ETV Bharat / bharat

ସେନାକୁ ବଡ ସଫଳତା, ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ - Udhampur Encounter

author img

By ETV Bharat Odisha Team

Published : Sep 11, 2024, 4:46 PM IST

Updated : Sep 11, 2024, 5:42 PM IST

Terrorists Killed In Encounter: କାଶ୍ମୀର ଉଧମପୁର ଏରିଆରେ ଏନକାଉଣ୍ଟରରେ ୩ ଆତଙ୍କୀକୁ ନିପାତ କଲା ସେନା । ଏବେ ବି ଅପରେସନ ଜାରି । ଅଧିକ ପଢନ୍ତୁ

ସେନାକୁ ବଡ ସଫଳତା, ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ
ସେନାକୁ ବଡ ସଫଳତା, ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ (ETV Bharat Odisha)

ଶ୍ରୀନଗର: ଘାଟିରେ ସୁରକ୍ଷାବଳକୁ ବଡ ସଫଳତା । ଉଧମପୁର ଏରିଆରେ ଆଜି ସକାଳୁ ଜାରି ରହିଥିବା ଏନକାଉଣ୍ଟରରେ ୩ ଆତଙ୍କୀଙ୍କୁ ନିପାତ କରିଛି ସେନା । ଏବେ ମଧ୍ୟ ଏନକାଉଣ୍ଟର ଜାରି ରହିଛି । ଏକାଧିକ ଆତଙ୍କୀ ଉକ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ଇନପୁଟ ସୂଚନା ମିଳିବା ପରେ ସେନା ଓ ପାରା ମିଲିଟାରୀ ଫୋର୍ସ ଓ ସ୍ଥାନୀୟ ପୋଲିସର ମିଳିତ ଟିମ୍‌ ଅପରେସନ ଆରମ୍ଭ କରିଥିଲେ । ଏବେ ପୁରା ଏରିଆକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାେଯାଉଛି ।

ନିକଟରେ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଆତଙ୍କୀ ହମଲାର ଆଶଙ୍କା ମଧ୍ୟ ରହିଛି । ତେଣୁ ସୁରକ୍ଷା ବଳ ଗୁଇନ୍ଦା ସଂସ୍ଥା ସମନ୍ବୟରେ ନିୟମିତ ଆତଙ୍କୀ ଗତିବିଧି ଉପରେ ନଜର ରଖିଛି । ଇନପୁଟ ସୂଚନା ଆଧାରରେ ତୁରନ୍ତ ଅପରେସନ ମଧ୍ୟ କରାଯାଉଛି । ଆଜି ଉଧମପୁର ଅଞ୍ଚଳରେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଆତ୍ମଗୋପନ କରିଥିବା ସୂଚନା ମିଳିବା ପରେ ସେନାର ପାରା-ସ୍ପେଶାଲ ଫୋର୍ସ, ଏସଓଜି ଓ କାଶ୍ମୀର ପୋଲିସର ସଶସ୍ତ୍ର ଟିମ ଅପରେସନ ଆରମ୍ଭ କରିଥିଲେ ।

  • ଆଜି ସକାଳେ ଭାରତୀୟ ପୋଷ୍ଟକୁ କରିଥିଲା ପାକିସ୍ତାନ ସେନା:-

ଅନ୍ୟପଟେ ଆଜି ସକାଳେ ନିୟନ୍ତ୍ରଣ ରେଖାରେ ଥିବା ଭାରତୀୟ ପୋଷ୍ଟକୁ ପାକିସ୍ତାନ ସେନା ଅତର୍କିତ ଗୁଳିମାଡ କରିଥିଲା । ଏଥିରେ ଜଣେ ‘ବିଏସଏଫ’ ଯବାନ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେ ଏବେ ଚିକିତ୍ସାଧୀନ ରହିଛନ୍ତି । ଭାରତୀୟ ସୁରକ୍ଷା ବଳର ଧ୍ୟାନ ହଟାଇ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବାରେ ସହଯୋଗ କରିବା ପାଇଁ ପାକିସ୍ତାନ ରେଞ୍ଜର୍ସ ଟିମ୍‌ ଏପରି ସିଜ-ଫାଏର ଉଲ୍ଲଂଘନ କରିବାର ଏକାଧିକ ନଜିର ରହିଛି । ଆଜି ମଧ୍ୟ ସେହିପରି କିଛି ଷଡଯନ୍ତ୍ରରେ ଭାରତୀୟ ପୋଷ୍ଟକୁ ଟାର୍ଗେଟ କରାଯାଇଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- JK Encounter: କୁପୱାରାରେ ୩ ଆତଙ୍କୀ ନିପାତ, ରଜୌରୀରେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ - Rajouri Encounter

ଏହା ମଧ୍ୟ ପଢନ୍ତୁ:-Dantewada Encounter: ଲାଲବାହିନୀକୁ ଶକ୍ତ ଧକ୍କା, ଦନ୍ତେୱାଡ଼ା ପୋଲିସ ଏନକାଉଣ୍ଟରରେ 9 ନକ୍ସଲ ନିପାତ - Naxalites Killed

ଏହା ମଧ୍ୟ ପଢନ୍ତୁ:-ଜମ୍ମୁ କାଶ୍ମୀରରେ ସେନା ଓ ଆତଙ୍କୀ ମୁହାଁମୁହିଁ; CRPF ଇନ୍ସପେକ୍ଟର ଶହୀଦ, 3ଯବାନ ଗୁରୁତର - JK Udhampur Encounter

  • ୧୯ ତାରିଖରେ ଶହୀଦ ହୋଇଥିଲେ ସିଆରପିଏଫ ଇନିସପେକ୍ଟର:-

ଗତମାସ (ଅଗଷ୍ଟ) ୧୯ ତାରିଖରେ ବସନ୍ତଗଡ଼ ଡୁଡୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଟିମକୁ କିଛି ଅଜଣା ଆତଙ୍କୀ ହଠାତ ଗୁଳିମାଡ଼ କରିଥିଲେ । ସିଆରପିଏଫ ଯବାନଙ୍କ ସମେତ ସ୍ବତନ୍ତ୍ର ଅପରେସନ ଗ୍ରୁପ (SOG)ର ଯବାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ସିଆରପିଏଫର 187-ବାଟାଲିୟନର ଇନ୍ସପେକ୍ଟରଙ୍କ ଶରୀରରେ ଗୁଳି ବାଜିଥିଲା । ଏହାପରେ ତାଙ୍କୁ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ସେ ଶହୀଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 11, 2024, 5:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.