ETV Bharat / bharat

ନିର୍ବାଚନୀ ବଣ୍ଡ ମାମଲା; ଷ୍ଟେଟବ୍ୟାଙ୍କ ଆବେଦନ ଉପରେ ଆଜି 'ସୁପ୍ରିମ' ଶୁଣାଣି - Electoral Bond

Electoral Bonds Information: ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡ ମାମଲା । ସବିଶେଷ ତଥ୍ୟ ଦେବା ନେଇ ସମୟ ସୀମା ବୃଦ୍ଧି କରିବାକୁ ଏସବିଆଇ କରିଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Electoral Bond
Electoral Bond
author img

By ETV Bharat Odisha Team

Published : Mar 11, 2024, 10:10 AM IST

Updated : Mar 11, 2024, 10:29 AM IST

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଦେବାକୁ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମାର୍ଚ୍ଚ 6 ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବା ପାଇଁ କୋର୍ଟ କହିଥିବାବେଳେ ଏହି ସମୟ ସୀମାକୁ ଜୁନ 30କୁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଷ୍ଟେଟବ୍ୟାଙ୍କ । ଯାହାର ଆଜି ଶୁଣାଣି କରିବେ କୋର୍ଟ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ 5 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଅନ୍ୟପଟେ ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏସବିଆଇ ଅବମାନନା କରିଥିବା ଅଭିଯୋଗ ଆଣିଥିଲା ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ । ଏନେଇ କୋର୍ଟରେ ଏକ ଆବେଦନ ହୋଇଥିବାବେଳେ ଆଜି ଏହା ଉପରେ ମଧ୍ୟ ଶୁଣାଣି ହେବ ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନୀ ବଣ୍ଡ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ନେଇ SBI ବିରୋଧରେ ADRର ପିଟିସନ୍

ନିର୍ବାଚନୀ ବଣ୍ଡ ଯୋଜନାକୁ ସର୍ବୋଚ୍ଚ କୋର୍ଟ ନିକଟରେ ଅବୈଧ ଘୋଷଣା କରିଥିଲେ । ଏହା ସୂଚନା ଅଧିକାର ଅଧିନିୟମର ବିରୋଧୀ ବୋଲି କୋର୍ଟ କହିବା ସହ କାର୍ଯ୍ୟକାରିତା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିଲେ । ଏହି ଯୋଜନା ଅଧୀନରେ କେତେ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି, ସେ ସମ୍ପର୍କରେ ମାର୍ଚ୍ଚ 6 ତାରିଖ ମଧ୍ୟରେ ତଥ୍ୟ ଦେବାକୁ କୋର୍ଟ ଭାରତୀୟ ଟେଷ୍ଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ତଥ୍ୟ ଦାଖଲ କରିବା ପାଇଁ କୋର୍ଟଙ୍କୁ ଅଧିକ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ । ସବିଶେଷ ଦାଖଲ ସମୟ ସୀମା ମାର୍ଚ୍ଚ 6 ପରିବର୍ତ୍ତେ ଜୁନ 30କୁ ବୃଦ୍ଧି କରିବା ପାଇଁ ମାର୍ଚ୍ଚ 4 ତାରିଖରେ ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଆବେଦନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନୀ ବଣ୍ଡ ମାମଲା: ତଥ୍ୟ ଦାଖଲ ପାଇଁ ଜୁନ 30 ପର୍ଯ୍ୟନ୍ତ ମହଲତ ମାଗିଲା ଷ୍ଟେଟବ୍ୟାଙ୍କ

