ETV Bharat / bharat

‘ଦେଶ ବିଭାଜନକାରୀ ଶକ୍ତିଙ୍କ ସହ ରାହୁଲ ଓ କଂଗ୍ରସ, ବିଜେପି ଥିବା ଯାଏ ସଂରକ୍ଷଣକୁ କେହି ଉଚ୍ଛେଦ କରିପାରିବେନି ’ - Shah target Rahul

author img

By ETV Bharat Odisha Team

Published : Sep 11, 2024, 1:01 PM IST

Amit shah targets Rahul gandhi: ଦେଶ ବିରୋଧୀ ଶକ୍ତିଙ୍କ ସମର୍ଥନରେ ରାହୁଲ ଓ କଂଗ୍ରେସ । ବିଜେପି ଥିବା ଯାଏ ଦେଶରୁ ସଂରକ୍ଷଣ ଉଚ୍ଛେଦ ହୋଇପାରିବ ନାହିଁ । ଟ୍ବିଟ୍ କରି ବର୍ଷିଲେ ଶାହ । ଅଧିକ ପଢନ୍ତୁ

ଦେଶ ବିଭାଜନକାରୀ ଶକ୍ତିଙ୍କୁ ସମର୍ଥନ କରିବା ରାହୁଲ ଓ କଂଗ୍ରସର ଅଭ୍ୟାସ: ଶାହ
ଦେଶ ବିଭାଜନକାରୀ ଶକ୍ତିଙ୍କୁ ସମର୍ଥନ କରିବା ରାହୁଲ ଓ କଂଗ୍ରସର ଅଭ୍ୟାସ: ଶାହ (ETV Bharat Odisha)

ହାଇଦ୍ରାବାଦ: ଲୋକସଭା ବିରୋଧୀ ଦଳ ନେତା ହେବା ପରେ ପ୍ରଥମ ବିଦେଶ ଗସ୍ତରେ ଥିବା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ତମାମ ବିଜେପି ନେତାଙ୍କ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ରାହୁଲ ସର୍ବଦା ଦେଶ ବିରୋଧୀ ମନ୍ତବ୍ୟ ଦେଇଆସିଛନ୍ତି । ଦେଶର ସୁରକ୍ଷାକୁ ବିପନ୍ନ କରିବା ଓ ଲୋକଙ୍କ ଭାବପ୍ରବଣତାକୁ ଆଘାତ ପହଞ୍ଚାଇବା ତାଙ୍କ ଅଭ୍ୟାସରେ ପରିଣତ ହୋଇସାରିଲାଣି । ଦେଶକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ଶକ୍ତିଙ୍କ ସମର୍ଥନରେ ରହିଛନ୍ତି ରାହୁଲ । ଦେଶରେ ସଂରକ୍ଷଣକୁ ରଦ୍ଦ କରିବା ବିଷୟରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରାକୁ ସାମ୍ନାକୁ ଆଣିଛନ୍ତି ବୋଲି ଦର୍ଶାଇ ଶାହ କଡା ଭାଷାରେ ସମାଲୋଚନା କରିଛନ୍ତି ।

  • ଦେଶ ବିରୋଧୀ ମନ୍ତବ୍ୟ ଦେବା ରାହୁଲଙ୍କ ଅଭ୍ୟାସ

ରାହୁଲଙ୍କୁ ସମାଲୋଚନା କରି ଏକ ଦୀର୍ଘ ଟ୍ବିଟରେ ଶାହ ଲେଖିଛନ୍ତି ,‘‘ଦେଶକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଥିବା ତଥା ଶକ୍ତିକୁ ସମର୍ଥନ କରିବା ଓ ଦେଶ ବିରୋଧୀ ବିବୃତ୍ତି ଦେବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ଏକ ଅଭ୍ୟାସରେ ପରିଣତ ହୋଇସାରିଛି । ଜମ୍ମୁ କାଶ୍ମୀରରେ ଦେଶ ବିରୋଧୀ ଏଜେଣ୍ଡାକୁ ସେମାନେ (କଂଗ୍ରେସ) ସମର୍ଥନ କରୁଛି । ସେହିପରି ବିଦେଶୀ କାର୍ଯ୍ୟକ୍ରମରେ ଭାରତ ବିରୋଧୀ ବିବୃତ୍ତି ଦେଇ ରାହୁଲ ଗାନ୍ଧୀ ସର୍ବଦା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଆସିଛନ୍ତି ।’’

  • ସାମାଜିକ ସଦଭାବନା ନଷ୍ଟ କରୁଛି ରାହୁଲଙ୍କ ମନ୍ତବ୍ୟ !

