ETV Bharat / bharat

ପ୍ରାଇଭେଟ ପାର୍ଟ ଭିତରେ ଲୁଚାଇଥିଲେ ୨ କୋଟିର ସୁନା, ୧୨ ଗିରଫ - ସୁନା ଚୋରା ଚାଲାଣ

Gold smuggling in private part: ପ୍ରାଇଭେଟ ପାର୍ଟ ଭିତରେ ଲୁଚାଇ ସୁନା ଚୋରା ଚାଲାଣ କରୁଥିଲେ ତସ୍କର । ୧୨ ଜଣଙ୍କ ମଳାଶୟରୁ ବାହାରିଲା ୨ କୋଟିର ସୁନା । ଅଧିକ ପଢନ୍ତୁ

UP Gold smuggling
UP Gold smuggling
author img

By ETV Bharat Odisha Team

Published : Feb 25, 2024, 11:31 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚୌଧୁରୀ ଚରଣ ସିଂହ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣର ଏକ ଅଜବ ତରିକା ସାମ୍ନାକୁ ଆସିଛି । ପ୍ରାଇଭେଟ ଭିତରେ ଚାଲାଣ ହେଉଥିଲା ସୁନା । ବିଦେଶରୁ ୧୨ ଜଣ ତସ୍କର ନିଜର ମଳାଶୟ ଭିତରେ ୨ କୋଟି ମୂଲ୍ୟର ସୁନା ଲୁଚାଇ ଆଣିଥିଲେ । ଏୟାରପୋର୍ଟରେ ସ୍କ୍ରିନିଂ ବେଳେ ସେମାନଙ୍କ ମଳାଶୟରେ ସୁନା ଥିବା ଜଣାପଡିଥିଲା । ଏହାପରେ ପୋଲିସ ସମସ୍ତଙ୍କୁ ଗିରଫ କରିନେଇଛି । ଜବତ ସୁନାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ପୋଲିସ ସୂଚନା ଅନୁସାରେ, ଶନିବାର ସକାଳ ସାଢେ ୭ଟା ବେଳେ ଅଲଗା ଅଲଗା ବିମାନରେ ୧୨ ଜଣ ଯାତ୍ରୀ ଚୌଧୁରୀ ଚରଣ ସିଂହ ବିମାନ ବନ୍ଦରରେ ପହଞ୍ଚିଥିଲେ । ସମସ୍ତଙ୍କର ସ୍କ୍ରିନିଂ କରାଯାଇଥିଲା । ଏଥିରେ ଯାତ୍ରୀମାନଙ୍କ ମଳାଶୟରେ ସୁନା ଥିବାର ଜଣାପଡିଥିଲା । ଏହାସତ୍ତ୍ବେ କଷ୍ଟମ ଅଧିକାରୀମାନେ ବିମାନ ବନ୍ଦରରେ ସେମାନଙ୍କୁ ଧରି ପାରିନଥିଲେ । ତେଣୁକରି କଷ୍ଟମ ଅଧିକାରୀ ସରୋଜିନୀ ନଗର ପୋଲିସକୁ ସୂଚନା ଦେଇଥିଲେ ଯେ, ବିମାନରେ ଆସିଥିବା ୧୨ ଜଣ ତସ୍କର ଚୋରାରେ ସୁନାରେ ଆଣିଛନ୍ତି । ସେମାନେ ଏବେ ଏୟାରପୋର୍ଟ ବିଲ୍ଡିଂରୁ ବାହାରୁଛନ୍ତି । ଏହାପରେ ପୋଲିସ ସମସ୍ତ ସନ୍ଦିଗ୍ଧମାନଙ୍କୁ କାବୁ କରି ନେଇଥିଲା । ପଚାରଉଚରା ବେଳେ ସେମାନେ ରାମପୁର ଜିଲ୍ଲାର ହୋଇଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ : ବୁର୍ଖା ତମର ସୁନ୍ଦର ଚେହେରାକୁ ଲୁଚାଉଛି, ଏହାକୁ କାଢି ଦିଅ-ମହିଳାଙ୍କୁ ଏମିତି କହି କନେଷ୍ଟବଳ ନିଲମ୍ବିତ

ପ୍ରାଇଭେଟ ପାର୍ଟରେ ସୁନା ଚାଲାଣ: ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଥିଲେ ଯେ, ସେମାନେ ସୁନାକୁ କ୍ୟାପସୁଲ ଆକାରରେ ନିଜ ମଳାଶୟ ଭିତରେ ଲୁଚାଇଥିଲେ । ଯେମିତି ତଲାସୀ ବେଳେ ଯେପରି ଜଣାନପଡେ । ହେଲେ ଏୟାରପୋର୍ଟରେ ସ୍କ୍ରିନିଂ ବେଳେ ଧରା ପଡିଯାଇଥିଲା । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ବିଦେଶରୁ ଭାରତକୁ ସୁନା ଚୋରା ଚାଲାଣର ଅନେକ ମାମଲା ସାମ୍ନାକୁ ଆସୁଛି । ତସ୍କରମାନେ ସୀମା ଶୁଳ୍କ ନଦେଇ ସୁନା ନେଇ ଆସୁଛନ୍ତି । ବିମାନ ବନ୍ଦରରୁ ଅନେକ ଥର ଧରପଡିବା ସତ୍ତ୍ବେ ତସ୍କରମାନେ ନୂଆ ନୂଆ ଉପାୟରେ ଚୋରା ଚାଲାଣ ପାଇଁ ପ୍ରୟାସ କରୁଛନ୍ତି । ସରୋଜିନୀ ନଗର ଥାନା ପ୍ରଭାରୀ ଶୈଳେନ୍ଦ୍ର ଗିରି କହିଛନ୍ତି, ସବୁ ତସ୍କରମାନଙ୍କୁ ପଚରାଉଚରା ପରେ କଷ୍ଟମ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.