ETV Bharat / bharat

ଅରବିନ୍ଦଙ୍କୁ ଦେଇପାରିବେ ବାର୍ତ୍ତା: ‘କେଜ୍ରିୱାଲଙ୍କୁ ଆଶୀର୍ବାଦ ଅଭିଯାନ’ ଆରମ୍ଭ, ପତ୍ନୀ ଦେଲେ ହ୍ବାଟ୍ସଆପ ନମ୍ବର - Sunita Kejriwal Press Confrence

Sunita Kejriwal Press Conference: ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ଜଣେ ପ୍ରକୃତ ଦେଶପ୍ରେମୀ । ଆଜି ଠାରୁ କେଜ୍ରିୱାଲଙ୍କୁ ଆଶୀର୍ବାଦ ଅଭିଯାନ ଆରମ୍ଭ ହୋଇଛି । ଆପଣ ହ୍ବାଟ୍ସଆପ କରି ନିଜର ବାର୍ତ୍ତା ସହ ଆଶୀର୍ବାଦ ଦିଅନ୍ତୁ । ଅଧିକ ପଢନ୍ତୁ

Sunita Kejriwal
Sunita Kejriwal
author img

By ETV Bharat Odisha Team

Published : Mar 29, 2024, 1:00 PM IST

Updated : Mar 29, 2024, 2:08 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ମଦ ଦୁର୍ନୀତି ମାମଲାରେ ଇଡି ହେପାଜତରେ ରହି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜେଲରୁ ସରକାର ଚଳାଉଛନ୍ତି । ପତ୍ନୀ ସୁନୀତା ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ଜନସାଧାରଣଙ୍କ ସହିତ ଯୋଡି ହେଉଛନ୍ତି । ତେବେ ଆଜି ସୁନିତା କ୍ରେଜିୱାଲଙ୍କ ଗିରଫଦାରୀ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଯାହାର ନାଁ ରହିଛି କେଜ୍ରିୱାଲଙ୍କୁ ଆଶୀର୍ବାଦ । ଏଥିସହ ଏକ ହ୍ବାଟ୍ସଆପ ନମ୍ବର ମଧ୍ୟ ଜାରି କରିଛନ୍ତି । କେଜ୍ରିଓ୍ବାଲଙ୍କୁ ଆଶୀର୍ବାଦ ସହ ବାର୍ତ୍ତା ଦେବା ପାଇଁ 8297324624 ନମ୍ବରରେ ହ୍ବାଟ୍ସଆପ କରିବା ପାଇଁ ପତ୍ନୀ ସୁନିତା ନିବେଦନ କରିଛନ୍ତି । ଆପଣ କେଉଁ ଦଳର ହେଲେ ମଧ୍ୟ ବାର୍ତ୍ତା ପଠାନ୍ତୁ ବୋଲି ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀ ଆରମ୍ଭରେ ସୁନିତା କେଜ୍ରିୱାଲ କହିଛନ୍ତି,"ଗତକାଲି ଅରବିନ୍ଦ କେଜ୍ରିୱାଲ କୋର୍ଟରେ ଯାହା କହିଛନ୍ତି ତାହା ଆପଣ ନିଶ୍ଚୟ ଶୁଣିଥିବେ, ଯଦି ଶୁଣି ନାହାନ୍ତି ପୁଣିଥରେ ଶୁଣନ୍ତୁ । ସେ କୋର୍ଟ ସମ୍ମୁଖରେ ଯାହା କହିଥିଲେ ସେଥିପାଇଁ ବହୁତ ସାହସ ଦରକାର । ସେ ଜଣେ ପ୍ରକୃତ ଦେଶପ୍ରେମୀ । ଆମର ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶ ଏକଛତ୍ରବାଦୀ ଶାସନ ସହିତ ଠିକ ଏହିପରି ଲଢେଇ କରିଥିଲେ । ମୁଁ ତାଙ୍କ ସହିତ ଗତ ତିରିଶ ବର୍ଷ ଧରି ରହିଆସିଛି । ତାଙ୍କର ଦେଶପ୍ରେମ ମୁଁ ଦେଖିଛି ।"

ଏହା ମଧ୍ୟ ପଢନ୍ତୁ: ରେଡ୍ ବେଳେ ଟଙ୍କାଟିଏ ମିଳିନି, କୋର୍ଟରେ ମୁଖ୍ୟମନ୍ତ୍ରୀ ସବୁ ଖୁଲାସା କରିବେ: ସୁନୀତା କେଜ୍ରିୱାଲ - SUNITA KEJRIWAL Press Meet

ଦେଶର ସବୁଠାରୁ ଶକ୍ତିଶାଳୀ ଦୁର୍ନୀତିଗ୍ରସ୍ତ ଏବଂ ଏକଛତ୍ରବାଦୀ ଶକ୍ତିକୁ ଚାଲେଞ୍ଜ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଆପଣମାନେ କେଜ୍ରିଓ୍ବାଲଙ୍କୁ ଭାଇ ଏବଂ ପୁଅ ବୋଲି କହୁଛନ୍ତି । ଏହି ଯୁଦ୍ଧରେ ଆପଣମାନେ ଭାଇ ଏବଂ ପୁଅକୁ ସମର୍ଥନ କରିବ ନାହିଁ କି ବୋଲି ପ୍ରଶ୍ନ କରିଥିଲେ କେଜ୍ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା । ସେ ଆହୁରି ମଧ୍ୟ କହିଛନ୍ତି,"ମୋର ପୁରା ବିଶ୍ବାସ ରହିଛି ଯେ, ଆମେ ସମସ୍ତେ ଏକାଠି ହୋଇ ଯୁଦ୍ଧ ଲଢିବା । ତେଣୁ ଆଜିଠୁ ଆମେ ଏହି ଅଭିଯାନ ଆରମ୍ଭ କରୁଛି । କେଜ୍ରିଓ୍ବାଲ କୋ ଆଶୀର୍ବାଦ ଜରିଆରେ ଆପଣାମାନେ କେଜ୍ରିଓ୍ବାଲଙ୍କୁ ବାର୍ତ୍ତା ଦେଇପାରିବେ । ଅନେକ ଜଣ ମୋତେ ଫୋନ କରିଛନ୍ତି, ସେମାନେ କେଜ୍ରିଓ୍ବାଲଙ୍କ ପାଇଁ ବ୍ରତ ରଖିଛନ୍ତି । ଆପଣ ସମସ୍ତେ ଅରବିନ୍ଦ କେଜ୍ରିୱାଲଙ୍କୁ କେତେ ଭଲ ପାଆନ୍ତି ତାହା ଲେଖି ମୋତେ ହ୍ବାଟ୍ସଆପ କରନ୍ତୁ । ସମସ୍ତ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ବାର୍ତ୍ତା କେଜ୍ରିଓ୍ବାଲଙ୍କ ନିକଟରେ ପହଞ୍ଚିବ । ଆପଣମାନଙ୍କ ବାର୍ତ୍ତା ପଢି ସେ ବହୁତ ଖୁସି ଅନୁଭବ କରିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 29, 2024, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.