ETV Bharat / bharat

ସ୍ବାତୀ ମାଲିୱାଲ ଦୁର୍ବ୍ୟବହାର ଘଟଣା, ସିଏମ ବାସଭବନରୁ ସିସିଟିଭି DVR ଜବତ - Delhi Police seize CCTV DVR - DELHI POLICE SEIZE CCTV DVR

Swati Maliwal assault case: ଆପ୍‌ ସାଂସଦ ସ୍ବାତୀ ମାଲିୱାଲ ଦୁର୍ବ୍ୟବହାର ଘଟଣା । ସିସିଟିଭି ଫୁଟେଜରୁ କିଛି ଅଂଶ ହଟାଯାଇଥିବା ଅଭିଯୋଗ ପରେ ପୁରା ସିସିଟିଭି ଡିଭିଆରକୁ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରୁ ଜବତ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

Swati Maliwal assault case
Swati Maliwal assault case (ETV Bharat)
author img

By ANI

Published : May 19, 2024, 7:30 PM IST

ନୂଆଦିଲ୍ଲୀ: ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ଘଟଣା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରୁ ସିସିଟିଭି ଡିଭିଆର ଜବତ କଲା ଦିଲ୍ଲୀ ପୋଲିସ । ଆଜି ସିଏମଙ୍କ ବାସଭବନରେ 12ରୁ ଅଧିକ ପୋଲିସ ଅଧିକାରୀ ପହଞ୍ଚି ସିସିଟିଭି ଫୁଟେଜ ରେକର୍ଡ ଥିବା ଡିଭିଆରକୁ ସିଜ୍‌ କରିଛି । ଦିଲ୍ଲୀ ପୋଲିସର ଅଭିଯୋଗ ଅନୁସାରେ ଏହି ମାମଲାରେ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିନଥିଲା । ଏଥିରୁ କିଛି ଫୁଟେଜ ନଥିବା ସନ୍ଦେହ କରିଛି ପୋଲିସ ।

ଦିଲ୍ଲୀ ପୋଲିସ କହିଛି ଯେ, ପୋଲିସ ହାତରେ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ ନ ଲାଗିବା ପରେ ସମ୍ପୂର୍ଣ୍ଣ ଡିଭିଆରକୁ ଜବତ କରାଯାଇଛି । କିଛି ଟେକନିକାଲ ଏକ୍ସପର୍ଟଙ୍କ ସହାୟତା କ୍ରମେ ଡିଭିଆରରୁ ଫୁଟେଜକୁ ସଂଗ୍ରହ କରାଯିବ । ଏହାପରେ ସମ୍ପୂର୍ଣ୍ଣ ମାମଲା ଯାଞ୍ଚ କରାଯିବାରେ ଏହି ଫୁଟେଜ ସହାୟତା କରିବ । ଦିଲ୍ଲୀ ପୋଲିସ ଏହା ମଧ୍ୟ ସନ୍ଦେହ କରିଛି ଯେ ଡିଭିଆର ବା ହାର୍ଡ ଡିସ୍କରେ ଟାମ୍ପରିଂ ହୋଇଛି । ତେବେ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ ଦେଖିବା ପରେ ଏହା ସ୍ପଷ୍ଟ ହେବ ।

ଏହା ବି ପଢନ୍ତୁ- ସ୍ବାତୀ ମାଲିଓ୍ବାଲ ମାମଲାରେ ସିସିଟିଭି ଫୁଟେଜ ଜାରି କଲା AAP, ବିଭବ କୁମାରଙ୍କୁ ଉଠାଇନେଲା ପୋଲିସ

ସେପଟେ ଶନିବାର କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ତଥା ଅଭିଯୁକ୍ତ ବିଭବ କୁମାରଙ୍କ ଏହି ମାମଲାରେ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ପରେ ତାଙ୍କୁ ତିସ ହାଜାରି କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ 5 ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ଅନ୍ୟପଟେ ବିଭବ ପାଲଟା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ସ୍ବାତୀ ମାଲିୱାଲ ବିଧିବଦ୍ଧ ଭାବେ କୌଣସି ଅନୁମତି ନ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଏହାପରେ ସେ ତାଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବିରୋଧରେ ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର କରିବାର ଅଭିଯୋଗ ରହିଛି । ଅଭିଯୁକ୍ତ ବିଭବ ତାଙ୍କୁ ଏକାଧିକ ଥର ଚାପୁଡ଼ା ମାରିବା ସହିତ ଛାତି ଓ ପେଟକୁ ଗୋଇଠା ମାରିଥିବା ସ୍ବାତୀ ଅଭିଯୋଗ କରିଛନ୍ତି । ସେପଟେ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି ଆପ୍‌ । ପାର୍ଟି ପକ୍ଷରୁ କୁହାଯାଇଛି ଯେ ସାଂସଦ ସ୍ବାତୀ ବିଜେପି ଇସାରାରେ କାମ କରୁଛନ୍ତି । ସେ ନିଜ ଏଫଆଇଆର କପିରେ ସବୁ ମିଛ କହିଛନ୍ତି । ତାଙ୍କ ସହିତ ସେପରି କିଛି ଘଟିନାହିଁ । ସେ ଓଲଟା ସୁରକ୍ଷାକର୍ମୀଙ୍କ ସହିତ ଯୁକ୍ତି କରୁଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ସ୍ବାତୀ ମାଲିୱାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ସୁରକ୍ଷାକର୍ମୀଙ୍କ ସହିତ ଯୁକ୍ତିତର୍କ କରୁଥିବା ବେଳେ କିଛି ଆପତ୍ତିଜନକ ଶବ୍ଦର ମଧ୍ୟ ପ୍ରଯୋଗ କରୁଥିଲେ ।

ଏହି ଭିଡିଓ ଭାଇରାଲ ହେବା ପରେ ଆପ୍‌ ପକ୍ଷରୁ ଆଉ ଏକ ଭିଡିଓ ଜାରି କରାଯାଇଥିଲା । ଉକ୍ତ ଭିଡିଓ ଜାରି କରି ଆପ୍‌ ପକ୍ଷରୁ କୁହାଯାଇଥିଲା ଯେ ଏହା ହେଉଛି ସ୍ବାତୀ ମାଲିୱାଲଙ୍କ ପ୍ରକୃତ ସତ୍ୟ । ଏହା ଉପରେ ମଧ୍ୟ ସାଂସଦ ସ୍ବାତୀ ପ୍ରତିକ୍ରିୟା ରଖି କହିଥିଲେ ଯେ, "ବିଭବ କୁମାର ପ୍ରଥମେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଆଉ ଯେତେବେଳଏ ସେ 112କୁ କଲ୍‌ କରିଥିଲେ, ସେତେବେଳେ ସେ ବାହାରକୁ ଚାଲିଯାଇଥିଲେ । ମୁଁ ସୁରକ୍ଷାକର୍ମୀଙ୍କୁ ଏ ସମ୍ପର୍କରେ ମଧ୍ୟ କହିଥିଲି । ହେଲେ ସେ ସବୁ କଥାକୁ ଡିଲିଟ୍‌ କରାଯାଇ ଭିଡିଓକୁ ସେୟାର କରାଯାଇଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.