ETV Bharat / bharat

ରାଜନୀତିରେ ଏଣ୍ଟ୍ରି କରିବେ କି କ୍ରିକେଟର ଗାଙ୍ଗୁଲି ? ଦିଦିଙ୍କୁ ଭେଟିବା ପରେ ଦାଦାଙ୍କୁ ନେଇ ଚର୍ଚ୍ଚା - ସୌରଭ ଗାଙ୍ଗୁଲି

Political Speculation After Sourav Ganguly meets Mamata Banerjee: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଲେ କ୍ରିକେଟର ସୌରଭ ଗାଙ୍ଗୁଲି । ରାଜନୀତିରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା । ଅଧିକ ପଢ଼ନ୍ତୁ,

Sourav Ganguly
Sourav Ganguly
author img

By ETV Bharat Odisha Team

Published : Mar 7, 2024, 11:27 AM IST

Updated : Mar 7, 2024, 11:36 AM IST

କୋଲକାତା: ରାଜନୀତିକୁ ଓହ୍ଲାଇବେ କି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ? ସେ ଟିଏମସିରୁ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଏପରି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ବୁଧବାର ମମତାଙ୍କୁ ଭେଟିଥିଲେ ଗାଙ୍ଗୁଲି । କିନ୍ତୁ ଉଭୟଙ୍କ ମଧ୍ୟରେ କେଉଁ ବିଷୟରେ ଆଲୋଚନା ହୋଇଛି ସେନେଇ ଗାଙ୍ଗୁଲି କିଛି ପ୍ରତିକ୍ରିୟା ରଖି ନାହାନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜନୀତିରୁ ସନ୍ୟାସ ଘୋଷଣା କଲେ ଗୌତମ ଗମ୍ଭୀର

ଗତବର୍ଷ ଗାଙ୍ଗୁଲି ବାନାର୍ଜୀଙ୍କୁ ସ୍ପେନରେ ଏକ ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହାପରେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । କଳ୍ପନାଜଳ୍ପନା ଲାଗି ରହିଥିଲେ ମଧ୍ୟ ଗାଙ୍ଗୁଲି ଏହାକୁ ଖଣ୍ଡନ କରିଥିଲେ । ଭାରତୀୟ ଟିମର ଜଣେ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି । କ୍ରିକେଟ ମୈଦାନରେ ତାଙ୍କର ଶୃଙ୍ଖଳିତ ନେତୃତ୍ବ ପାଇଁ ସେ ବେଶ ପରିଚିତ ଥିଲେ । କ୍ରିକେଟ ଜଗତରେ ଦାଦାଙ୍କ ନାମରେ ପରିଚିତ । ଦାଦା କହିଲେ କେବଳ ସୌରଭ ଗାଙ୍ଗୁଲିଙ୍କୁ ବୁଝାଉଥିଲା । ୧୯୯୯ ବିଶ୍ବକପରେ ସୌରଭ ଗାଙ୍ଗୁଲି ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ କରି ଶତକ ହାସଲ କରିଥିଲେ ୨୦୦୦ ମସିହାରେ ଭାରତୀୟ ଦଳର ଅଧିନାୟକ ଭାବେ ଦାୟିତ୍ବ ନେଇଥିଲେ ଗାଙ୍ଗୁଲି । ତାଙ୍କର ଲକ୍ଷ୍ୟ ରହିଥିଲା ନୂଆ କ୍ରିକେଟରଙ୍କୁ ସୁଯୋଗ ଦେବା ଆଉ ନୂଆ ପ୍ରତିଭା ଆବିଷ୍କାର କରିବା ।

ଏହା ମଧ୍ୟ ପଢନ୍ତୁ-TMC ନେତାଙ୍କୁ ଡାକୁଛି BJP; ଦଳରେ ମିଶ, ନହେଲେ EDକୁ ସାମ୍ନା କର !

ପ୍ରଥମ ଥର ପାଇଁ ଗାଙ୍ଗୁଲି 2000 ICC ନକ ଆଉଟ ଟ୍ରଫିରେ ଫାଇନାଲ ମ୍ୟାଚରେ ଭାରତର ନେତୃତ୍ବ ନେଇଥିଲେ । 2001 ମସିହାରେ ତାଙ୍କ ଅଧିନାୟକତ୍ବରେ ଏକ ମାଇଲଷ୍ଟୋନରେ ପହଁଞ୍ଚିଥିଲା ଟିମ ଇଣ୍ଡିଆ । ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା । ତାଙ୍କ ନେତୃତ୍ବରେ 2002ରେ ନେଟୱେଟ ଟ୍ରଫିରେ ଭାରତ ଇଂଲଣ୍ଡକୁ ହରାଇଥିଲା । 2004 ମସିହାରେ ପାକିସ୍ତାନ ବିପକ୍ଷରେ ଦିନିକିଆ ଏବଂ ଟେଷ୍ଟ ସିରିଜରେ ମଧ୍ୟ ନେତୃତ୍ବ ନେଇଥିଲେ । ପାକିସ୍ତାନ ମାଟିରେ ପାକକୁ ହରାଇ ଭାରତ ଟେଷ୍ଟ ସିରିଜ ହାତେଇଥିଲା । ଗାଙ୍ଗୁଲି ତାଙ୍କ କ୍ରିକେଟ କ୍ୟାରିୟରରେ 165 ଟି ମ୍ୟାଚରେ ଭାରତ ତରଫରୁ ନେତୃତ୍ବ ନେଇଛନ୍ତି । ସେଥିରେ 97 ଟି ମ୍ୟାଚରେ ବାରତ ବିଜୟୀ ହୋଇଥିଲା । ଦାଦା ଭାରତ ପାଇଁ 113 ଟେଷ୍ଟ ଏବଂ 311 ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଅନ୍ତର୍ଜାତୀୟ କ୍ୟାରିୟରରେ ସମସ୍ତ ଫର୍ମାଟରେ ସେ ମୋଟ 18,575 ରନ୍ ସଂଗ୍ରହ କରିଥିଲେ ।

Last Updated : Mar 7, 2024, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.