ETV Bharat / bharat

ବଦଳିଲା ତେଲେଙ୍ଗାନାର ଅଫିସିଆଲ ସଂକ୍ଷିପ୍ତ ନାମ, ଏଣିକି TS ନୁହେଁ TG - Telangana Talli

Telangana Talli : ବଦଳିବ ତେଲେଙ୍ଗାନାର ଅଫିସିଆଲ ସଂକ୍ଷିପ୍ତ ନାମ । ‘TS’ ନୁହେଁ ‘TG’, । ଅଧିକ ପଢନ୍ତୁ

Telangana Talli
Telangana Talli
author img

By ETV Bharat Odisha Team

Published : Feb 5, 2024, 5:28 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ସରକାରୀ ସଂକ୍ଷିପ୍ତ ନାମ ପରିବର୍ତ୍ତନ ହେବାକୁ ଯାଉଛି । ପୂର୍ବରୁ ଏହା ତେଲେଙ୍ଗାନା ଷ୍ଟେଟ ବା ‘ଟିଏସ’ ଥିବା ବେଳେ ଏବେ ଏହାକୁ ‘ଟିଜି’ କରାଯିବାକୁ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ଏହି ପ୍ରସ୍ତାବକୁ ଅନୁମୋଦିତ କରିବ । ଏନେଇ ଖୁବଶୀଘ୍ର ସରକାର ଏକ ଗେଜେଟ ନୋଟିଫିକେସନ ପ୍ରକାଶ କରିପାରନ୍ତି । ସେହିପରି ରାଜ୍ୟ ଜାତୀୟ ସଙ୍ଗୀତକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏବେ ‘ଜୟ ଜୟ ହୋ ତେଲେଙ୍ଗାନା’ ରାଜ୍ୟ ଜାତୀୟ ସଙ୍ଗୀତ ମାନ୍ୟତା ପାଇବ । ରାଜ୍ୟକୁ ଅନୌପଚାରିକ ଭାବେ ‘ତେଲେଙ୍ଗାନା ତାଲ୍ଲି’ ମଧ୍ୟ କୁହାଯିବ । ଯାହାର ସ୍ଥାନୀୟ ତେଲୁଗୁ ଭାଷାର ଅର୍ଥ ‘ତେଲେଙ୍ଗାନା ମାତା’ ।

ତେବେ 2014ରେ ଆନ୍ଧ୍ର ପ୍ରଦେଶରୁ ବିଭାଜିତ ହୋଇ ଦେଶର ସର୍ବକନିଷ୍ଠ ରାଜ୍ୟ ଭାବେ ଆତ୍ମପ୍ରକାଶ କରିଥିଲା ତେଲେଙ୍ଗାନା । ଏହା ପରେ ଏହାର ସରକାରୀ ସଂକ୍ଷିପ୍ତ ନାମ ତେଲେଙ୍ଗାନା ଷ୍ଟେଟ ବା ‘ଟିଏସ’ ରଖାଯାଇଥିଲା । ମୋଟରଯାନ ପଞ୍ଜୀକରଣ, ପୋଲିସ ସେବା ଓ ଅନ୍ୟ ସମସ୍ତ ସରକାରୀ ବିଭାଗରେ ରାଜ୍ୟର ସକ୍ଷିପ୍ତନାମ ‘ଟିଏସ’ ବ୍ୟବହାର କରାଯାଉଥିଲା । ତେବେ ରାଜ୍ୟ ଗଠନ ଆନ୍ଦୋଳନର ନେତୃତ୍ୱ ନେଇଥିବା କେ.ଚନ୍ଦ୍ରଶେଖର ରାଓଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (ପୂର୍ବନାମ) ଶାସନକୁ ଆସିଥିଲା । କେସିଆର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଶାସକ ଦଳ ଅନୁସାରେ, ରାଜ୍ୟର ନାମ ସରକାରୀ ସଂକ୍ଷିପ୍ତ ନାମ ‘ଟିଏସ’ ରଖାଯାଇଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଥିଲା ।

ଏହା ମଧ୍ୟ ପଢନ୍ତୁ :- କର୍ଣ୍ଣାଟକରେ ଟ୍ୟାକ୍ସି ଯାତ୍ରୀଙ୍କ ପାଇଁ ଖୁସି ଖବର; 'ଏକକ ଭଡ଼ା' ଘୋଷଣା କଲେ ରାଜ୍ୟ ସରକାର

ଗତବର୍ଷ ନଭେମ୍ବରରେ ହୋଇଥିବା ବିଧାନସଭା ନିର୍ବାଚରେ କେସିଆରଙ୍କ ପାର୍ଟି ପରାଜୟର ସାମ୍ନା କରିବା ସହ ରାଜ୍ୟରେ ପ୍ରଥମ ଥର କଂଗ୍ରେସ ଶାସନ କ୍ଷମତା ପାଇଥିଲା । ରାଜ୍ୟ କଂଗ୍ରେସ ସଭାପତି ଥିବା ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସରକାର ଗଠନର 100 ଦିନ ମଧ୍ୟରେ କଂଗ୍ରେସ ଘୋଷଣା କରିଥିବା 6 ଗ୍ୟାରେଣ୍ଟି ପୂରଣ କରିବ ବୋଲି ଦଳ କହିଛି । ପୂର୍ବରୁ ପ୍ରଗତି ଭବନର ନାମ ପରିବର୍ତ୍ତନ କରିଥିବା ରେବନ୍ତ ସରକାର ଆଜି ରାଜ୍ୟର ସରକାରୀ ସଂକ୍ଷିପ୍ତ ନାମ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏହାକୁ ବିରୋଧୀ ଦଳ ବିଆରଏସ ନାପସନ୍ଦ କରିଛି । ଏପରି ନାମ ପରିବର୍ତ୍ତନ କରାଯିବାର କୌଣସି ଆବଶ୍ୟକତା ନଥିବା ବିରୋଧୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.