ETV Bharat / bharat

ପ୍ରେମରେ ପଡିଲେ ମିଳିବ ଛୁଟି, କର୍ମଚାରୀଙ୍କୁ ଡେଟିଂରେ ଯିବାକୁ କମ୍ପାନୀ ଆରମ୍ଭ କଲା 'ଟିଣ୍ଡର ଲିଭ୍‌' - Tinder leave

author img

By ETV Bharat Odisha Team

Published : Sep 6, 2024, 11:13 AM IST

Updated : Sep 6, 2024, 11:20 AM IST

କର୍ମଚାରୀଙ୍କ ମନୋବଳ ବଢାଇବାକୁ କମ୍ପାନୀ ଆରମ୍ଭ ହେଲା 'ଟିଣ୍ଡର ଲିଭ୍‌' । ପ୍ରେମିକ ଓ ପ୍ରେମିକାଙ୍କ ସହ ଡେଟିଂରେ ଯାଇପାରିବେ କର୍ମଚାରୀ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଅଫିସରେ କାମ ପ୍ରେସର ମଧ୍ୟରେ ନିଜକୁ ଓ ପ୍ରିୟଜନକୁ ସମୟ ଦେଇହୋଇ ନଥାଏ । ଅଫିସରେ ବହୁତ କମ ଛୁଟି ମିଳୁଥିବାରୁ ଜୀବନସାଥୀଙ୍କ ସହ ବୁଲାବୁଲି କରିବା ପାଇଁ ସମୟ ବାହାରି ପାରେ ନାହିଁ । ଯାହା ଫଳରେ ସମ୍ପର୍କରେ ଅନେକ ସମୟରେ ଫାଟ ସୃଷ୍ଟି ହୋଇଥାଏ । କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ, ଯଦି ଆପଣଙ୍କର ଗାଲଫ୍ରେଣ୍ଡ କି ବୟଫ୍ରେଣ୍ଡ ଅଛନ୍ତି ତେବେ ତାଙ୍କ ସହ ଡେଟିଂରେ ଯିବାକୁ ଛୁଟି ଦେବ କମ୍ପାନୀ । ଥାଇଲାଣ୍ଡର ଏକ କମ୍ପାନୀ କର୍ମଚାରୀଙ୍କ ଖୁସି ପାଇଁ ଟିଣ୍ଡର ଲିଭ ଆରମ୍ଭ କରିଛି । ଟିଣ୍ଡର ଲିଭରେ ଯେକେହିବି ଜୀବନସାଥୀଙ୍କ ସହ ଡେଟିଂରେ ଯାଇ ପାରିବେ ।

ଏହା ମଧ୍ୟ ପଢନ୍ତୁ-ଦିବ୍ୟାଙ୍ଗ ଦେବୀଙ୍କୁ ମିଳିଲା ଦେବତା ପରି ସ୍ବାମୀ: ଫେସବୁକରୁ ପ୍ରେମ, କୋର୍ଟରେ ସାତ ଜନ୍ମର ସାଥି ହେଲେ ଲଭବାର୍ଡ - SAMBALPUR HANDICAP MARRIED

ଡେଟିଂ ପାଇଁ ଟିଣ୍ଡର ଲିଭ୍‌:

ଥାଇଲ୍ୟାଣ୍ଡର ମାର୍କେଟିଂ ଏଜେନ୍ସି ହ୍ବାଇଟଲାଇନ ଗ୍ରୁପ ଏହାର କର୍ମଚାରୀଙ୍କ ପାଇଁ ‘ଟିଣ୍ଡର ଲିଭ୍‌’ ଘୋଷଣା କରିବା ପରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ବଡ କଥା ହେଉଛି ଟିଣ୍ଡର ଲିଭ୍‌ରେ ଯଦି ଛୁଟିରେ ଯାଆନ୍ତି ତେବେ ଆପଣଙ୍କ ଦରମା ମଧ୍ୟ କାଟ୍‌ ହେବନି । ପ୍ରିୟ କିମ୍ବା ପ୍ରିୟତମାଙ୍କ ସହ ଛୁଟିରେ ଯାଇ ମନ ଖୁସିରେ ବୁଲିପାରିବେ । ଏହି ଛୁଟିଦିନର ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ସୁସ୍ଥତା ଏବଂ ଖୁସି ରଖିବା । ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଟିଣ୍ଡର ଛୁଟି ମିଳିବ । କର୍ମଚାରୀମାନେ ଏହି ସମୟ ମଧ୍ୟରେ ଯେକୌଣସି ସମୟରେ ଡେଟିଂ ପାଇଁ ଛୁଟି ନେଇପାରିବେ । ତେବେ କର୍ମଚାରୀମାନେ କେତେ ଦିନ ଛୁଟିରେ ଯାଇପାରିବେ ତାହା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

କେମିତି ଟିଣ୍ଡର ଲିଭ ଆବେଦନ କରିବେ ?

