ETV Bharat / bharat

ଦେଶରେ ଲାଗୁ ହେଲା ତିନି ନୂଆ ଅପରାଧିକ ଆଇନ୍‌, ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR - New criminal laws

author img

By ETV Bharat Odisha Team

Published : Jul 1, 2024, 9:19 AM IST

Updated : Jul 1, 2024, 10:06 AM IST

New criminal laws: ଦେଶରେ ଲାଗୁ ହେଲା ତିନି ନୂଆ ଅପରାଧିକ ଆଇନ୍‌ । ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ଜଣେ ଉଠା ଦୋକାନୀଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

New criminal laws
New criminal laws (ETV BHARAT ODISHA)

ନୂଆଦିଲ୍ଲୀ: ବ୍ରିଟିଶ ଶାସନ କାଳରୁ ଦେଶରେ ପ୍ରଚଳିତ ଫୌଜଦାରି ଆଇନର ଅନ୍ତ ଘଟିଛି । ଆଜିଠୁ ଦେଶରେ ଲାଗୁ ହୋଇଛି ତିନି ନୂଆ ଅପରାଧିକ ଆଇନ୍‌ । IPC ପରିବର୍ତ୍ତେ ‘ଭାରତୀୟ ନ୍ୟାୟ ସଂହିତା’, CRPC ପରିବର୍ତ୍ତେ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’, ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ‘ଭାରତୀୟ ସାକ୍ଷ ଅଧିନିୟମ’ ଲାଗୁ ହୋଇଛି । ନୂଆ ଅପରାଧିକ ଆଇନ ବ୍ୟବସ୍ଥା ଲାଗୁ ହେବା ପରେ ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR ହୋଇଛି । କମଳା ମାର୍କେଟ ଥାନାରେ ଜଣେ ଉଠା ଦୋକାନୀଙ୍କ ବିରୋଧରେ ମାମଲା ହୋଇଛି ।

New criminal laws
New criminal laws (ETV BHARAT ODISHA)

ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR: ନୂଆଦିଲ୍ଲୀର ରେଲଓ୍ବେଷ୍ଟସର ଏକ ଫୁଟ୍‌ ଓଭର ବ୍ରିଜ ଅବରୋଧ ଓ ବିକ୍ରି କରିବା ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତା ଧାରା 285 ଅନୁଯାୟୀ ଜଣେ ଉଠା ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତ ଜଣଙ୍କ ବିହାରର ବାରହା ନିବାସୀ ପଙ୍କଜ କୁମାର ବୋଲି ଜଣାପଡିଛି । ଏଫଆଇଆର ପୋଲିସ ଉଲ୍ଲେଖ କରିଛି ଯେ, ଅଭିଯୁକ୍ତ ମୁଖ୍ୟ ରାସ୍ତା ନିକଟରେ ଥିବା ଠେଲା ଗାଡିରେ ତମାଖୁ ଓ ପାଣି ବିକ୍ରି କରୁଥିଲା । ଯାହା ଯାତାୟତ କରୁଥିବା ଲୋକଙ୍କ ପାଇଁ ବାଧା ଏବଂ ଅସୁବିଧା ସୃଷ୍ଟି କରିଥିଲା ​​। ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପୋଲିସ ଅଭିଯୁକ୍ତଙ୍କୁ ତାଙ୍କ ଠେଲା ହଟାଇବାକୁ କହିଥିଲେ, କିନ୍ତୁ ସେ ପୋଲିସ କଥାକୁ ଅଣଦେଖା କରିଥିଲେ।

ଏହା ମଧ୍ୟ ପଢନ୍ତୁ-IPC, CrPC ସଂଶୋଧିତ ଅଧିନିୟମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆ ଆଇନ ଲାଗୁ ହେବା ଫଳରେ ମାନବ କୈନ୍ଦ୍ରିକ ଓ ତ୍ବରିତ ହେବ ବିଚାର ପ୍ରକ୍ରିୟା । ଜିରୋ FIR ସହ ଅନଲାଇନ ପଞ୍ଜୀକରଣ ହେବ । SMS ରେ ମିଳିବ ସମନ। ସେହିପରି ହତ୍ୟା, ଦୁଷ୍କର୍ମ ପରି ଜଘନ୍ୟ ଅପରାଧର ପାଇଁ ଦଣ୍ଡ କଠୋର ହୋଇଛି । ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କମ୍ବା ଫାଶୀ ଦିଆୟିବ । ନିର୍ବାଚନ ପୂର୍ବରୁ ତିନି ନୂଆ ଆଇନକୁ ସଂସଦରେ ପାରିତ କରିଥିଲେ କେନ୍ଦ୍ର ସରକାର ।

ନୂଆ ପୋଲିସ ଆଇନ କଣ ?

୧୮୬୦ ମସିହାର ଭାରତୀୟ ପିଙ୍ଗଳ ଧାରା ବା IPC ଆଇନ ବଦଳରେ କାର୍ଯ୍ୟକାରୀ ହୋଇଛି ଭାରତୀୟ ନ୍ୟାୟ ସଂହିତା । ୧୯୭୩ ମସିହାର କ୍ରିମିନାଲ ପ୍ରୋସିଜିଓର କୋଡ୍ ବା CrPC ଆଇନ ବଦଳରେ କାର୍ଯ୍ୟକାରୀ ହୋଇଛି ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଇନ । ସେହିପରି ୧୮୭୨ ମସିହାର Indian Evidence ଆକ୍ଟ ବଦଳରେ କାର୍ଯ୍ୟକାରୀ ହୋଇଛି ଭାରତୀୟ ସାକ୍ଷ୍ୟ ଆଇନ ।

କେବେ ମିଳିଲା ସଂସଦର ଅନୁମୋଦନ ?

ଗତବର୍ଷ (2023) ଡିସେମ୍ବର 21 ତାରିଖରେ ଏହି 3 ସଂଶୋଧିତ ଅଧିନିମୟମକୁ ସଂସଦରେ ପାରିତ କରାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଆଗତ କରିବା ପରେ ଦୀର୍ଘ ଚର୍ଚ୍ଚାରେ ଏହି ସଂଶୋଧନର ଆବଶ୍ୟକତା ସମ୍ପର୍କରେ ତର୍କ ରଖିଥିଲେ । ପରେ ଏହା 25 ଡିସେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ଲାଭ କରିଥିଲା । ଏବେ ଏହା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ନୂଆ ଅଧିନିୟମ ଅନୁସାରେ କୌଣସି ଅପରାଧିକ ମାମଲାର ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ବିଚାର ପ୍ରକ୍ରିୟାରେ ପୋଲିସ ବ୍ୟବସ୍ଥା ଓ ନ୍ୟାୟିକ ବ୍ୟବସ୍ଥା ଉଭୟ କାର୍ଯ୍ୟ କରିବେ ।

Last Updated : Jul 1, 2024, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.