ETV Bharat / bharat

ବିନା ଅନୁମତିରେ ଦ୍ବିତୀୟ ବିବାହ ପରେ ଗଲା କନେଷ୍ଟବଳଙ୍କ ଚାକିରି, ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Feb 9, 2024, 4:08 PM IST

Dismissal from service over bigamy: ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଦ୍ବିତୀୟ ବିବାହ କରି ଚାକିରି ହରାଇଲେ କନେଷ୍ଟବଳ । ଏହି ଦଣ୍ଡକୁ ସଠିକ ବୋଲି ଦର୍ଶାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

Supreme Court
Supreme Court

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଠାରୁ ଦ୍ବିତୀୟ ବିବାହ ପୂର୍ବରୁ ଅନୁମତି ନ ନେଇ ବିବାହ କରିବା ପରେ ସେବାରୁ ନିବୃତ୍ତ ହେଲେ ଛତିଶଗଡ଼ ପୋଲିସର ଜଣେ କନଷ୍ଟେବଳ । ତେବେ ଗୁରୁବାର ସୁପ୍ରିମକୋର୍ଟ ଛତିଶଗଡ଼ ପୋଲିସର ଏହି ନିଷ୍ପତ୍ତିକୁ ସଠିକ ବୋଲି ଦର୍ଶାଇଛନ୍ତି । ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ସଞ୍ଜୟ କୁମାରଙ୍କ ମିଳିତ ଖଣ୍ଡପୀଠ ଆବେଦନକାରୀଙ୍କ ଦ୍ବାରା ଦାଏର ହୋଇଥିବା ଆବେଦନକୁ ଖାରଜ କରିବା ସହ ଗତ ୨୦୨୦ ଜାନୁଆରୀରେ ଛତିଶଗଡ଼ ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ରାୟରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ।

ଏହି ମାମଲାରୁ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସିଭିଲ ସେବା ଆଚରଣ ବିଧିର ଧାରା ୨୨ ପାରା ୧ ଓ ୨ ନିୟମ ଉଲ୍ଲଙ୍ଘନ କରିଥିବାରୁ ଆବେଦନକାରୀ ତଥା କନେଷ୍ଟବଳ ମେହତରୁ ବଦଧାଇଙ୍କୁ ସେବାରୁ ନିବୃତ୍ତ କରାଯାଇ ଦଣ୍ଡିତ କରାଯାଇଛି । ଏହି ରାୟରେ ସୁପ୍ରିମକୋର୍ଟ କହିଛନ୍ତି, ‘‘କୌଣସି ସରକାରୀ କର୍ମଚାରୀ ଯାହାର ପ୍ରଥମ ପତ୍ନୀ ଜୀବିତ ଅଛନ୍ତି, ସରକାରଙ୍କ ବିନା ଅନୁମତିରେ ସେ ଦ୍ବିତୀୟ ବିବାହ କରିପାରିବେ ନାହିଁ ।" ତେବେ ଏହି ଆବେଦନକାରୀ ଜଣକ ଛତିଶଗଡ଼ ପୋଲିସକୁ ଦେଇଥିବା ନିଜ ବ୍ୟକ୍ତିଗତ ତଥ୍ୟରେ ଦ୍ବିତୀୟ ପତ୍ନୀ ଓ ନାବାଳିକ ସନ୍ତାନଙ୍କ ସମ୍ପର୍କରେ ଉଲ୍ଲେଖ କରିବାକୁ ଏକ ଆବେଦନ କରିଥିଲେ ।

ଏହା ବି ପଢନ୍ତୁ- ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ଶାରିରୀକ ସମ୍ବନ୍ଧ ପାଇଁ ସ୍ବାମୀକୁ ଅନୁମତି ନଦେବା ନିଷ୍ଠୁରତା

ସେ ନିଜ ଆବେଦନରେ କହିଥିଲେ ଯେ ତାଙ୍କର ପ୍ରଥମ ବିବାହ ୨୦୦୫ରେ ହୋଇଥିଲା । କିନ୍ତୁ ବିବାହର ଅନେକ ବର୍ଷ ପରେ ମଧ୍ୟ ଯେତେବେଳେ ତାଙ୍କର ପ୍ରଥମ ପତ୍ନୀ ଗର୍ଭବତୀ ହୋଇନଥିଲେ, ଏହାପରେ ସେ ଦ୍ବିତୀୟ ବିବାହ କରିବା ଲାଗି ତାଙ୍କର ପ୍ରଥମ ପତ୍ନୀ ସହମତି ଦେଇଥିଲେ । ଏହି ସହମତି ଆଧାରରେ ଆବେଦନକାରୀ ଜଣକ ଦ୍ବିତୀୟ ବିବାହ କରିବା ପରେ ତାଙ୍କ ଔରସରୁ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା । ଏହି ରିପୋର୍ଟ ଆଧାରରେ ଯାଞ୍ଚ ହେବା ପରେ ତାଙ୍କୁ ସେବାରୁ ନିବୃତ୍ତ କରାଯାଇଥିଲା ।

ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବା ସମୟରେ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିନା ଅନୁମତି ଦ୍ବିତୀୟ ବିବାହ କରିବା ବେଆଇନ । ଏନେଇ ଛତିଶଗଡ଼ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟ ଉପରେ ସୁପ୍ରିମକୋର୍ଟ ସନ୍ତୋଷ ପ୍ରକାଶ କରିଥିଲେ । କନଷ୍ଟେବଳ ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ସଠିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଆପେକ୍ସ କୋର୍ଟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.