ETV Bharat / bharat

ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ, SSB ଯବାନଙ୍କୁ ହତ୍ୟା କଲା ଅଟୋ ଡ୍ରାଇଭର - Murder In RK Puram

author img

By ETV Bharat Odisha Team

Published : May 7, 2024, 3:32 PM IST

Murder at RK Puram Delhi: ଦିଲ୍ଲୀର ଆରକେ ପୁରମରେ SSB ଯବାନଙ୍କୁ ହତ୍ୟା କଲା ଅଟୋ ଡ୍ରାଇଭର । ଏହି କାରଣ ପାଇଁ ଚାଲିଗଲା ଜୀବନ ।

Murder In RK Puram
Murder In RK Puram (ETV Bharat)

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରୁ ପୁଣି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ବିବାଦ ପାଇଁ ଜଣେ ଅଟୋ ଡ୍ରାଇଭର ଏସଏସବି ଯବାନଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି । ଜଘନ୍ୟ ହତ୍ୟାକଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅଟୋ ଡ୍ରାଇଭର । ଦକ୍ଷିଣ ଦିଲ୍ଲୀର ଆରକେ ପୁରମ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଖବର ପାଇ ପୋଲିସ ତଦନ୍ତ କରି ଅଟୋ ଡ୍ରାଇଭର ବିନୋଦକୁ ଗିରଫ କରିଛି । ଏହାସହ ହତ୍ୟାକାରୀ ନିକଟରୁ ଅପରାଧରେ ବ୍ୟବହୃତ ଅସ୍ତ୍ର ଏବଂ ଅଟୋ ମଧ୍ୟ ଜବତ କରିଛି । ମୃତ ଯବାନ ହେଲେ ଆରକେ ପୁରମ ସେକ୍ଟର-4 ନିବାସୀ ମୁକେଶ କୁମାର ।

ଦକ୍ଷିଣ ପଶ୍ଚିମ ଜିଲ୍ଲା ଡିସିପି ରୋହିତ ମୀନା କହିଛନ୍ତି, "ରବିବାର ରାତିରେ ଆରକେ ପୁରମ ସେକ୍ଟର-4ରେ ଜଣେ ଅଟୋ ଡ୍ରାଇଭର ଜଣେ ଯୁବକଙ୍କୁ ଛୁରୀ ଭୁସୀ ହତ୍ୟା କରିଥିବା ନେଇ ପିସିଆରକୁ କଲ୍ ଆସିଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ହସ୍ପିଟାଲରେ ପହଞ୍ଚିବା ପରେ ଗୁରୁତର ଯବାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଏହା ପରେ ପୋଷ୍ଟମର୍ଟମ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ସମୟରେ ମୃତକ ଜଣକ ଆରକେ ପୁରମ ସେକ୍ଟର-4 ନିବାସୀ ମୁକେଶ କୁମାର ବୋଲି ଜଣାପଡିଥିଲା ।"

ଏହା ମଧ୍ୟ ପଢନ୍ତୁ: ଅରୁଣାଚଳ ପ୍ରଦେଶରେ ବିହାର SSB ଯବାନଙ୍କୁ ହତ୍ୟା, ସାଥୀ ଯବାନଙ୍କ ବିରୋଧରେ ଅଭିଯୋଗ

ଅପରାଧରକୁ ଗମ୍ଭୀର ଭାବେ ନେଇ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡ ହୋଇଥିବା ସ୍ଥାନ ପରିଦର୍ଶନ କରି ଆଖପାଖ ଅଞ୍ଚଳରେ ରହିଥିବା 100ରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ସିସିଟିଭି ଫୁଟେଜ ଯାଞ୍ଚ କରୁଥିବାବେଳେ ପୋଲିସ ଘଟଣାସ୍ଥଳ ନିକଟରେ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଦେଖିଥିଲେ । ଏହାପରେ ତଦନ୍ତ କରିବା ସମୟରେ ଅପରାଧୀ ଜଣକ ବିନୋଦ କୁମାର ବୋଲି ଜଣାପଡିଥିଲା । ପୋଲିସ ବିନୋଦକୁ ଗିରଫ କରିଥିବା ଜଣାପଡିଛି ।

ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଛି ଯେ, ମୁଁ ରବିବାର ରାତିରେ ସେକ୍ଟର-4 ଆରକେ ପୁରାମରେ ଅଟୋରେ ବସିଥିଲି । ଏହି ସମୟ ମଧ୍ୟରେ ଜଣେ ବ୍ୟକ୍ତି ଆସି ଭଡା ବିଷୟରେ ଆସି ମୋ ସହ ଝଗଡା କରିଥିଲେ । ମଦ ନିଶାରେ ମୁଁ ଯବାନଙ୍କୁ ଛୁରୀ ଭୁସି ଦେଇ ଫେରାର ହୋଇଯାଇଥିଲି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.