କର୍ମଚାରୀମାନେ ସେମାନଙ୍କ ଟିଣ୍ଡର ଛୁଟି ପାଇଁ ଆବେଦନ କରିବା ପୂର୍ବରୁ ଏକ ସପ୍ତାହର ନୋଟିସ୍ ଦେବା ଜରୁରୀ । ହ୍ବାଇଟଲାଇନ୍ ଗ୍ରୁପ୍ ଏହାର ଏକ ଲିଙ୍କଡଇନ୍ ପୋଷ୍ଟରେ କହିଛି ଯେ, ଆମର କର୍ମଚାରୀମାନେ କାହାକୁ ଡେଟ୍ କରିବା ପାଇଁ ଟିଣ୍ଡର ଛୁଟି ବ୍ୟବହାର କରିପାରିବେ ।

ଏହା ମଧ୍ୟ ପଢନ୍ତୁ-ଦମ୍ପତିଙ୍କ ମଧ୍ୟରେ ନଥାଏ ଯୌନ ସମ୍ପର୍କ କି ପ୍ରେମ; ଜାପାନରେ ସମ୍ପର୍କର ନୂଆ ଟ୍ରେଣ୍ଡ 'ଫ୍ରେଣ୍ଡସିପ ମ୍ୟାରେଜ' - Friendship Marriage

କାହିଁକି ଏପରି ଲିଭ୍‌ ଘୋଷଣା କଲା କମ୍ପାନୀ?

କମ୍ପାନୀ ଏପରି ପଦକ୍ଷେପ ଆରମ୍ଭ କରିଥିଲା, ​​ଯେତେବେଳେ ଜଣେ କର୍ମଚାରୀ ଅଭିଯୋଗ କରିଥିଲେ ଯେ, କାମ ହେତୁ ସେ ଡେଟିଂ ପାଇଁ ସମୟ ପାଇପାରିନଥିଲେ। କମ୍ପାନୀ ମାଲିକ ଏହି ସମସ୍ୟା ସମାଧାନ ପାଇଁ 'ଟିଣ୍ଡର ଲିଭ୍‌' ଆରମ୍ଭ କରିଛନ୍ତି। କମ୍ପାନୀର ମ୍ୟାନେଜର କହିଛନ୍ତି ଯେ, ଯଦି ଆପଣ ପ୍ରେମରେ ପଡନ୍ତି ତେବେ ଜୀବନରେ ସୁଃଖ ବୃଦ୍ଧି ପାଇବ । ଯାହାର ପ୍ରଭାବରେ ଆପଣ ଯେଉଁବି କାମ କରୁଛନ୍ତି ତାହା ଖୁସିର ସହକାରେ କରିପାରିବେ । ଯେତେବେଳେ ଜଣେ କର୍ମଚାରୀ ଡେଟିଂ ପରେ କର୍ମକ୍ଷେତ୍ରକୁ ଆସନ୍ତି, ସେ ଦୁଇଗୁଣ ଉତ୍ସାହିତ ହୋଇ କାର୍ଯ୍ୟ କରିଥାନ୍ତି ।

ଟିଣ୍ଡର ସବସ୍କ୍ରିପସନ୍ ପାଇଁ ଟଙ୍କା ଦେବ କମ୍ପାନୀ

Tinder leave
Tinder leave (Etv Bharat)

ଯଦି କର୍ମଚାରୀଙ୍କର କେହି ସାଥୀ ନଥାନ୍ତି ତେବେ ଟିଣ୍ଡର ଆପରେ ସେମାନେ ଡେଟିଂ ପାଇଁ ସାଥି ଖୋଜି ପାରିବେ । ଏଥି ପାଇଁ କମ୍ପାନୀ ସାହାଯ୍ୟ କରିବ । କର୍ମଚାରୀଙ୍କ ପାଇଁ ଟିଣ୍ଡର ଗୋଲ୍ଡ ଏବଂ ଟିଣ୍ଡର ପ୍ଲାଟିନମ୍ ମେମ୍ବର ପାଇଁ 6 ମାସ ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବ କମ୍ପାନୀ।

Last Updated : Sep 6, 2024, 11:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.