ଶାହ ଆହୁରି ମଧ୍ୟ ଲେଖିଛନ୍ତି, ‘‘ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ଆଞ୍ଚଳିକତା, ଧର୍ମ ଏବଂ ଭାଷାଗତ ମତଭେଦ ସୃଷ୍ଟି କରିବା ନେଇ କଂଗ୍ରେସ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଦେଶରେ ସଂରକ୍ଷଣକୁ ରଦ୍ଦ କରିବା ବିଷୟରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରାକୁ ସାମ୍ନାକୁ ଆଣିଛି । ତାଙ୍କ ମନରେ ଥିବା ସଂରକ୍ଷଣ ବିରୋଧୀ ମାନସିକତା ଶେଷରେ ଶବ୍ଦ ଭାବେ ପ୍ରକାଶ ପାଇଛି । ମୁଁ ରାହୁଲ ଗାନ୍ଧୀଙ୍କୁ କହିଦେବାକୁ ଚାହେଁ, ଯେପର୍ଯ୍ୟନ୍ତ ବିଜେପି ଅଛି, କେହି ସଂରକ୍ଷଣକୁ ରଦ୍ଦ କରିପାରିବେ ନାହିଁ କିମ୍ବା ଦେଶର ସୁରକ୍ଷାକୁ ବିପନ୍ନ କରିପାରିବେ ନାହିଁ ।’’

  • ଏଥର ବିଦେଶ ଗସ୍ତରେ ମଧ୍ୟ ଚର୍ଚ୍ଚାରେ ରାହୁଲ:-

ନିକଟରେ ଶେଷ ହୋଇଥିବା ଚଳିତ (୨୦୨୪) ସାଧାରଣ ନିର୍ବାଚନ ପରେ ଲୋକସଭାରେ ବିରୋଧୀ ଦଳ ନେତା ଭାବେ ଚୟନ ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ଆମେରିକା ଗସ୍ତ କରିଛନ୍ତି । ସେଠାରେ ସେ ବିଶ୍ବବିଦ୍ୟାଳୟ ଓ ଅନ୍ୟ ଫୋରମରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭାରତର ବର୍ତ୍ତମାନ ରାଜନୈତିକ ସ୍ଥିତି ସମ୍ପର୍କରେ ଟିପ୍ପଣୀ କରିଛନ୍ତି । କ୍ଷମତାରେ ଥିବା ମୋଦି ସରକାର ଓ ଭାରତୀୟ ଜନତା ପାର୍ଟିର ଏଜେଣ୍ଡା ଉପରେ ବର୍ଷିଛନ୍ତି ରାହୁଲ । ଭାରତୀୟ ରାଜନୀତିରେ ପ୍ରେମ ସମ୍ମାନ ଓ ମାନବିକତାର ଅଭାବ ରହିଛି ବଲି ରାହୁଲ କହିଥିଲେ । ସେହିପରି ଦେଶର ସଂରକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ଟିପ୍ପଣୀ କରିଥିଲେ । ଯାହାକୁ ନେଇ ଶାସକ ଦଳ ଭାରତୀୟ ଜନତା ପାର୍ଟି ତାଙ୍କୁ ଓ କଂଗ୍ରେସ ଦଳକୁ କଡା ସମାଲୋଚନା କରିଛି । ରାହୁଲ ଜଣେ ଅପରିପକ୍ବ ନେତା ଓ ତାେଙ୍କ କଥାରେ ଗମ୍ଭୀରତା ନାହିଁ ବୋଲି ବିଜେପି ପୂର୍ବରୁ କହିସାରିଛି ।

ଏହା ମଧ୍ୟ ପଢନ୍ତୁ :- Rahul Gandhi In US: ‘ଭାରତୀୟ ରାଜନୀତିରେ ପ୍ରେମ, ସମ୍ମାନ ଓ ମାନବିକତା ନାହିଁ’, ପୁଣି ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରାହୁଲ - Rahul remark on Indian politics

ଏବେ ସରକ୍ଷଣ ଉଚ୍ଛେଦ ପ୍ରସଙ୍ଗରେ ବିଜେପିର ଅନ୍ୟତମ ଶୀର୍ଷ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାହୁଲଙ୍କୁ ଦେଶ ବିଭାଜନକାରୀ ଶକ୍ତିଙ୍କୁ ସମର୍ଥନ କରୁଥିବା କହି ସମାଲୋଚନା କରିବାକୁ ପଛାଇନାହାନ୍ତି । ବିଜେପି ଥିବା ଯାଏ ଦେଶରୁ ସଂରକ୍ଷଣ ପ୍ରତ୍ୟାହାର କରାଯିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.