ETV Bharat / bharat

ଗଢୁଥିଲେ ଶିବଲିଙ୍ଗ, ଭୁଶୁଡିଲା ମନ୍ଦିର କାନ୍ଥ: ଚାଲିଗଲା 9 ଶିଶୁଙ୍କ ଜୀବନ - TEMPLE WALL COLLAPSED

author img

By ETV Bharat Odisha Team

Published : Aug 4, 2024, 1:54 PM IST

Updated : Aug 4, 2024, 2:34 PM IST

MP Wall Collapsed: ମଧ୍ୟ ପ୍ରଦେଶରେ ଦୁଃଖଦ ଘଟଣା । ଅସରାଏ ବର୍ଷାରେ ଭୁଶୁଡିଲା ମନ୍ଦିର କାନ୍ଥ । ମାଟି କାନ୍ଥ ତଳେ ଚାପି ହୋଇ ଚାଲିଗଲା 9 ଶିଶୁଙ୍କ ଜୀବନ । ଅଧିକ ପଢନ୍ତୁ

MP Wall Collapsed
MP Wall Collapsed (ETV Bharat)

ଭୋପାଳ: ରାତି ପାହିଲେ ଶ୍ରାବଣ ତୃତୀୟ ସୋମବାର । ଏଥି ପାଇଁ ପିଲା ମାନେ ମାଟିରେ ଗଢୁଥିଲେ ଶିବଲିଙ୍ଗ, ହଠାତ ଭୁଶିଡିଲା ମନ୍ଦିରର ମାଟି କାନ୍ଥ । ଭଙ୍ଗା କାନ୍ଥ ତଳେ ଚାପି ହୋଇ ଚାଲିଗଲା 9 ନିରିହ ଶିଶୁଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ । ବର୍ଷା ଯୋଗୁଁ ମାଟି କାନ୍ଥଟି ଭୁଶୁଡି ପଡିଥିବା ଜଣାପଡିଛି । ଆଜି ସକାଳ ସମୟରେ ଏହି ଘଟଣା ଘଟିଥିଲା ବେଳେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ସମସ୍ତ ମୃତକଙ୍କ ବୟସ 5ରୁ 7ବର୍ଷ ହେବ ।

  • ମୃତକଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ ସହାୟତା:

ଅଘଟଣରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରୁ ସହାୟତ ରାଶି ଘୋଷଣା କରିଛନ୍ତି । ଟ୍ବିଟ୍‌ କରି ମୋହନ କହିଛନ୍ତି, ''ଆଜି ସାଗର ଜିଲ୍ଲାର ଶାହପୁରରେ ପ୍ରବଳ ବର୍ଷା ଏକ କାନ୍ଥ ଭୁଶୁଡିବାରୁ 9 ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି, ଏହି ଖବର ଶୁଣି ମୁଁ ଦୁଃଖିତ । ଆହତ ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ମୃତକଙ୍କ ଅମର ଆତ୍ମାର ସଦଗତି ପାଇଁ ମୁଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି । ମୃତ ଶିଶୁଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ''

ଏହା ମଧ୍ୟ ପଢନ୍ତୁ-କେରଳ ସର୍ବଗ୍ରାସୀ ଭୂସ୍ଖଳନରେ ଭାସିଗଲେ ବାପା ମା’; ଅନାଥ ଶିଶୁଙ୍କୁ କ୍ଷୀର ପିଆଇ ଚର୍ଚ୍ଚାରେ ମହିଳା, ଚାରିଆଡେ ପ୍ରଶଂସା - COUPLE TO WAYANAD FOR BREAST FEED

  • ମନ୍ଦିର କାନ୍ଥ ତଳେ ଗଲା ଜୀବନ:

ଶାହାପୁର ସହରର ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ସହରର କୁଟି ମନ୍ଦିର ନିକଟରେ ଶିବଲିଙ୍ଗ ନିର୍ମାଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ରବିବାର ଥିବାରୁ ସ୍ଥାନୀୟ ଅଞ୍ଚଳର ବହୁ ପିଲା ଶିବଲିଙ୍ଗ ନିର୍ମାଣ କରିବାକୁ ଆସିଥିଲେ ଏବଂ ମନ୍ଦିର ନିକଟରେ ଥିବା ମାଟି କାନ୍ଥରେ ଡେରି ହୋଇ ବସି ଶିବଲିଙ୍ଗ ତିଆରି କରୁଥିଲେ। ହଠାତ ସକାଳ 9 ଟା ସମୟରେ ଏକ ବଡ ମାଟିର କାନ୍ଥ ଭୁଶୁଡ଼ି ପଡ଼ିଲା, ଫଳରେ ସମସ୍ତ ପିଲା ଏହା ତଳେ ଚାପି ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ପିଲାମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ନଥିବାରୁ ଚିକିତ୍ସା ଅଭାବରୁ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା।

  • ଉଦ୍ଧାର କାର୍ଯ୍ୟ ଜାରି:

ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେତେ ଜଣ ଆହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ଗୋପାଲ ଭାରଗଭା ଶାହାପୁରରେ ପହଞ୍ଚିଥିଲେ । ଆହତଙ୍କ ଚିକିତ୍ସା ଜିଲ୍ଲା ଡାକ୍ତରଖାନାରେ ଚାଲିଥିବା ବେଳେ ବିଧାୟକ ସେଠାରେ ଉପସ୍ଥିତ ଅଛନ୍ତି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2024, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.