ଆବେଦନରେ ଏସ୍‌ବିଆଇ କହିଥିଲା ଯେ, ଏପ୍ରିଲ 12, 2019ରୁ ଫେବୃଆରୀ 15, 2024 ମଧ୍ୟରେ ବିଭିନ୍ନ ଦଳକୁ ଡୋନେସନ ଦେବା ପାଇଁ 22,217 ନିର୍ବାଚନୀ ବଣ୍ଡ ଜାରି କରାଯାଇଥିଲା । ଏହି ବଣ୍ଡଗୁଡିକ ମୁମ୍ବାଇର ମୁଖ୍ୟ ଶାଖାରେ, ଦେଶବ୍ୟାପୀ ପ୍ରାଧିକୃତ ଶାଖାଗୁଡିକ ଦ୍ୱାରା ମୁଦା ଲଫାପା ମାଧ୍ୟମରେ ଜମା କରାଯାଇଥିଲା । ଦୁଇଟି ଭିନ୍ନ ପ୍ରକାରର ସୂଚନା ଥିବାରୁ ମୋଟ 44,434 ସୂଚନା ସେଟକୁ ଡିକୋଡ ମାଧ୍ୟମରେ ସଂକଳନ ଓ ତର୍ଜମା କରିବାକୁ ପଡିବ । ତେଣୁ ଏହି ପ୍ରକ୍ରିୟା ପାଇଁ ଅଧିକ ସମୟ ଲାଗିବ । ଏଥିପାଇଁ ପୂର୍ବରୁ ମିଳିଥିବା ସମୟକୁ ଜୁନ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ।

ଏହା ସହିତ ମହାରାଷ୍ଟ୍ରରେ ଦୁଇଭାଗ ହୋଇଥିବା ଏନ୍‌ସିପି ରାଜନୈତିକ ଦଳ ବିବାଦ ପ୍ରସଙ୍ଗ ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି । ଏହାର ମଧ୍ୟ ଆଜି ଶୁଣାଣି ହେବ । ଗତ ଫେବୃୟାରୀ ୬ରେ ନିର୍ବାଚନ କମିଶନ ବିଜେପି ସହ ହାତ ମିଳାଇଥିବା ଅଜିତ ପାୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ମାନ୍ୟତା ପ୍ରଦାନ କରିଥିଲେ । ଦଳର ନାଁ ଓ ଦଳୀୟ ଚିହ୍ନ 'ଘଡ଼ି'କୁ ଅଜିତ୍ ଗୋଷ୍ଠୀ ବ୍ୟବହାର କରିବେ ବୋଲି ଘୋଷଣା କରିଥିଲେ । ଏହାପରେ ଶରଦ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ନୂଆ ନାଁ ଓ ଚିହ୍ନ ପାଇଁ ଆବେଦନ କରାଯାଇଥିଲା । ନିର୍ବାଚନ ଆୟୋଗଙ୍କୁ ୩ଟି ନାମ ପ୍ରସ୍ତାବ ଦିଆଯାଇଥିଲା । ତା' ମଧ୍ୟରୁ ଆୟୋଗ 'ଏନସିପି-ଶରଦଚନ୍ଦ୍ର ପାୱାର' ନାଁ ଉପରେ ମୋହର ଲଗାଇଥିଲେ । ସେତେବେଳେ ଦଳକୁ ନୂଆ ଚିହ୍ନ ଆବଣ୍ଟନ କରାଯାଇଥିଲା । ଏହାରି ମଧ୍ୟରେ ଶରଦ ପାୱାର ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ୧୯ ଫେବୃୟାରୀରେ କୋର୍ଟ ସପ୍ତାହେ ମଧ୍ୟରେ ନିର୍ବାଚନୀ ଚିହ୍ନ ବଣ୍ଟନ କରିବାକୁ ଆୟୋଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ନିର୍ବାଚନ ଆୟୋଗ ଶରଦ ଗୋଷ୍ଠୀକୁ ନୂଆ ଚିହ୍ନ ପ୍ରଦାନ କରିସାରିଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗର ହାଇପ୍ରୋଫାଇଲ ସନ୍ଦେଶ ଖାଲି ହିଂସା ମାମଲାରେ ମଧ୍ୟ ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2024, 10:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.