ETV Bharat / bharat

ବେଲ ଅବଧି ବୃଦ୍ଧି ଆବେଦନର ତୁରନ୍ତ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ, ବୃହତ୍ତର ଖଣ୍ଡପୀଠକୁ ଗଲା ମାମଲା - Arvind Kejriwal Plea

author img

By ETV Bharat Odisha Team

Published : May 28, 2024, 2:04 PM IST

Supreme Court Setback For Arvind Kejriwal's Plea: ବେଲ ଅବଧି ବୃଦ୍ଧି ଆବେଦନର ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଜୁନ 2 ତାରିଖରେ ଜେଲରେ ଆତ୍ମସମର୍ପଣ କରିବାକୁ ଥିଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ

ବେଲ ଅବଧି ବୃଦ୍ଧି ଆବେଦନର ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
ବେଲ ଅବଧି ବୃଦ୍ଧି ଆବେଦନର ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ (ETV Bharat Odisha)

ନୂଆଦିଲ୍ଲୀ: ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ‘ଇଡି’ ଦ୍ବାରା ଗିରଫ ହୋଇ ଅନ୍ତରୀଣ ବେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସର୍ବୋଚ୍ଚ କୋର୍ଟରୁ ଆଉ ଏକ ଝଟକା ଲାଗିଛି । ମଧ୍ୟବର୍ତ୍ତୀକାଳୀନ ବେଲ ଅବଧି ବୃଦ୍ଧି କରିବା ପାଇଁ କେଜ୍ରିଓ୍ବାଲ କରିଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ କୋର୍ଟ ଆଜି ମନା କରିଦେଇଛନ୍ତି । ଏହା ସହ ଏହି ମାମଲା ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚକୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଛି । କେଜ୍ରିଓ୍ବାଲ ମେ’ ପହିଲାରେ ଦୀର୍ଘ ଶୁଣାଣି ପରେ ଅନ୍ତରୀଣ ଜାମିନରେ ବାହାରିଥିଲେ । ତିହାର ଜେଲରେ ତାଙ୍କୁ 2 ଜୁନ ସୁଦ୍ଧା ଆତ୍ମସମର୍ପଣ କରିବାକୁ ବେଲରେ ସର୍ତ୍ତାବଳି ଥିଲା ।

ଏବେ କେଜ୍ରିଓ୍ବାଲ ଅନ୍ତରୀଣ ଅବଧି ମଧ୍ୟରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ବେଲ ଅବଧିକୁ ବୃଦ୍ଧି କରିବା ପାଇଁ ଏକ ମାମଲା ଦାଏର କରିଥିଲେ । ଯାହାର ଶୁଣାଣି ଚଳିତମାସ 17 ତାରିଖରେ ଜଷ୍ଟିସ ମହାଶ୍ବରୀ ଓ ବିଶ୍ବନାଥନଙ୍କ ଖଣ୍ଡପୀଠରେ ହୋଇଥିଲା । ଆଜି ସଂରକ୍ଷିତ ନିର୍ଦ୍ଦେଶ ପ୍ରକାଶ କରି କୋର୍ଟ ଏହି ମାମଲାରେ କୌଣସି ତୁରନ୍ତ ଶୁଣାଣି କରିବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି । ଏହାସହ ମାମଲାଟି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରାଯାଇଛି । ଏହାର ପରବର୍ତ୍ତୀ ଶୁଣାଣି ତାରିଖ ମଧ୍ୟ ପରେ ଚୂଡାନ୍ତ ହେବା ନେଇ କୋର୍ଟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାମ ରହିମଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ହତ୍ୟା ମାମଲାରେ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ - Ram Rahim

ତେବେ ଗିରଫଦାରୀର ଦୀର୍ଘ 50 ଦିନ ପରେ ସର୍ବୋଚ୍ଚ କୋର୍ଟରୁ ଅନ୍ତରୀଣ ଜାମିନ ପାଇବାରେ ସଫଳ ହୋଇଥିଲେ କେଜ୍ରିଓ୍ବାଲ । ନିର୍ବାଚନ ସମୟରେ ଏପରି ଗିରଫଦାରୀ କାହିଁକି ବୋଲି ମଧ୍ୟ କୋର୍ଟ ତଦନ୍ତକାରୀ ସଂସ୍ଥାକୁ ପ୍ରଶ୍ନ କରିଥିଲେ । ନିୟମିତ ବେଲ ମିଳିନଥିଲେ ସୁଦ୍ଧା କେଜ୍ରିଓ୍ବାଲ ବେଶ ସକ୍ରିୟତାର ସହ ପ୍ରେସମିଟ କରି ବିଜେପି ଉପରେ ବର୍ଷିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହାରି ମଧ୍ୟରେ ତାଙ୍କୁ ଜୁନ 2 ତାରିଖରେ ଆତ୍ମସମର୍ପଣ କରିବାକୁ ହେବ । ଅଧିକ ସମୟ ମାଗି କୋର୍ଟରେ ଏକ ମାମଲା କରିଥିବା କେଜ୍ରିଓ୍ବାଲଙ୍କୁ ଆଜି ନିରାଶ ହେବାକୁ ପଡିଛି । ଯଦି ଜୁନ ପହିଲା ମଧ୍ୟରେ ବୃହତ୍ତର ଖଣ୍ଡପୀଠ ଏହି ମାମଲାର ଶୁଣାଣି ନକରିନ୍ତି, ତେବେ କେଜ୍ରିଓ୍ବାଲଙ୍କୁ ପୁନର୍ବାର ଜେଲରେ ଆତ୍ମସମର୍ପଣ କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.