ETV Bharat / bharat

ପାଣି ପିଇବା ପାଇଁ ମାଗି ଲୁଟିନେଲେ ୭୫ ହଜାର - ଅପରାଧ ଖବର

loot in name of Drinking Water: ଥରେ ଭାବନ୍ତୁ ଆପଣଙ୍କୁ କିଏ ପାଣି ପିଇବା ପାଇଁ ମାଗିବ ଓ ପରେ ଆପଣଙ୍କଠୁ ହଜାର ହଜାର ଟଙ୍କାର ଲୁଟ ହେବ । ଏମିତି ଏକ ଘଟଣା ହରିୟାଣାରେ ଘଟିଛି । ଅଧିକ ପଢନ୍ତୁ

loot
loot
author img

By ETV Bharat Odisha Team

Published : Jan 29, 2024, 10:44 PM IST

ଚଣ୍ଡିଗଡ଼: ସ୍ମାର୍ଟ ଯୁଗର ସ୍ମାର୍ଟ ଲୁଟେରା । ନିରୀହ ଲୋକଙ୍କୁ ଫସାଇ ଲୁଟିବା ଲାଗି ନାନାଦି ଉପାୟ କରି ସଫଳ ମଧ୍ୟ ହେଉଛନ୍ତି । ଲୋକେ ଯେତେ ସଚେତନ ହେଉଥିଲେ ମଧ୍ୟ ଲୁଟର ଶିକାର ହେଉଛନ୍ତି । ଏହି ଘଟଣାରେ ପାଣି ପିଇବା ପାଇଁ ମାଗି ଜଣେ ବ୍ୟକ୍ତିଙ୍କଠୁ ଲୁଟେର ହଜାର ହଜାର ଟଙ୍କାର ଠକେଇ କରିଛନ୍ତି । ନଗଦ ଟଙ୍କା ପରେ ମୋବାଇଲ, ଏଟିଏମ କାର୍ଡ ମଧ୍ୟ ନେଇ ଫେରାର ହୋଇଯାଇଛନ୍ତି । ଏହି ଘଟଣା ହରିୟାଣା ସୋନିପତ ଜିଲ୍ଲାରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଆଜମଗଡ଼ ଅଞ୍ଚଳର ଅଧିବାସୀ ବିଜୟ ସାହାଣି କୌଣସି ବ୍ୟକ୍ତିଗତ କାରଣରୁ ସୋନିପତର ବହାଲଗଡ଼ ଯାଇଥିଲେ । ସେହି ସମୟରେ ତାଙ୍କ ନିକଟକୁ ୪ ଜଣ ଯୁବକ ଆସି ପାଣି ପିଇବା ପାଇଁ ମାଗିଥିଲେ । ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ବିଜୟଙ୍କୁ ଏମିତି ଗପ ଆଳରେ ପକାଇ ଦେଇଥିଲେ ଯେ ତାଙ୍କଠୁ ଲୁଟ ହେଉଛି ବୋଲି ସେ ଜାଣିପାରିନଥିଲେ । ବିଜୟ ଏପଟେ ତିନି ଜଣ ଯୁବକଙ୍କ ସହିତ କଥା ହେଉଥିବା ବେଳେ ଅନ୍ୟ ଜଣେ ଯୁବକ ତାଙ୍କ ମୁଣିରୁ ନଗଦ ୫୦ ହଜାର ଟଙ୍କା, ମୋବାଇଲ ଓ ଏଟିଏମ କାର୍ଡ ଲୁଟି ନେଇଥିଲେ ।

ଏହା ବି ପଢନ୍ତୁ- ବିଦେଶ ପଠାଇଦେବା କହି ଯୁବକଙ୍କଠୁ ସ୍ବାମୀ-ସ୍ତ୍ରୀ ଲୁଟିଲେ ୨୫ଲକ୍ଷ, ଥାନାରେ ଏତଲା

ଏତିକିରେ ମଧ୍ୟ ଠକଙ୍କ ମନ ଭରିନଥିଲା । ଏଟିଏମ କାର୍ଡର ସହଯୋଗରେ ୟୁପିଆଇନ ଟ୍ରାଞ୍ଜାକ୍ସନ ମାଧ୍ୟମରେ ସେମାନେ ୨୧ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି । ନଗଦ ଟଙ୍କା, ମୋବାଇଲ ମିଶାଇ ସେ ୭୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଠକେଇର ଶିକାର ହୋଇଛନ୍ତି । ତେବେ ଏଭଳି ବଡ଼ ଧରଣର ଲୁଟର ଶିକାର ହେବା ପରେ ବିଜୟ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ବହାଲଗଡ଼ ଥାନା ଅଧିକାରୀ କହିଛନ୍ତି ଯେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ କିଛି ଯୁବକଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ପୋଲିସ ଉକ୍ତ ସ୍ଥାନର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଖୁବଶୀଘ୍ର ଏହି ଠକଙ୍କୁ ଗିରଫ କରାଯିବ ।

ସୂଚନା ଥାଉ କି ସୋନିପତରେ କିଛି ଦିନ ଧରି ଏଭଳି ସ୍ମାର୍ଟ ଲୁଟ ଘଟଣା ସାମ୍ନାକୁ ଆସୁଛି । ଗତ ୪ ଦିନ ମଧ୍ୟରେ ଏଭଳି ୬ଟି ମାମଲାରେ ଭିନ୍ନ ଭିନ୍ନ ଥାନାରେ ରୁଜୁ ହୋଇଛି । ଯେଉଁଥିରେ କୁହାଯାଇଛି ଯେ ଠକମାନେ ଲୋକଙ୍କୁ କଥା ଛନ୍ଦରେ ପକାଇ ମୂଲ୍ୟବାନ ବସ୍ତୁ, ଅର୍ଥ ଲୁଟି ନେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.