ETV Bharat / bharat

ବିରଳ ଦୃଶ୍ୟ: ପାଣିରେ ଭାସୁଛି ପଥର, ଚାଲିଛି ପୂଜାର୍ଚ୍ଚନା

author img

By ETV Bharat Odisha Team

Published : Mar 6, 2024, 10:26 AM IST

Gaya Floating Stone: ଗୟାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ରାମସାଗରେ ଭାସିଲା ରାମନାମ ପଥର । ଏହା ଦେଖି ପୂଜା କରିବା ଆରମ୍ଭ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

Gaya Floating Stone
Gaya Floating Stone

ପାଟନା: ନଦୀରେ ଭାସିଲା ପଥର । ଏକଥା ବିଶ୍ବାସ ନହେଉଥିଲେ ମଧ୍ୟ ସତ । ଦୁଇ କିଲୋଗ୍ରାମ ଓଜନ ବିଶିଷ୍ଟ ପଥର ଉପରେ ଲେଖା ହୋଇଛି ରାମନାମ । ଏହାକୁ ଦେଖି ଲୋକେ ଏକତ୍ରିତ ହୋଇଥିବା ବେଳେ ପୂଜା ପାଠ କଲେ ସ୍ଥାନୀୟ ବାସିନ୍ଦା । ଭାସମାନ ପଥରକୁ ଦେଖି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଗୟାରେ ଚମତ୍କାର ପଥର: ବିହାର ଗୟାରେ ଅବସ୍ଥିତ ରାମସାଗର ପୋଖରୀରେ 4ଟି ପଥର ଭାସୁଥିବା ଦେଖାଯାଇଥିଲା । ଜିଲ୍ଲାର ପ୍ରାଚୀନ ରାମସାଗର ପୋଖରୀରେ ଦୁଇକିଲୋ ଓଜନ ବିଶିଷ୍ଟ ପଥର ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ପଥର ଉପରେ ରାମନାମ ଲେଖାଥିବାରୁ ଲୋକମାନଙ୍କ ଉପରେ ଆସ୍ଥା ଦେଖାଦେଇଥିଲା । କାରଣ ବାରମ୍ବାର ରାମସାଗର ପୋଖରୀକୁ ପଥର ଫିଙ୍ଗାଯାଉଥିବା ବେଳେ ଏହା ବୁଡ଼ି ଯାଇଥାଏ । କିନ୍ତୁ ପଥର ଭାସୁଥିବା ଦେଖି ଚମତ୍କାରୀ ପଥର ବୋଲି ଭାବି ସ୍ଥାନୀୟ ଲୋକେ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଏହା ଭଗବାନ ଶ୍ରୀରାମଙ୍କର ଆର୍ଶିବାଦ ବୋଲି ଭାବିଲେ ସ୍ଥାନୀୟ ଲୋକେ ।

2କିଲୋ ଓଜନ ପଥର ପାଣିରେ ଭାସିଲା : ସୂଚନା ଅନୁସାରେ, ଦୁଇ କିଲୋ ଓଜନ ବିଶିଷ୍ଟ 4ଟି ପଥର ପାଣିରେ ଭାସୁଥିଲା । ଏହି ସିମେଣ୍ଟ ପରି ପଥର ପାଣିରେ ଭାସୁଥିବା ଦେଖି ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଥିଲା । ବହୁ ଦୂରଦୂରାନ୍ତରରୁ ମଧ୍ୟ ଲୋକେ ଏହା ଦେଖିବାକୁ ଆସୁଥିବା ଦେଖିବାକୁ ମିଳିଥିଲା । ଘଣ୍ଟା ଘଣ୍ଟା ଧରି ରାମରାମ ଧାରୀ ପଥରକୁ ଚାହିଁ ରହିଲେ ଲୋକେ ।

ଏହା ମଧ୍ୟ ପଢନ୍ତୁ: ବିରୂପା ନଦୀରେ ଭାସୁଛି ପଥର, ଜମୁଛି ଦେଖଣାହାରୀଙ୍କ ଭିଡ଼

ତେବେ ଜଣେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, " ଗୟା ହେଉଛି ଭଗବାନ ବିଷ୍ଣୁ, ଶ୍ରୀରାମଙ୍କର ଜନ୍ମଭୂମି । ତେବେ ଭଗବାନ ରୂପୀ ଦର୍ଶନ କଲୁ । ଏହି ପଥର ଆମକୁ ପ୍ରଭୁ ରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ ରୂପରେ ନଜର ଆସୁଛନ୍ତି । ପଥର ନୁହେଁ 4 ଭାଇ ଭଳି ନଜର ଆସୁଛନ୍ତି ।" ସକାଳ 9ଟାରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ପଥରକୁ ବୁଡାଇବା ପାଇଁ ଚେଷ୍ଟା କରିଥିଲେ ସ୍ଥାନୀୟ ଲୋକେ । କିନ୍ତୁ ତାହା ବୁଡିବା ବଦଳରେ ଭାସିଥିଲା । ଏହା ପୂର୍ବରୁ ରାମସାଗର ପୋଖରୀରେ ଏଭଳି ଘଟଣା ଘଟିନଥିବା ବେଳେ ରାମମୟ ପରିବେଶ ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.