ETV Bharat / bharat

NEET-UG ମାମଲାରେ ବ୍ୟବସ୍ଥାଗତ ତ୍ରୁଟି ହୋଇନି: ସୁପ୍ରିମକୋର୍ଟ - NEET UG 2024 Paper Leak Row

author img

By ETV Bharat Odisha Team

Published : Aug 2, 2024, 11:40 AM IST

Updated : Aug 2, 2024, 1:14 PM IST

Supreme Court on NEET UG Paper Leak Matter: ନିଟ୍ ୟୁଜି ପେପର ଲିକ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି । ନିଟ- ୟୁଜି ୨୦୨୪ ପେପରରେ କୌଣସି ବ୍ୟବସ୍ଥାଗତ ତ୍ରୁଟି ହୋଇନଥିବା କୋର୍ଟ ପକ୍ଷରୁ କୁହାଯାଇଛି । ପେପର ଲିକ କେବଳ ପାଟଣା ଓ ହଜାରିବାଗରେ ସୀମିତ ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ନୂଆଦିଲ୍ଲୀ: 'ନିଟ- ୟୁଜି ୨୦୨୪ ପରୀକ୍ଷାରେ କୌଣସି ବ୍ୟବସ୍ଥାଗତ ତ୍ରୁଟି ହୋଇନି । ପେପର ଲିକ କେବଳ ପାଟଣା ଓ ହଜାରିବାଗ ମଧ୍ୟରେ ସୀମିତ ରହିଛି ।' ନିଟ୍ ୟୁଜି ପେପର ଲିକ୍ ଅଭିଯୋଗ ପରେ କାହିଁକି ପରୀକ୍ଷା ରବ୍ଦ ହୋଇନଥିଲା ସେନେଇ ଆଜି (ଶୁକ୍ରବାର) ବିସ୍ତୃତ ଭାବେ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ କହିଛନ୍ତି, "ଏଥିରେ କୌଣସି ବ୍ୟବସ୍ଥାଗତ ତ୍ରୁଟି ଥିବା ଦେଖିବାକୁ ମିଳିନଥିଲା । ଯଦି ଏହି ପରୀକ୍ଷାକୁ ରବ୍ଦ କରାଯାଇଥାନ୍ତା ତେବେ ପରୀକ୍ଷା ଦେଇଥିବା ଲକ୍ଷାଧିକ ଛାତ୍ରଙ୍କୁ ପ୍ରଭାବିତ କରିଥାଆନ୍ତା । ପରୀକ୍ଷାରେ ପାସ କରିଥିବା ପରୀକ୍ଷାର୍ଥୀଙ୍କ ମନୋବଳ ଉପରେ ଏହାର ବିପରୀତ ପ୍ରଭାବ ପଡିଥାନ୍ତା । ଛାତ୍ରଙ୍କ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।"

ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଆଉମଧ୍ୟ କୁହାଯାଇଛି, "ସମ୍ପୂର୍ଣ୍ଣ ଯାଞ୍ଚରେ ଏହା ଜଣାପଡିଛି ଯେ, ପେପର ଲିକ କେବଳ ପାଟଣା ଓ ହଜାରୀବାଗ୍ ପର୍ଯ୍ୟନ୍ତ ସୀମିତ । ଏହାର ପ୍ରଭାବ ଅଧିକ ନଥିଲା । ଆମେ ଆମ ନିଷ୍ପତିରେ ଏନଟିଏର ସମସ୍ତ ଦୁର୍ବଳତା ବିଷୟରେ ଆଲୋଚନା କରିଛୁ । ଆମେ ଛାତ୍ରଙ୍କ ହିତକୁ ଦେଖି ଏନଟିଏର ଦୁର୍ବଳତାକୁ ଅଣଦେଖା କରିପାରିବୁ ନାହିଁ ।"

ଇସ୍ରୋର ପୂର୍ବତନ ମୁଖ୍ୟ କେ ରାଧାକୃଷ୍ଣଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲ ସେପ୍ଟେମ୍ବର ୩୦ ସୁଦ୍ଧା ଏ ମାମଲାରେ ରିପୋର୍ଟ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛି । ଏହି ପ୍ୟାନେଲ ଦେଶରେ ପ୍ରତିଯୋଗିତାମୂଳକ ଓ ପ୍ରବେଶ ପରୀକ୍ଷା ଆୟୋଜନରେ କଣ କଣ ସୁଧାର କରାଯିବା ଉଚିତ ତାହା ଉପରେ ପରାମର୍ଶ ଦେବ । ଆଉମଧ୍ୟ ଏନଟିଏର କାର୍ଯ୍ୟକୁ ସମୀକ୍ଷା କରିବା ସହ ପରୀକ୍ଷାରେ କିଭଳି ସୁଧାର ଅଣାଯିବ ସେନେଇ ପରାମର୍ଶ ଦେବ ।

ଏହାମଧ୍ୟ ପଢନ୍ତୁ..ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ, ବୁଧବାର ସୁଦ୍ଧା ବିସ୍ତୃତ ଷ୍ଟାଟସ ରିପୋର୍ଟ ଦେବେ କେନ୍ଦ୍ର ଓ NTA - SC ON NEET UG 2024

ସୁପ୍ରିମକୋର୍ଟ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, କେନ୍ଦ୍ର ଦ୍ବାରା ଗଠିତ ଏହି କମିଟି ପରୀକ୍ଷା ପ୍ରଣାଳୀର ସାଇବର ସୁରକ୍ଷାରେ ସମ୍ଭାବିତ ଦୁର୍ବଳତାକୁ ଚିହ୍ନିବା, ଯାଞ୍ଚ ପ୍ରକ୍ରିୟା, ପରୀକ୍ଷା କେନ୍ଦ୍ରରେ ସିସିଟିଭି ଯାଞ୍ଚ ପାଇଁ ଯାନ୍ତ୍ରୀକ ବିକାଶ ପାଇଁ ଏସଓପି ପ୍ରସ୍ତୁତ କରିବା ଉପରେ ବିଚାରକରିବ । ଉପୁଜିଥିବା ସମସ୍ୟାଗୁଡିକ ଚଳିତ ବର୍ଷ କେନ୍ଦ୍ର ଦ୍ବାରା ସଂଶୋଧନ କରାଯିବା ଉଚିତ, ଯାହା ଦ୍ବାରା ଏହା ଆଉ ପୁନରାବୃତ୍ତି ନହୁଏ।

ସୂଚନାଯୋଗ୍ୟ, ଗୁରୁବାର ଦିନ ନିଟ ୟୁଜି ପେପର ଲିକ ମାମଲାରେ ଯାଞ୍ଚ କରୁଥିବା ସିବିଆଇ ଚାର୍ଜସିଟ ଦାଖଲ କରିଥିଲା । ଏଜେନ୍ସି ଏହି ମାମଲାରେ ୧୩ଜଣଙ୍କୁ ଅଭିଯୁକ୍ତ ଦେଖାଇଛି । ଏହାପୂର୍ବରୁ ସୁପ୍ରିମକୋର୍ଟ ଜୁଲାଇ ୨୩ ତାରିଖରେ ମଧ୍ୟ ଏହି ମାମଲାର ଶୁଣାଣି କରି ଗ୍ରେସ ମାର୍କ କାରଣରୁ ମେଡିକାଲ ପ୍ରବେଶ ପରୀକ୍ଷା ପୁଣି ଥରେ ଆୟୋଜନ କରିବା ପିଟିସନକୁ ଖାରଜ କରିଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 2, 2024, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.