ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ଲାଗୁ ହେବା ପରଠାରୁ ଏହାକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏହାକୁ ପ୍ରତ୍ୟାହାର କରିବା ପାଇଁ ନାରାବାଜି ଦେଖାଯାଉଛି । ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଥିଲା । ଯାହାର ଶୁଣାଣି ଆସନ୍ତା 19 ତାରିଖରେ କରିବା ନେଇ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଏଥିରେ ଇଣ୍ଡିଆନ ୟୁନିୟନ ମୁସଲୁମ୍ ଲିଗ୍ର ଯାଚିକା ମଧ୍ୟ ରହିଛି ।ସୁପ୍ରିମକୋର୍ଟରେ ସିଏଏ ମାମଲା ଉଠାଇଥିଲା ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ।
2019 ଠାରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଦୁଇଶହରୁ ଅଧିକ ପିଟିସନରେ CAA ର ବିଭିନ୍ନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି । ତେବେ ଆସନ୍ତା ସପ୍ତାହରେ ମାମଲାକୁ ତାଲିକାଭୁକ୍ତ କରାଯିବା ନେଇ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଆସନ୍ତା ସପ୍ତାହରେ ଏହି ମାମଲା ତାଲିକାଭୁକ୍ତ କରାଯିବ ବୋଲି କୁହାଯାଇଛି । ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଶରଣାର୍ଥୀ ଭାବେ ଆସିଥିବା ଅଣ-ମୁସଲମାନ ନାଗରିକଙ୍କୁ ଏହି ନିୟମ ଅଧୀନରେ ଭାରତୀୟ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।
ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA
ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ର ଯାଚିକାରେ କଣ ରହିଛି: ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଯାଚିକା ମଧ୍ୟରେ ଗୋଟିଏ ଇଣ୍ଡିଆନ ମୁସଲିମ୍ ଲିଗ୍ର(IUML) ରହିଛି । ପୂର୍ବରୁ ଦାଖଲ ହୋଇଥିବା ଲିଖିତ ଆବେଦନଗୁଡ଼ିକର ସମାଧାନ ନହେବା ପର୍ଯ୍ୟନ୍ତ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କୋର୍ଟକୁ ଅନୁରୋଧ କରାଯାଇଛି । ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ନାଗରିକତ୍ୱ ପାଇଁ ଆବେଦନ କରିବାକୁ ଅସ୍ଥାୟୀ ଅନୁମତି ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟକୁ ଅନୁରୋଧ କରାଯାଇଛି । ପ୍ରକାଶଥାଉକି, ସିଏଏ ଅଧିନରେ ମୁସଲମାନମାନେ ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରିପାରିବେ ନାହିଁ ।
କୌଣସି ସ୍ଥିତିରେ ପ୍ରତ୍ୟାହାର ହେବନି CAA : ଅମିତ ଶାହ
ତେବେ ସିଏଏ ଲାଗୁ ହେବା ପରେ ସମାଲୋଚକମାନେ ଯୁକ୍ତି କରି କହିଛନ୍ତି ଯେ, ମୁସଲମାନମାନଙ୍କୁ ଏହାର ପରିସରରୁ ବାଦ ଦିଆଯାଇ ନାଗରିକତ୍ୱକୁ ଧାର୍ମିକ ପରିଚୟ ସହିତ ଯୋଡା ଯାଉଛି । ଏହା ଭାରତୀୟ ସମ୍ବିଧାନରେ ଅନ୍ତର୍ଭୁକ୍ତ ଧର୍ମନିରପେକ୍ଷ ନୀତିକୁ କ୍ଷୁର୍ଣ୍ଣ କରୁଛି । ତେବେ ଏନେଇ କେନ୍ଦ୍ର ସରକାର କହିଛନ୍ତି ସିଏଏ ନାଗରିକତ୍ବ ପ୍ରଦାନ କରିବ, ଏହା କାହାରି ନାଗରିକତ୍ବ ଛଡାଇବ ନାହିଁ । ପ୍ରକାଶଥାଉକି, 2019 ଶେଷଭାଗରେ ଏହି ବିବାଦୀୟ ଓ ବହୁଚର୍ଚ୍ଚିତ ବିଲକୁ ସଂସଦରେ ପାରିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ କୋଭିଡ ସଂକ୍ରମଣ ଓ ଅନ୍ୟ କାରଣରୁ ଏହାର କାର୍ଯ୍ୟକାରିତା ବିଳମ୍ବ ହୋଇଥିବା ବେଳେ ଏବେ 4ବର୍ଷ ପରେ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ମୋଦି ସରକାର କାର୍ଯ୍ୟକାରୀ କରିଛନ୍ତି ।