ETV Bharat / bharat

କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରର ଜାମିନ ଖାରଜ, କୋର୍ଟରେ କାନ୍ଦିଲେ ସ୍ବାତୀ - Delhi Court Rejects Bail Plea

SWATI MALIWAL CASE: ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ଦୁର୍ବ୍ୟବହାର ଘଟଣାରେ ଅଭିଯୁକ୍ତ ବିଭବ କୁମାରକୁ ଝଟକା । ଜାମିନ ଆବେଦନ ଖାରଜ କଲେ କୋର୍ଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 27, 2024, 7:34 PM IST

SWATI MALIWAL CASE
SWATI MALIWAL CASE (ETV Bharat)

ନୂଆଦିଲ୍ଲୀ: ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ଦୁର୍ବ୍ୟବହାର ଘଟଣା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବଢିଲା ଅଡୁଆ । ଜାମିନ ଆବେଦନ ଖାରଜ କଲେ କୋର୍ଟ । ଆଜି କୋର୍ଟରେ ଶୁଣାଣି ହୋଇଥିବା ବେଳେ ମାଜିଷ୍ଟ୍ରେଟ ଗୌରବ ଗୋୟଲ ଅଭିଯୁକ୍ତ ବିଭବଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ସାଂସଦ ସ୍ବାତୀଙ୍କୁ ବିଭବ ଏକାଧିକ ଥର ଚାପୁଡା ଓ ଗୋଇଠା ମାରିଥିବା ଅଭିଯୋଗ ରହିଛି ।

କୋର୍ଟରେ ଶୁଣାଣି ସମୟରେ, ରାଜ୍ୟସଭା ସାଂସଦ ସ୍ବାତୀ କହିଥିଲେ ଯେ ବିଭବ କୁମାରଙ୍କୁ ଜାମିନ ମିଳିଲେ ତାଙ୍କ ଓ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ରହିଛି । ଏହାସହିତ ସେ ଧ୍ରୁବ ରାଠିଙ୍କ ବିରୋଧରେ ମଧ୍ୟ କହିଛନ୍ତି । ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ତାଙ୍କ ସମ୍ବନ୍ଧୀୟ ଘଟଣାକୁ ନେଇ ଏକପାଖିଆ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ତାଙ୍କୁ ପୂର୍ବାପେକ୍ଷା ଅଧିକରୁ ଅଧିକ ହତ୍ୟା ଓ ଦୁଷ୍କର୍ମ ଧମକ ମିଳୁଛି । ମେ 13 ତାରିଖରେ ସ୍ବାତୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ । ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହା ବି ପଢନ୍ତୁ- 'ମୋତେ ଦୁଷ୍କର୍ମ ହତ୍ୟା ଧମକ ମିଳୁଛି', ଧ୍ରୁବ ରାଠିଙ୍କୁ ଟାର୍ଗେଟ କଲେ ସ୍ବାତୀ

କିଛି ଭିଡିଓରେ ସେ ସୁରକ୍ଷାକର୍ମୀଙ୍କ ସହିତ ଯୁକ୍ତିତର୍କ କରୁଥିବା ନଜର ଆସିଛନ୍ତି । ମାଲିୱାଲଙ୍କ ପକ୍ଷରୁ ଆଇନଜୀବୀ କହିଛନ୍ତି ଯେ ଅଭିଯୁକ୍ତ ବିଭବ କୁମାର ଜେଲରେ ଥିବା ସମୟରେ ତାଙ୍କୁ ଏକାଧିକ ହତ୍ୟା ଧମକ ଆସୁଛି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ କୁମାର ଷଡ଼ଯନ୍ତ୍ର କରି ସିସିଟିଭି ଫୁଟେଜରୁ କିଛି ଭିଡିଓକୁ ହଟାଇ ଦେଇଛନ୍ତି । ଅନ୍ୟପଟେ ବିଭବଙ୍କ ଓକିଲ ଜାମିନ ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ବିଭବ ଜାମିନ ପାଇଁ ଟେଷ୍ଟ ପାସ୍‌ କରିଛନ୍ତି । ତାଙ୍କୁ ଜାମିନ ମିଳିଲେ କାହା ପ୍ରତି ବିପଦ ନଥିବା ବେଳେ ସେ ପ୍ରମାଣ ନଷ୍ଟ କରିବେ ନାହିଁ ବୋଲି ସେ କହିଥିଲେ ।

ସୂଚନା ଥାଉ କି ମେ 13 ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏହାର 3 ଦିନ ପରେ ଦିଲ୍ଲୀ ପୋଲିସ ନିକଟରେ ରାଜ୍ୟସଭା ସାଂସଦ ଅଭିଯୋଗ କରିଥିଲେ । ସ୍ବାତୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବିଭବ କୁମାରଙ୍କୁ ଗିରଫ ହେବା ପରେ ନ୍ୟାୟିକ ହେପାଜତରେ ରହିଥିଲେ । ମେ 18ରେ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.