ବାଲ ଥିବା ଯାଏ ବିଜେପି ଦିଲ୍ଲୀରେ ଜିତିପାରିବ ନାହିଁ, ସେଥିପାଇଁ ମିଛ ମାମଲାରେ ଜେଲ ପଠାଗଲା’

ନୂଆଦିଲ୍ଲୀ: କେଜ୍ରିଓ୍ବାଲ ମୈଦାନରେ ସକ୍ରିୟ ଥିବା ପର୍ଯ୍ୟନ୍ତ ଦିଲ୍ଲୀରେ ବିଜେପି କେବେ ସରକାର ଗଠନ କରିବାରେ ସଫଳ ହେବନି । ଏକଥା ବିଜେପି ସ୍ପଷ୍ଟ ଭାବେ ଜାଣିଛି । ସେଥିପାଇଁ ନିର୍ବାଚନ ପୂର୍ବରୁ ମିଛ ମାମଲାରେ ଗିରଫ କରାଯାଇ ତାଙ୍କୁ ଜେଲରେ ବନ୍ଦ କରାଗଲା । ଏହି କାର୍ଯ୍ୟାନୁଷ୍ଠାନରେ କେଉଁ ପ୍ରକାର ଷଡଯନ୍ତ୍ର ରହିଛି, ସେକଥା ସମସ୍ତେ ଜାଣନ୍ତି ବୋଲି କହିଛନ୍ତି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ସମାନ ମାମଲାରେ ଏବେ ବେଲ ପାଇ ଜେଲରୁ ଫେରିଥିବା ସାଂସଦ ସଞ୍ଜୟ ସିଂ ।

ଆଜି ଏହି ପ୍ରସଙ୍ଗରେ ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ସାକ୍ଷାତକାର ଦେଇ ସଞ୍ଜୟ କହିଛନ୍ତି, ‘‘ଏହା କେତେ ବଡ ଷଡଯନ୍ତ୍ର ଆମେ ଜାଣିଛୁ । କେଜ୍ରିଓ୍ବାଲଙ୍କ ମାମଲାରେ କେନ୍ଦ୍ରୀୟ ସଂସ୍ଥା ମୋଟ 12ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ 10ଟି ସାକ୍ଷ କେଜ୍ରିଓ୍ବାଲଙ୍କ ସପକ୍ଷରେ ଯାଇଥିଲା । ଅନ୍ୟ ଦୁଇଟି ମାତ୍ର ମିଥ୍ୟା ସାକ୍ଷା ଆଧାରରେ ଜଣେ ନିିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ କରି ଜେଲ ପଠାଗଲା । ଏହା କେବଳ ବିଜେପିର ଭୟ । ବିଜେପି ସ୍ପଷ୍ଟ ଭାବେ ଜାଣିଛି ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀରେ ଥିବା ଯାଏ ଦଳ କେବେ ବି କ୍ଷମତା ହାସଲ କରିପାରିବ ନାହିଁ । ବିଜେପି ସାରା ଦେଶରେ ଭ୍ରଷ୍ଟାଚାର ବିରୋଧରେ ଲଢିବା କଥା କହୁଛି । ମାତ୍ର ସବୁ ଭ୍ରାଷ୍ଟାଚାରୀ ନେତାଙ୍କୁ ନିଜ ଦଳରେ ସାମିଲ କରି ସଂରକ୍ଷଣ ଦେବାରେ ଲାଗିଛି । ଏକଥା ସମସ୍ତେ ଜାଣନ୍ତି ।’’

ଆହୁରି ମଧ୍ୟ ସେ କହିଛନ୍ତି, ସେ ତିହାର ଜେଲରେ ବନ୍ଦ ଥିବା ବେଳେ ତାଙ୍କ ସମ୍ପର୍କରେ ତଥ୍ୟ ଜେଲ କର୍ତ୍ତୃପକ୍ଷ ବାହାରକୁ ପାସ କରୁଥିଲେ । ଜଣେ ବିଚାର ବିଭାଗୀୟ ବନ୍ଦୀ ପ୍ରତି ଏହା ଉଚିତ ନୁହେଁ । ସେ ଏସମ୍ପର୍କରେ ଏକ ନୋଟିସ ତିହାର ଜେଲ କର୍ତ୍ତୃପକ୍ଷକୁ କରିବେ ।

ଏହା ମଧ୍ୟ ପଢନ୍ତୁ :- ‘କାଶ୍ମୀର ପ୍ରସଙ୍ଗରେ ଏପରି ମନ୍ତବ୍ୟ କେବଳ ଟୁକଡେ ଟୁକଡେ ଗ୍ୟାଙ୍ଗର ଭାଷା’, ଖଡଗେଙ୍କୁ ମୋଦିଙ୍କ ସିଧା ଟାର୍ଗେଟ - PM MODI TARGET KHARGE

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଞ୍ଜୟ ମଧ୍ୟ ସମାନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲେ । ଏକାଧିକ ଥର ଜାମିନ ଖାରଜ ହେବା ସହ ଦୀର୍ଘ 6ମାସ ଜେଲରେ ରହିବା ପରେ ସେ ଚଳିତ ସପ୍ତାହରେ ସୁପ୍ରିମକୋର୍ଟରୁ ବେଲ ପାଇ ମୁକ୍ତ ହୋଇଛନ୍ତି । ଜେଲରୁ ମୁକ୍ତ ହେବା ପରେ କ୍ରମାଗତ ବିଜେପି ବିରୋଧରେ ଭ୍ରଷ୍ଟାଚାର ପ୍ରସଙ୍ଗରେ ଟିପ୍ପଣୀ କରିବାରେ ଲାଗିଛନ୍ତି । ବିଜେପିରେ କେତେ ଭ୍ରଷ୍ଟାଚାରୀ ଆମଦାନୀ ନେତା ଅଛନ୍ତି, ସେ ସମ୍ପର୍କରେ ମଧ୍ୟ ସେ ପ୍ରେସମିଟ କରି ଦୁଇଦିନ ତଳେ ବର୍ଷିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.