ETV Bharat / bharat

ବିହାରରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା: ରାହୁଲଙ୍କ ସହ ସାମିଲ ତେଜସ୍ୱୀ ଯାଦବ - RJD Leader Tejashwi Yadav

Bharat Jodo Nyay Yatra in Bihar: ବିହାରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହେଲେ ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ । ଅଧିକ ପଢନ୍ତୁ

Bharat Jodo Nyay Yatra
ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେଲେ ତେଜସ୍ୱୀ ଯାଦବ
author img

By ETV Bharat Odisha Team

Published : Feb 16, 2024, 10:39 AM IST

Updated : Feb 16, 2024, 1:02 PM IST

ପାଟନା: 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା'ରେ ସାମିଲ ହେଲେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ । ବିହାରର କୈମୁର ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଜାରି ରହିଥିବା ବେଳେ, ଏଠାରେ ତେଜସ୍ୱୀ ଯାଦବ ସାମିଲ ହୋଇଛନ୍ତି । ତାଙ୍କ ସହ ଶତାଧିକ ଆରଜେଡି ନେତା ଓ ସମର୍ଥକ ମଧ୍ୟ ନ୍ୟାୟ ଯାତ୍ରାରେ ଯୋଡ଼ି ହୋଇଛନ୍ତି । ପ୍ରଥମ ଥର ପାଇଁ ଆରଜେଡି ନେତା ତେଜସ୍ବୀ, ରାହୁଲ ଗାନ୍ଧୀ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି (ଶୁକ୍ରବାର) ବିହାରର ରୋହତାସରେ ଜାରି ରହିଛି । ଏହି ଯାତ୍ରାରେ ଆଜି ଆରଜେଡି ନେତା ତେଜସ୍ୱୀ ଯାଦବ ସାମିଲ ହୋଇଥିବା ବେଳେ କଂଗ୍ରେସ ଓ ଆରଜେଡିର ଶତାଧିକ ନେତା ଓ କର୍ମୀମଧ୍ୟ ସାମିଲ ହୋଇଛନ୍ତି । ରୋହତାସର ମୁଖ୍ୟାଳୟ ସାସାରାମରେ ଆଜି ରାହୁଲ ଗାନ୍ଧୀ ବିଶାଳ ରୋଡ ଶୋ କରିଛନ୍ତି । ଏହାପରେ ସେ ଚେନାରୀକୁ ଗସ୍ତ କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ଏକ ନାଲି ରଙ୍ଗର ଥାର ଗାଡିରେ ଯାଇଥିଲେ । ଯେଉଁଗାଡିକୁ ତେଜସ୍ୱୀ ଯାଦବ ଚଳାଉଥିବା ବେଳେ ରାହୁଲ ଗାନ୍ଧୀ ଆଗ ସିଟରେ ବସିଥିବା ନଜର ଆସିଥିଲେ ।

ସାସାରାମରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ସକାଳ ସମୟରୁ ହଜାର ହଜାର ମହିଳା, ପୁରୁଷ ଓ ଯୁବକଙ୍କ ରାସ୍ତା କଡରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ସାସାରାମରେ ରାହୁଲ ଗାନ୍ଧୀଙ୍କ ସହ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର, ଚେନାରୀ ବିଧାୟକ ମୁରାରି ଗୌତମଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହି ନ୍ୟାୟ ଯାତ୍ରାକୁ ନେଇ ରୋହତାସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସାସାରାମରେ ନ୍ୟାୟ ଯାତ୍ରା ସମୟରେ ଚାଷୀମାନଙ୍କ ସହ ରାହୁଲ ଗାନ୍ଧୀ କଥା ହୋଇଥିଲେ ।

ରାଲି ପରେ କୈମୁରଠାରେ ଏକ ଜନସଭାରେ ଜନତାଙ୍କୁ ସମ୍ବୋଧନ କରିବେ ରାହୁଲ ଗାନ୍ଧୀ । ଏହାପରେ ଆଜି(ଶୁକ୍ରବାର) ସନ୍ଧ୍ୟାରେ ଉତ୍ତରପ୍ରଦେଶରେ ପ୍ରବେଶ କରିବ ନ୍ୟାୟ ଯାତ୍ରା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ମେଣ୍ଟ ସହ ସମ୍ପର୍କ ଛିନ୍ନ କରିବା ପରେ ପ୍ରଥମ ଥର ପାଇଁ ଆରଜେଡି ନେତା ରାହୁଲ ଗାନ୍ଧୀଙ୍କ ସହ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ତେଜସ୍ୱୀ ଯାଦବ ଏହି ଯାତ୍ରାରେ ସାମିଲ ହେବା ପରେ ଇଣ୍ଡିଆ ମେଣ୍ଟକୁ ବଳ ମିଳିଛି ବୋଲି ଚର୍ଚ୍ଚା ହେଉଛି ।

ଏହାମଧ୍ୟ ପଢନ୍ତୁ.. କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ, କହିଲେ 'ଦେଶର ସିଷ୍ଟମ ତିନି ଚାରି ଜଣଙ୍କ ପାଇଁ ଚାଲୁଛି'

ଗତକାଲି(ଗୁରୁବାର) ଏହି ଯାତ୍ରା ବିହାରରେ ପ୍ରବେଶ କରିଥିଲା । ଅନ୍ୟପଟେ ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି । ସେ ଉତ୍ତରପ୍ରଦେଶର ଚାନ୍ଦୁଲିଠାରେ ନିଜ ଭାଇଙ୍କ ଯାତ୍ରାରେ ଯୋଗ ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2024, 1:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.